ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ଆର୍ଥିକ ଗତିବିଧି ଠପ । ଏଥିଯୋଗୁଁ ଦେଶର ବଡ ଧନୀ ମୁକେଶ ଅମ୍ବାନୀ ନିଜର ପୂରା ବର୍ଷର ଦରମାବାକୁ ନିଷ୍ପତ୍ତି ନେଇଛନ୍ତି ।
ଏଥିସହ କମ୍ପାନୀର ଅଧିକାଂଶ ଲୋକଙ୍କ ଦରମା 10ରୁ 50 ପ୍ରତିଶତ ହ୍ରାସ କରିବାକୁ ନିର୍ଣ୍ଣୟ ନିଆଯାଇଛି । ରିଫାଇନାରୀ ଠାରୁ ଟେଲିକମ ସେକ୍ଟର ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟ କରୁଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କର୍ମଚାରୀଙ୍କୁ ପଠାଯାଇଥିଲା ଏକ ବାର୍ତ୍ତାରେ ଏ ନେଇ ସୂଚନା ଦିଆଯାଇଛି । କମ୍ପାନୀ କର୍ମଚରୀଙ୍କ ବାର୍ଷିକ ବୋନସକୁ ଟାଳିଦେଇଛି । ଏହାକୁ ଆର୍ଥିକ ବର୍ଷର ପ୍ରଥମ ତ୍ରୈୟମାସରେ ଦିଆଯାଉଥିଲା ।
କୋରୋନା ଭାଇରସ ସଙ୍କଟ ରୋକିବାକୁ ମାର୍ଚ୍ଚ 25ରୁ ଦେଶବ୍ୟାପି ଲକଡାଉନ ଜାରି ରହିଛି । ଏଥିଯୋଗୁଁ କାରଖାନା, ଉଡାଣ, ରେଳ, ସଡକ, ପରିବହନ , ସିନେମା ଘର , କାର୍ଯ୍ୟଳୟ ସବୁ ବନ୍ଦ । ଲୋକେ ଘରେ ରହିଛନ୍ତି । ଏହାର ପ୍ରଭାବରେ କାରବାର ପ୍ରଭାବିତ ହୋଇଛି । ରିଲାଏନ୍ସର ହାଇଡ୍ରୋକାର୍ବନ କାରବାର ଉପରେ ଅଧିକ ଚାପ ପଡିଛି । ଏଥିଯୋଗୁଁ ଖର୍ଚ୍ଚକୁ ଯୁକ୍ତିସଙ୍ଗତ କରିବାକୁ ସମସ୍ତ କ୍ଷେତ୍ରରେ କର୍ମଚାରୀଙ୍କ ଦରମା କାଟ କରିବାକୁ କମ୍ପାନୀ ନିଷ୍ପତ୍ତି ନେଇଥିବା କୁହାଯାଇଛି ।
ଖାସ ଏଇଥିପାଇଁ ଅମ୍ବାନୀ ନିଜର ପୂରା ବର୍ଷର 15 କୋଟି ଟଙ୍କା ଦରମାକୁ ନ ନେବା ପାଇଁ କହିଛନ୍ତି । କମ୍ପାନୀର କାର୍ଯ୍ୟକାରୀ ନିର୍ଦ୍ଦେଶକ , କାର୍ଯ୍ୟକାରୀ ସମିତି ସମେତ ରିଲାଏନ୍ସ ନିର୍ଦ୍ଦେଶକ ମଣ୍ଡଳ ସଦସ୍ୟ ନିଜ ଦରମାର 30ରୁ 50 ପ୍ରତିଶତ ହ୍ରାସ କରାଯିବ । ତେବେ ଯେଉଁ କର୍ମଚାରୀଙ୍କ ବାର୍ଷିକ ଦରମା 15 ଲକ୍ଷ ଟଙ୍କା ସେମାନଙ୍କ କୌଣସି କାଟ ହେବ ନାହିଁ । ହେଲେ ତା ଠାରୁ ଅଧିକ ଥିଲେ 10 ପ୍ରତିଶତ ହାରରେ ହ୍ରାସ କରାଯିବ ।
PTI