ମୁମ୍ବାଇ: ମୁଦ୍ରା ବଳରେ ଯଦିଓ ଭାରତୀୟ ରିଜର୍ଭ ବ୍ୟାଙ୍କ ଆମେରିକା ଓ ୟୁରୋପ କେନ୍ଦ୍ରୀୟ ବ୍ୟାଙ୍କରୁ ପଛରେ ରହିଛି , ହେଲେ ଲୋକପ୍ରିୟତାରେ ସବୁଠୁ ଆଗୁଆ ଆରବିଆଇ । ଟ୍ବିଟରେ ଏହା ଦୁନିଆର ସବୁଠୁ ଲୋକପ୍ରିୟ କେନ୍ଦ୍ରୀୟ ବ୍ୟାଙ୍କ ।
କୋଭିଡ-19 ସଙ୍କଟ ସମୟରେ ସୂଚନା ଆଦାନ ପ୍ରଦାନର ବେଷ୍ଟ ପ୍ଲାର୍ଟଫର୍ମ ଟ୍ବିଚର । ଏଥିଯୋଗୁଁ ଦୁନିଆର ବହୁ ପ୍ରମୁଖ କେନ୍ଦ୍ରୀୟ ବ୍ୟାଙ୍କ ଟ୍ବିଟରରେ ସକ୍ରିୟ ଅଛନ୍ତି ।
85 ବର୍ଷର ପୁରୁଣା ଆରବିଆଇ ଓ ଏହାର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଲଗା ଅଲଗା ଟ୍ବିଟର ଆକାଉଣ୍ଟ ରହିଛି । ତେବେ ଦୁନିଆର ପ୍ରମୁଖ କେନ୍ଦ୍ରୀୟ ବ୍ୟାଙ୍କର ଟ୍ବିଟର ଆକାଉଣ୍ଟ ବିଶ୍ଲେଷଣରୁ ଜଣାପଡିଛି କି ଆରବିଆଇ ଫଲୋଅର୍ସ ସଂଖ୍ୟା ସବୁଛୁ ଅଧିକ ରହିଛି । ଗୁରୁବାର ସକାଳ ଯାଏଁ ଆରବିଆଇ ଟ୍ବିଟର ହ୍ୟାଣ୍ଡେଲର ଫଲୋଅର୍ସ ସଂଖ୍ୟା 7.45 ଲକ୍ଷ ରହିଥିଲା ।
ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ କେବଳେ ଏପ୍ରିଲ 20ରେ ଆରବିଆଇ ଟ୍ବିଟର ହ୍ୟାଣ୍ଡେଲରେ 1.31 ଲକ୍ଷ ନୂଆ ଫଲୋଅର୍ସ ଯୋଡିହୋଇଛନ୍ତି । ବର୍ତ୍ତମାନର ଅଭିଯାନ ଯୋଗୁଁ ଆରବିଆଇର ଫଲୋଅର୍ସ ସଂଖ୍ୟା କ୍ରମାଗତ ବଢିଚାଲିଛି ।
ପ୍ରକାଶ ଯେ, ମାର୍ଚ୍ଚ 25ରେ ଲାଗୁ ଲକଡାଉନ ପରେ ଆରବିଆଇ ଫଲୋଅର୍ସ ସଂଖ୍ୟା ଦେଢ ଲକ୍ଷ ଅଧିକ ବଢିଛନ୍ତି ।