ETV Bharat / business

ପୁଣି ମୋଦିଙ୍କୁ କ୍ଷମତାକୁ ଆଣିବ ଶସ୍ତା ସୁଧହାର ! ଜାଣନ୍ତୁ 3 ନିର୍ବାଚନ ଇତିହାସ

ଆରବିଆଇ ରେପୋରେଟ ଓ ନିର୍ବାଚନ ଫଳାଫଳ ଏକ ପ୍ରକାର ଜଡିତ ପ୍ରାୟ । ଗତ 3ଟି ଲୋକସଭା ନିର୍ବାଚନ ଫଳାଫଳକୁ ଦେଖିବାକୁ ଗଲେ ଯେଉଁ ସମୟରେ ଆରବିଆଇ ସୁଧ ଶସ୍ତା କରେ ତାହାର ପ୍ରଭାବ ନିର୍ବାଚନ ଉପରେ ପଡିଛି ।

author img

By

Published : Apr 6, 2019, 4:41 AM IST

Updated : Apr 6, 2019, 4:08 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଉ କେଇଟା ଦିନ ପରେ ଆରମ୍ଭ ହୋଇଯିବ ଲୋକସଭା ନିର୍ବାଚନ ପ୍ରକ୍ରିୟା । ଏହା ପୂର୍ବରୁ ପ୍ରାର୍ଥୀ ଓ ଦଳ ଭୋଟ ହାତେଇବାକୁ କରୁଛନ୍ତି ବଡ ବଡ ପ୍ଲାନିଂ ଓ ପୋଗ୍ରାମ । ଇସ୍ତହାର ମାଧ୍ୟମରେ ଦେଉଛନ୍ତି ଲୋଭନୀୟ ପ୍ରତିଶ୍ରୁତି । ତେବେ ନିର୍ବାଚନର ଏପରି ଘଡିସନ୍ଧି ମୁହୁର୍ତ୍ତରେ ହ୍ରାସ ପାଇଛି ଆରବିଆଇ ରେପୋରେଟ ଦର । ନିର୍ବାଚନ ସହ ରେପୋରେଟ ଦରର ଇତିହାସ ଅତ୍ୟନ୍ତ ରୋମାଞ୍ଚକର । କାରଣ ନିର୍ବାଚନୀ ବର୍ଷରେ ଯଦି ଆରବିଆଇ ସୁଧ ଶସ୍ତା କରେ , ତେବେ ସେହି ସମୟରେ କ୍ଷମତାରେ ଥିବା ସରକାର ପୁନଃ ବିଜୟ ପାଇଛନ୍ତି । ଏହାର ଉଦାହରଣରେ 2014, 2009, 2004 ଲୋକସଭା ନିର୍ବାଚନୀ ବର୍ଷ ରହିଛି ।

ଆରବିଆଇ ଯେଉଁ ସୁଧହାରରେ ବ୍ୟାଙ୍କ ଗୁଡିକୁ ଋଣ ଦେଇଥାଏ ତାହାକୁ ରୋପୋରେଟ ଦର କୁହାଯାଏ । ଆଉ ଏହା ହ୍ରାସ ପାଇଲେ ଏହାର ପ୍ରଭାବ ବ୍ୟାଙ୍କ ତାର ଗ୍ରାହକଙ୍କୁ ଦେଉଥିବା ଋଣର ସୁଧ ଉପରେ ପଡିଥାଏ । ଅର୍ଥାତ ଯାନ, ଗୃହ, ଶିଳ୍ପ ଆଦି ବିଭିନ୍ନ ଋଣ ଶସ୍ତା ହୋଇଥାଏ । ଏଥିରେ ପ୍ରଭାବିତ ହୋଇ ଆଗକୁ ଯେପରି ଏହି ପ୍ରକ୍ରିୟା ଲାଗି ରୁହେ ଓ ଦରଦାମ ନିୟନ୍ତ୍ରଣ ହେବ ସେଥିପାଇଁ ଭୋଟର ମଧ୍ୟ ତତକାଳୀନ ସରକାରଙ୍କୁ ଭୋଟ ଦେଇଥାନ୍ତି । ଚଳିତ ବର୍ଷ ମଧ୍ୟ ଲଗାତାର 2 ଥର ଧରି ରେପୋରେଟ ଦର ହ୍ରାସ କରି 6 ପ୍ରତିଶତରେ ପହଞ୍ଚିଛି । ଯେଉଁଥିପାଇଁ ଇଏମଆଇ କମିଛି । ଏଣୁ ପୂର୍ବ ଇତିହାସକୁ ନଜରରେ ରଖି ପୁଣି ଆଗକୁ ମଧ୍ୟ ଜନତା ମୋଦି ସରକାର ଭୋଟ ଦେଇ ବହୁମତରେ ଜିତାଇ ପାରନ୍ତି ବୋଲି ମନେ ହେଉଛି ।

