ETV Bharat / business

ଆରବିଆଇର ମୁଦ୍ରାନୀତି ବୈଠକ ଆରମ୍ଭ, 7ରେ ନିଷ୍ପତ୍ତି ଘୋଷଣା

author img

By

Published : Apr 5, 2021, 11:00 PM IST

କେନ୍ଦ୍ରୀୟ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷର ପ୍ରଥମ ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକ ଆରମ୍ଭ । ବୁଧବାର ଘୋଷଣା ହେବ ଏମପିସି ବୈଠକର ନିଷ୍ପତ୍ତି । ଅଧିକ ପଢନ୍ତୁ..

ଆରବିଆଇର ମୁଦ୍ରାନୀତି ବୈଠକ ଆରମ୍ଭ, 7ରେ ନିଷ୍ପତ୍ତି ଘୋଷଣା
ଆରବିଆଇର ମୁଦ୍ରାନୀତି ବୈଠକ ଆରମ୍ଭ, 7ରେ ନିଷ୍ପତ୍ତି ଘୋଷଣା

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ମୁଦ୍ରାନୀତି ସମିତି (ଏମପିସି)ର ବୈଠକ ସୋମବାର ଠାରୁ ଆରମ୍ଭ ହୋଇଛି । 3ଦିନ ଧରି ହେବାକୁ ଥିବା ଏହି ବୈଠକର ନିଷ୍ପତ୍ତି ବୁଧବାର ଘୋଷଣା କରାଯିବ ।

କୋଭିଡ-19 ସଂକ୍ରମଣ ସଂଖ୍ୟାରେ ଆକସ୍ମିକ ବୃଦ୍ଧି ମଧ୍ୟରେ ଆରବିଆଇ ମୁଦ୍ରାନୀତି ସମିତିର ବୈଠକ ହୋଇଛି । ସରକାର କେନ୍ଦ୍ରୀୟ ବ୍ୟାଙ୍କକୁ ଖୁଚୁରା ମୁଦ୍ରାସ୍ଫୀତି 4 ପ୍ରତିଶତ ଅଧିନରେ ରଖିବାକୁ ଟାର୍ଗେଟ ଦେଇଛନ୍ତି ।

କେନ୍ଦ୍ରୀୟ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷର ପ୍ରଥମ ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକରେ ସୁଧ ହାରକୁ ଅପରିବର୍ତ୍ତିତ ରଖିପାରେ । ବର୍ତ୍ତମାନ ସମୟରେ ରେପୋରେଟ ହାର 4 ପ୍ରତିଶତ ଓ ରିଭର୍ସ ରେପୋରେଟ ହାର 3.35 ପ୍ରତିଶତ ରହିଛି ।

ଗତ ସପ୍ତାହରେ ସରକାର ମୁଦ୍ରାସ୍ଫୀତି ହାରକୁ 2026 ଯାଏଁ ବଜାୟ ରଖିବା ପାଇଁ ଆରବିଆଇକୁ ଦାୟିତ୍ବ ଦେଇଛନ୍ତି । ଏଥିରେ ସାଧାରଣତଃ ଅଧିକରୁ ଅଧିକ 2 ପ୍ରତିଶତ ହ୍ରାସ-ବୃଦ୍ଧି ଗ୍ରହଣୀୟ । ବର୍ତ୍ତମାନ ବ୍ୟବସ୍ଥା ଅଧିନରେ ମଧ୍ୟ ଆରବିଆଇକୁ 2 ପ୍ରତିଶତ ହ୍ରାସ ବା ବୃଦ୍ଧି ସହ ଖୁଚୁରା ମୁଦ୍ରାସ୍ଫୀତି 4 ପ୍ରତିଶତ ରଖିବା ଲକ୍ଷ୍ୟ ଦିଆଯାଇଛି ।

ମୁଦ୍ରାସ୍ଫୀତିକୁ ନିର୍ଦ୍ଧାରିତ ସ୍ତରରେ ରଖିବା ପାଇଁ 2016 ରେ ଆରବିଆଇ ଗଭର୍ଣ୍ଣରଙ୍କ ଅଧ୍ୟକ୍ଷତାରେ ମୁଦ୍ରାନୀତି ସମିତି ଗଠନ କରିବାକୁ ସରକାର ନିର୍ଣ୍ଣୟ ନେଇଥିଲେ । ଏହି କମିଟିକୁ ରେପୋରେଟ ନିର୍ଦ୍ଧାରଣ କରିବା ଦାୟିତ୍ବ ଦିଆଯାଇଛି । 6 ସଦସ୍ୟ ବିଶିଷ୍ଟ ଏହି ମୁଦ୍ରାନୀତି ସମିତିକୁ 2016 ଅକ୍ଟୋବରରେ ବାର୍ଷିକ ମୁଦ୍ରାସ୍ଫୀତି 2021 ମାର୍ଚ୍ଚ 31 ଯାଏଁ 4 ପ୍ରତିଶତ ରଖିବା ଦାୟିତ୍ବ ଦିଆଯାଇଥିଲା । ଏଥିରେ ସର୍ବୋଚ୍ଚ ସୀମା 6 ପ୍ରତିଶତ ଓ ସର୍ବନିମ୍ନ 2 ପ୍ରତିଶତ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.