ETV Bharat / business

ଏପ୍ରିଲରୁ ଖସିବ ଦରଦାମ, କମିବ ମୁଦ୍ରାସ୍ପୀତି ହାର: RBI - ମୁଦ୍ରାସ୍ପୀତି

ନୂଆ ଆର୍ଥିକ ବର୍ଷର ପ୍ରଥମ ଛଅମାସ (2021 ଏପ୍ରିଲରୁ ଅଗଷ୍ଟ)ରେ ଖୁଚୁରା ମୁଦ୍ରାସ୍ପୀତିର ଅନୁମାନ ପୂର୍ବର ରହିଥବା 5.2 ପ୍ରତିଶତରୁ ହ୍ରାସ କରି 5 ପ୍ରତିଶତ ରଖାଯାଇଛି । ଅଦିକ ପଢନ୍ତୁ..

ଏପ୍ରିଲରୁ ଖସିବ ଦରଦାମ, କମିବ ମୁଦ୍ରାସ୍ପୀତି ହାର:  RBI

author img

By

Published : Feb 5, 2021, 4:53 PM IST

ନୂଆଦିଲ୍ଲୀ: ଅନୁକୂଳ ପରିସ୍ଥତି ତଥା କିଛି ଖାଦ୍ୟ ପଦାର୍ଥ ବିଶେଷ କରି ପରିବା ଦାମ କମ ହେବା ପରେ ଖୁଚୁରା ମୁଦ୍ରାସ୍ପୀତି ଏବର୍ଷ ନଭେମ୍ବର-ଡିସେମ୍ବର ଯାଏଁ ଦୁର୍ବଳ ହୋଇ 4.3 ପ୍ରତିଶତକୁ ଖସିବା ଅନୁମାନ ରହିଛି । ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ବୈଠକ ପରେ ଏନେଇ ଶୁକ୍ରବାର ସୂଚନା ଦିଆଯାଇଛି ।

ରିଜର୍ଭ ବ୍ୟାଙ୍କ କହିଛି କି, ଖୁଚୁରା ମୁଦ୍ରାସ୍ପୀତି ଚଳିତ ଆର୍ଥିକ ବର୍ଷର ଶେଷ ତ୍ରୟମାସ (ଜାନୁଆରୀ-ମାର୍ଚ୍ଚ 2021)ରେ 5.2 ପ୍ରତିଶତକୁ ଖସିବା ଅନୁମାନ ରହିଛି । ଏଭଳି ଭାବେ ନୂଆ ଆର୍ଥିକ ବର୍ଷର ପ୍ରଥମ ଛଅମାସ (2021 ଏପ୍ରିଲରୁ ଅଗଷ୍ଟ)ରେ ଖୁଚୁରା ମୁଦ୍ରାସ୍ପୀତିର ଅନୁମାନ ପୂର୍ବର ରହିଥବା 5.2 ପ୍ରତିଶତରୁ ହ୍ରାସ କରି 5 ପ୍ରତିଶତ ରଖାଯାଇଛି ।

କେନ୍ଦ୍ରୀୟ ବ୍ୟାଙ୍କ ଅନୁସାରେ ଖୁଚୁରା ମୁଦ୍ରାସ୍ପୀତି ଆର୍ଥିକ ବର୍ଷ 2021-22ର ତୃତୀୟ ତ୍ରୟମାସ (ଅକ୍ଟୋବରରୁ ଡିସେମ୍ବର)ରେ ଆହୁରି ଦୁର୍ବଳ ହୋଇ 4.3 ପ୍ରତିଶତକୁ ଆସିପାରେ । କୋରୋନା ଭାଇରସ ମହାମାରୀ ପ୍ରଭାବ ପରେ ଖୁଚୁରା ମୁଦ୍ରାସ୍ପୀତି ପ୍ରଥମ ଥର ଡିସେମ୍ବର ତ୍ରୟମାସରେ 6 ପ୍ରତିଶତ ପରିସରକୁ ଆସିଯାଇଛି । ମୁଦ୍ରାନୀତି ବୈଠକ ଶେଷ ପରେ ଆରବିଆଇ ଏ ସମ୍ବନ୍ଧରେ ସୂଚନା ଦେଇଛି । ତେବେ ଆଗାମୀ ଦିନରେ ଖୁଚୁରା ମୁଦ୍ରାସ୍ପୀତି ଆହୁରୀ ସରଳ ହେବା ଅନୁମାନ ପ୍ରକାଶ କରିଛି ଆରବିଆଇ । ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ପୀତି 2020 ଜୁନ ପରେ 6 ପ୍ରତିଶତ ଟପିଥିଲା । ସାଧାରଣତଃ ପରିବା ଦାମ ହ୍ରାସ ହେବା ପରେ ମୁଦ୍ରାସ୍ପୀତି ଦୁର୍ବଳ ହୋଇଥାଏ । ନଭେମ୍ବର ଓ ଡିସେମ୍ବର ସମୟରେ ପରିବା ଦାମରେ ଦେଖାଦେଇଥିବା ହ୍ରାସ ଦ୍ବାରା ମୁଦ୍ରାସ୍ପୀତି ହ୍ରାସରେ ପାଖାପାଖୀ 90 ପ୍ରତିଶତ ଯୋଗଦାନ ଦେଇଥାଏ ।

ଆରବିଆଇ କହିଛି ଯେ ଅଧିକ ତାଜା ଯୋଗାଣ ସହିତ ଚାହିଦା ପାର୍ଶ୍ୱରେ ସକ୍ରିୟ ହସ୍ତକ୍ଷେପ ପରିସ୍ଥିତିକୁ ଏକ ଅନୁକୂଳ ଦିଗକୁ ଠେଲି ଦେଇଛି । ରିଜର୍ଭ ବ୍ୟାଙ୍କ ପୂର୍ବାନୁମାନ କରିଛି ଯେ ନିକଟ ଭବିଷ୍ୟତରେ ପନିପରିବା ମୂଲ୍ୟ ନରମ ରହିବ ଏବଂ କିଛି ସିଲେକ୍ଟିଭ ଖାଦ୍ୟ ସାମଗ୍ରୀ କ୍ଷେତ୍ରରେ ମୂଲ୍ୟ ଚାପ ଜାରି ରହିବ ।

ଗତ କିଛି ମାସ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦାମ ବୃଦ୍ଧି ଘଟିଛି । ଏଥିସହ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ସ୍ତରରେ ପରୋକ୍ଷ ଟିକସ ଅଧିକ ରହିଛି । ଏହା ଦେଶରେ ପେଟ୍ରୋଲିୟମ ଉତ୍ପାଦକୁ ମହଙ୍ଗା କରିଛି । ଏହା ସହିତ ଶିଳ୍ପର କଞ୍ଚାମାଲର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଫଳସ୍ୱରୂପ, ଗତ କିଛି ମାସ ମଧ୍ୟରେ ସେବା ଏବଂ ଉତ୍ପାଦନ ହାର ମଧ୍ୟ ବୃଦ୍ଧି ପାଇଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.