ରିଜର୍ଭ ବ୍ୟାଙ୍କ ଗୋଟିଏ ଆର୍ଥିକ ବର୍ଷରେ 6 ଥର ଏପ୍ରିଲ, ଜୁନ, ଅଗଷ୍ଟ, ଅକ୍ଟୋବର, ଡିସେମ୍ବର ଓ ଫେବୃଆରୀରେ ମୁଦ୍ରାନୀତି ସମୀକ୍ଷା ବୈଠକ ହୋଇଥାଏ । କିନ୍ତୁ ଆର୍ଥିକ ବର୍ଷ ଏପ୍ରିଲରୁ ଆରମ୍ଭ ହୋଉଥିବାରୁ ସମସ୍ତଙ୍କ ନଜର ଏହି ମାସ ଉପରେ ରହିଥାଏ । କାରଣ ଏଥିରୁ ହିଁ ପୂରା ବର୍ଷର ଆର୍ଥିକ ସ୍ଥିତି ଉପରେ ଆକଳନ କରାଯାଇଥାଏ ।

ତେବେ ନଜର ପକାନ୍ତ ଗତ 3ଟି ନିର୍ବାଚନ ପୂର୍ବରୁ କଣ ଥିଲା ରେପୋରେଟ ଦର-

2014-

2014 ଲୋକସଭା ନିର୍ବାଚନ ଏପ୍ରିଲ 7 ରୁ ମେ 12 ମଧ୍ୟରେ ହୋଇଥିଲା । ଏହର ଫଳାଫଳ ମେ 16 ରେ ପ୍ରକାଶ ପାଇଥିଲା । ସେହି ବର୍ଷ ଆରବିଆଇ ପ୍ରଥମଥର ଏପ୍ରିଲ ପହିଲାରେ ମୁଦ୍ରାନୀତି ମୁଦ୍ରାନୀତି ସମୀକ୍ଷା ବୈଠକ ହୋଇଥିଲା । ସେଥିରେ ତତକାଳିନ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନ ରେପାରେଟ ଦରରେ କୌଣସି ପରିବର୍ତତ୍ନ ନ କରି 8 ପ୍ରତିଶତରେ ସ୍ଥିର ରଖିଥିଲେ । ଯାହାକି ଆଜି ତୁଳନାରେ ବହୁତ ଅଧିକ । ଏହା ପରେ କଂଗ୍ରେସ ସରକାର ନିର୍ବାଚନ ହାରିବା ସହ ବିଜେପି କ୍ଷମତାକୁ ଆସିଥିଲା ।

2009-
2009 ଲୋକସଭା ନିର୍ବାଚନ ଅପ୍ରେଲ 16ରୁ 13 ମେ ମଧ୍ୟରେ ହୋଇଥିଲା । ସେହି ବର୍ଷ ମୁଦ୍ରାନୀତି ସମୀକ୍ଷା ନିଷ୍ପତ୍ତି ଏପ୍ରିଲ 18ରେ ଘୋଷଣା ହୋଇଥିଲା । ରିଜର୍ଭ ବ୍ୟାଙ୍କର ତତକାଳୀନ ଗଭର୍ଣ୍ଣର ଡି, ସୁ୍ବ୍ବାରାଓ ରେପୋରେଟ ଦର ଏକ-ଚତୁର୍ଥାଂଶ ହ୍ରାସ 5 ପ୍ରତିଶତରୁ 4.75 ପ୍ରତିଶତ କରିଦିଆଯାଇଛି । ସେହିପରି ରିଭର୍ସ ରେପୋରେଟରେ ମଧ୍ୟ ଖସି 3.25 ପ୍ରତିଶତରେ ପହଞ୍ଚିଥିଲା । ଉକ୍ତ ବର୍ଷ ଲୋକସଭା ନିର୍ବାଚନରେ ୟୁପିଏ ସରକାର ବିଜୟ ଲାଭ କରି ପୁଣି ଥରେ କ୍ଷମତାକୁ ଆସିଥିଲେ ।

2004-
2004 ଲୋକସଭା ନିର୍ବାଚନର ଏପ୍ରିଲ 20ରୁ 10 ମେ ମଧ୍ୟରେ ହୋଇଥିଲା । ସେହି ବର୍ଷ ଆରବିଆଇ ଦ୍ବାରା ପ୍ରଥମ ମୁଦ୍ରାନୀତି ସମୀକ୍ଷା ମେ 10ରେ ହୋଇଥିଲା । ତତକାଳୀନ ଗଭର୍ଣ୍ଣର ୱାଇବି ରେଡ୍ଡି ରେପୋରେଟରେ କୌଣସି ପରିବରତ୍ତନ ନ କରି 4.5 ପ୍ରତିଶତ ରଖିଥିଲା । ବ୍ୟାଙ୍କ ରେଟ ମଧ୍ୟ 6 ପ୍ରତିଶତରେ ଅପରିବର୍ତ୍ତିତ ରହିଥିଲା । ସେହି ସମୟରେ କ୍ଷମତାରେ ଥିବା ଅଟଳ ବିହାରୀ ବାଜପେୟୀଙ୍କ ସରକାର ପରାଜୟ ହାସଲ କରିଥିବା ବେଳେ କଂଗ୍ରେସ ସରକାର ଗଠନ କରିଥିଲା ।

Intro:Body:Conclusion:
Last Updated : Apr 6, 2019, 4:08 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.