ETV Bharat / business

ଜିଓ ଉପଭୋକ୍ତାଙ୍କ ରିଚାର୍ଜ ବୈଧତା ଏପ୍ରିଲ 17କୁ ବୃଦ୍ଧି

ଲକଡାଉନ ସମୟରେ ଗ୍ରାହକଙ୍କୁ ମୋବାଇଲ ସେବା ଯୋଗାଇବାକୁ ଟେଲିକମ କମ୍ପାନୀଗୁଡିକ ସେମାନଙ୍କ ରିଚାର୍ଜ ପ୍ଲାନର ବୈଧତାକୁ ବୃଦ୍ଧି କରୁଛନ୍ତି । ବିଏସଏନଏଲ, ଏମଟିଏନଏଲ, ଏୟାରଟେଲ ପରେ ଏବେ ଜିଓ ଏହି ବୈଧତା ବଢାଇଛି । ଅଧିକ ପଢନ୍ତ ..

reliance jio extends the validity of jiophone subscribers till 17 april
ଜିଓଫୋନ ଉପଭୋକ୍ତାଙ୍କ ରିଚାର୍ଜ ବୈଧତା ଏପ୍ରିଲ 17କୁ ବୃଦ୍ଧି
author img

By

Published : Mar 31, 2020, 8:05 PM IST

ନୂଆଦିଲ୍ଲୀ. ଲକଡାଉନ ମଧ୍ୟରେ ରିଲାୟନ୍ସ ଜିଓର ଆଶ୍ବସ୍ତି । ଜିଓ ଫୋନ ଉପଭୋକ୍ତାଙ୍କ ବୈଧତା ଏପ୍ରିଲ 17 ଯାଏଁ ବଢିଲା । ଏଥିସହ କମ୍ପାନୀ ତାର ଗ୍ରାହକଙ୍କୁ କଥାବାର୍ତ୍ତା ପାଇଁ ଅଧିକ 100 ମିନିଟ କଲିଙ୍ଗ ଓ 100 ମାଗଣା ଏସଏମଏସ ମଧ୍ୟ ଦେବ ।

କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ, ଏହି ଗ୍ରାହକଙ୍କ ବୈଧତା ଶେଷ ହେବା ପରେ ବି ସେମାନଙ୍କୁ ଇନକମିଙ୍ଗ କଲ ସୁବିଧା ମିଳୁଥିବା । କୋରୋନା ଭାଇରସର ମୁକାବିଲା ପାଇଁ ସରକାର ଦେଶକୁ 21 ଦିନ ପାଇଁ ଲକଡାଉନ ରଖିଛନ୍ତି । ଏଭଳି ସମୟରେ ବହୁ ଲୋକ ବିଶେଷ କରି ଗରିବ କିମ୍ବା ପ୍ରବାସୀ ଶ୍ରମିକ ନିଜ ଫୋନ ରିଚାର୍ଜ ପାଇଁ ସକ୍ଷମ ନୁହଁନ୍ତି । ଏଥିପାଇଁ ପୂର୍ବ ରିଚାର୍ଜ ପ୍ଲାନ ଅବଧି ବଢାଯାଇଛି ।

ଏହା ପୂର୍ବରୁ ପ୍ରିପେଡ ଗ୍ରାହକଙ୍କ ବୈଧତା ବଢାଇବା ସମସ୍ତ ଟେଲିକମ କମ୍ପାନୀଙ୍କୁ ଟ୍ରାଇ ପକ୍ଷରୁ କୁହାଯାଇଥିଲା । ଏଥିପାଇଁ ରାଷ୍ଟ୍ରାୟତ ଟେଲିକମ କମ୍ପାନୀ ବିଏସଏନଏଲ ଓ ଏମଟିଏନଏଲ ମଧ୍ୟ ଏପ୍ରିଲ 20 ଓ ଏୟାରଟେଲ ଏପ୍ରିଲ 17 ଯାଏଁ ରିଚାର୍ଜ ପ୍ଲାନର ବୈଧତା ବଢାଇବାକୁ ଘୋଷଣା କରିଥିଲା । ଏହା ବ୍ୟତୀତ ଏହି 3 କମ୍ପାନୀ ଗ୍ରାହକଙ୍କ 10 ଟଙ୍କାର ମାଗଣା ଟକଟାଇମ ସୁବିଧା ମଧ୍ୟ ଦେଇଛନ୍ତି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.