ETV Bharat / business

ଆଜିଠୁ ମୁଦ୍ରାନୀତି ସମୀକ୍ଷା, ପୁଣି କମିପାରେ ସୁଧହାର - rbi mpc

ସୋମବାର ଠାରୁ ବୁଧବାର ପର୍ଯ୍ୟନ୍ତ ହେବ ଭାରତୀୟ ରିଜର୍ଭ ବ୍ୟାଙ୍କର ତୃତୀୟ ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକ । ପୁଣି ଥରେ ରେପୋରେଟ ଦର ହ୍ରାସ ନେଇ ଅନୁମାନ କରାଯାଉଛି । ବର୍ତ୍ତମାନ ସମୟରେ ରିଜର୍ଭ ବ୍ୟାଙ୍କର ରେପାରେଟ ଦର 5.57 ପ୍ରତିଶତ ରହିଛି ।

ପ୍ରତିକାତ୍ମକ ଫଟୋ
author img

By

Published : Aug 5, 2019, 1:56 PM IST

ନୂଆଦିଲ୍ଲୀ: ସୋମବାର ଭାରତୀୟ ରିଜର୍ଭ ବ୍ୟାଙ୍କର ତୃତୀୟ ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକ । ମୁମ୍ବାଇରେ 3ଦିନ ଧରି ହେବାକୁ ଥିବା ଏହି ବୈଠକ, ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ବରେ ଗଠିତ 6 ଜଣିଆ କମିଟି କରିବ । ଲଗାତର ଚତୁର୍ଥଥର ଧରି ରେପୋରେଟ ଦର ହ୍ରାସ ହେବା ନେଇ ଅନୁମାନ କରାଯାଉଛି । ଏହା ଦ୍ବାରା ପୁଣି ସୁଧହାର କମିବ ।

ପୂର୍ବରୁ ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଫେବୃଆରୀରୁ ଲଗାତର 3ଥର ଅର୍ଥାତ 75 ବେସିସ ପଏଣ୍ଟ ରେପୋରେଟ ହ୍ରାସ ପାଇଛି । ବର୍ତ୍ତମାନ ସମୟରେ ରିଜର୍ଭ ବ୍ୟାଙ୍କର ରେପାରେଟ ଦର 5.57 ପ୍ରତିଶତ ରହିଛି । ତେବେ ମୁଦ୍ରାସ୍ପୀତି ଚାପ ତଥା ରାଜକୋଷୀୟ ଘାଟା ବୃଦ୍ଧି ସମ୍ଭାବନା ଆଶଙ୍କା କରି ଚଳିତ ବୈଠକରେ ମଧ୍ୟ ରେପୋରେଟ 0.25 ବେସସିସ ପଏଣ୍ଟ ହ୍ରାସ ନେଇ ଆଶା ରହିଛି । ଯଦି ଏପରି ହୁଏ, ତେବେ ପୁଣି ଗାଡ଼ି ଓ ଗୃହ ଋଣ ଉପରେ ଇଏମଆଇରେ ରିହାତି ମିଳିପାରିବ ।

ତେବେ ଉଦ୍ୟୋଗ ଜଗତର ଆଶା ରହିଛି ଯେ, ଏହି ବୈଠକରେ ନଗଦ ସ୍ଥିତିରେ ସୁଧାର ଓ ସୁଧହାର ହ୍ରାସର ଲାଭ ଯେପରି ଗ୍ରାହକଙ୍କ ନିକଟରେ ପହଞ୍ଚିପାରିବ ସେ ନେଇ କିଛି ପଦକ୍ଷେପ ଉଠାଯିବ ।

ଦେଶର ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଆରବିଆଇ ତତ୍ପର । ଏଥିଯୋଗୁଁ ସ୍ଥିତିରୁ ପରଖି ଟଙ୍କା ଦେବାକୁ ଚାହୁଁଛି ମୁଦ୍ରାନୀତି ସମିତିର 6 ଜଣିଆ କମିଟି । ଘରୋଇ ଓ ବୈଷୟିକ ଅର୍ଥବ୍ୟବସ୍ଥା, ଅଭିବୃଦ୍ଧି ଦର, ମୁଦ୍ରାସ୍ପୀତି ହାର ଆଦିକୁ ନଜରରେ ରଖି ଆରବିଆଇ ରେପୋରେଟ ଦର ହ୍ରାସ- ବୃଦ୍ଧି କରିଥାଏ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.