ନୂଆଦିଲ୍ଲୀ: ଗୁରୁବାର ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋରେଟ ଦରକୁ 4 ପ୍ରତିଶତରେ ଅପରିବର୍ତ୍ତିତ ରଖିବା ନେଇ ଘୋଷଣା କରିଛି । ସେହିପରି ରିଭର୍ସ ରେପୋରେଟ 3.35 ପ୍ରତିଶତରେ ସ୍ଥିର ରହିଛି । ମୁଦ୍ରାନୀତି ସମିତିର 6 ଜଣିଆ କମିଟି ଏ ନେଇ ସମର୍ଥନ ରଖିଛନ୍ତି ।
ରୋପୋରେଟ ସ୍ଥିର ଅର୍ଥାତ ଆପଣଙ୍କ ଇଏମଆଇ ବା ଲୋନର ସୁଧ ଦର ଉପରେ କୌଣସି ରିଲିଫ ମିଳିବ ନାହିଁ ।
କୋରୋନା କାଳରେ ଏହା ତୃତୀୟ ମୁଦ୍ରାନୀତି ସମୀକ୍ଷା ବୈଠକ । ଏହା ପବର୍ବରୁ ଏମପିସି 2ଟି ବୈଠରେ ରେପୋରେଟ ଦରରୁ ମୋଟ 115 ବେସିସ ପଏଣ୍ଟ ହ୍ରାସ କରିଛି । ଏଥିସହ ଆର୍ଥିକ ବୃଦ୍ଧିକୁ ଗତି ଦେବା ପାଇଁ ରେପୋରେଟ ଦର ମୋଟ 2019 ଫେବୃଆରୀରୀ ପରଠୁ 2.50 ପଏଣ୍ଟ କମାଯାଇଛି ।
ଆରବିଆଇ ମୁଦ୍ରାନୀତି ବିବୃତ୍ତିର ମୁଖ୍ୟାଂଶ
- ବିଶ୍ବ ଅର୍ଥନୀତି ସ୍ଥିତି ଏବେ ବି ଦୁର୍ବଳ ରହିଛି ।
- ଦ୍ବିତୀୟ ତ୍ରୟମାସରେ ମଧ୍ୟ ମୁଦ୍ରାସ୍ପୀତି ଜାରି ରହିବା ଆଶା ରହିଛି ।
- ବର୍ଷର ଦ୍ବିତୀୟ ଭାଗ ( ଦ୍ବିତୀୟ ଛଅମାସ) ରେ ମହଙ୍ଗା ମାଡରୁ ଆଶ୍ବସ୍ତି ମିଳିପାରେ ।
- ଆର୍ଥିକ ବର୍ଷ 21ରେ ଜିଡିପି ନେଗେଟିଭ ରହିବା ଅନୁମାନ ରହିଛି ।
- ସୁଧ ହାର ହ୍ରାସ ହୋଇଛି ।
- କମ୍ପାନୀଙ୍କ ବଣ୍ଡରେ ରିସ୍କ ପ୍ରିମିୟମ କମିଛି ।
- ଏନବିଏଫସି ପାଇଁ ଏବେ ଫଣ୍ଡ ଏକତ୍ର ସହଜ ହୋଇଛି ।
- ଗ୍ରାମୀଣ ଅର୍ଥନୀତି ରିକଭରି ହେଉଛି ।
- ବିଦେଶୀ ମୁଦ୍ରା ଭଣ୍ଡାରରେ ବୃଦ୍ଧି ଜାରି ରହିଛି ।
ମୁଦ୍ରାସ୍ପୀତି ବୃଦ୍ଧିକୁ ଦୃଷ୍ଟିରେ ରଖି ଆରବିଆଇ ରେପୋରେଟ ହ୍ରାସ କରିପାରେ ବୋଲି ବିଭିନ୍ନ ବିଶେଷଜ୍ଞ ଓ ଆର୍ଥିକ ଏଜେନ୍ସି ପକ୍ଷରୁ ଆକଳନ କରୁଥିଲେ ସୁଦ୍ଧା ସେଭଳି କୌଣସି ନିର୍ଣ୍ଣୟ ନେଇନାହିଁ ଆରବିଆଇ । ଶେଷରେ ରେପୋରେଟ ଦରକୁ 4 ପ୍ରତିଶତରେ ଅପରବର୍ତ୍ତିକ ରଖିବାକୁ କମିଟି ନିଷ୍ପତ୍ତି ନେଇଛି ।
ଦେଶର ଅର୍ଥବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଆରବିଆଇ ତତ୍ପର । ଏଥିଯୋଗୁଁ ସ୍ଥିତିରୁ ପରଖି ଟଙ୍କା ଦେବାକୁ ଚାହୁଁଛି ମୁଦ୍ରାନୀତି ସମିତିର 6 ଜଣିଆ କମିଟି । ଘରୋଇ ଓ ବୈଷୟିକ ଅର୍ଥବ୍ୟବସ୍ଥା, ଅଭିବୃଦ୍ଧି ଦର, ମୁଦ୍ରାସ୍ପୀତି ହାର ଆଦିକୁ ନଜରରେ ରଖି ଆରବିଆଇ ରୋପୋରେଟ ଦର ହ୍ରାସ- ବୃଦ୍ଧି କରିଥାଏ ।