ନୂଆଦିଲ୍ଲୀ: ଏଣିକି KYC(know your customer) ପାଇଁ ଯିବକୁ ପଡିବନି ବ୍ୟାଙ୍କ । ଏ ସମ୍ପର୍କିତ ପ୍ରଣାଳୀରେ ପରିବର୍ତ୍ତନ କରି ନୂଆ ନିୟମ ଘୋଷଣା କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଏହା ଅନୁଯାୟୀ ଏବେ ଭିଡିଓ ଜରିଆରେ ଗ୍ରାହକଙ୍କ କେୱାଇସି ହୋଇପାରିବ ।
ଆରବିଆଇ ପକ୍ଷରୁ ମାଷ୍ଟର କେୱାଇସି ଗାଇଡଲାଇନରେ ସଂଶୋଧନ କରାଯାଇଥିଲା । ଅର୍ଥାତ ଏବେ ମୋବାଇଲ ଭିଡିଓରେ କଥାବାର୍ତ୍ତା ହୋଇ କେୱାଇସି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରାଯାଇପାରିବ । ବାଲେଟ ସର୍ବିସ ପୋଭାଇଡର୍ସ ଓ ଅନ୍ୟ ଆର୍ଥିକ ସେବା ପ୍ରଦାନ କରୁଥିବା କମ୍ପାନୀଙ୍କୁ ଏହି ଖବର ଆଶ୍ବସ୍ତ କରିଛି । ବିଶେଷ କରି ଦୂରରେ ରହୁଥିବା ଗ୍ରାହକଙ୍କ ପାଇଁ ଏହା ସହଜ ଓ ଶସ୍ତା ହେବ । ଏହା ବ୍ୟତିତ କେନ୍ଦ୍ର ବ୍ୟାଙ୍କ ପକ୍ଷରୁ ମଧ୍ୟ ଆଧାର ଓ ଅନ୍ୟ ଦସ୍ତାବିଜ ଜରିଆରେ କେୱାଇସି ତଥା ଡିଜିଟାଲ କେୱାଇସି ସୁବିଧା ପ୍ରଦାନ କରାଯାଇଛି ।
କେୱାଇସି ନିୟମରେ ସଂଶୋଧନ ନେଇ ଆରବିଆଇ ଜାରି କରିଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ଭିଡିଓ ଆଧାରିତ କଷ୍ଟମର ଆଇଡେଣ୍ଟିଫିକେସନ ପ୍ରୋସେସ (VCIP) କୁ ଗ୍ରାହକଙ୍କ ଅନୁମତିରେ ବିକଳ୍ପ ବ୍ୟବସ୍ଥା ଭାବେ ଉପସ୍ଥାପନ କରାଯାଇପାରିବ । ଯେପରି ଗ୍ରାହକଙ୍କ ଚିହ୍ନଟ ସହଜ ହୋଇପାରିବ ।
ଏପରି ହେବ ଭିଡିଓ କେୱାଇସି
ଏହି ନିୟମ ଅନୁଯାୟୀ ଦୂରଦୂରାନ୍ତର ସ୍ଥାନରେ ରହୁଥିବା ଫାଇନ୍ସାସିଆଲ ଇଣ୍ଟିଟ୍ୟୁସନର ଅଧିକାରୀ ପାନ କିମ୍ବା ଆଧାରକାର୍ଡ ଏବଂ କିଛି ପ୍ରଶ୍ନ ଜରିଆରେ ଗ୍ରାହକଙ୍କୁ ଚିହ୍ନିବେ । ଏହା ପରେ ଏଜେଣ୍ଟ ସୁନିଶ୍ଚିତ କରିବେ କି ଉକ୍ତ ଗ୍ରାହକ ଦେଶରେ ରହୁଛନ୍ତି । ଏହା କରିବା ପାଇଁ କଷ୍ଟମରଙ୍କ ଲୋକେସନକୁ କ୍ୟାପଚର କରିବାକୁ ହେବ ।