ମୁମ୍ବାଇ: 3 ସହକାରୀ ବ୍ୟାଙ୍କ (cooperative bank) ଉପରେ 23 ଲକ୍ଷ ଟଙ୍କା ତଣ୍ଡ କଷିଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ବିଭିନ୍ନ ନିୟମର ଉଲଙ୍ଘନ କରିବା ଯୋଗୁଁ ଆରବିଆଇ ମୁମ୍ବାଇର ମୋଗାଭିରା କୋଅପରେଟିଭ ବ୍ୟାଙ୍କ ଲିମିଟେଡ ସମେତ 3 ସହକାରୀ ବ୍ୟାଙ୍କ ଉପରେ ଏହି ଜୋରିମାନା ଲଗାଇଛି ।
ମୋଗାଭିରା କୋଅପରେଟିଭ ବ୍ୟାଙ୍କ ଲିମିଟେଡ ଉପରେ 12 ଲକ୍ଷ ଟଙ୍କା , ଇନ୍ଦାପୁର ଅର୍ବନ କୋଅପରେଟିଭ ବ୍ୟାଙ୍କ ଉପରେ 10 ଲକ୍ଷ ଟଙ୍କା ଓ ବାରାମତୀର ଦି ବାରାମତୀ ସହକାରୀ ବ୍ୟାଙ୍କ ଲିମିଟେଡ ଉପରେ 1 ଲକ୍ଷ ଟଙ୍କା ଜୋରିମାନା ଲାଗିଛି ।
ଆରବିଆଇ ମୋଗାବିରା କୋଅପରେଟିଭ ବ୍ୟାଙ୍କକୁ ନେଇ କହିଛି କି 2019 ମାର୍ଚ୍ଚ 31 ରେ ବ୍ୟାଙ୍କର ଆର୍ଥିକ ସ୍ଥିତି ଆଧାରରେ ଏହାର ନିରିକ୍ଷଣ ରିପୋର୍ଟରେ ଅନେକ ଖୁଲାସା ହୋଇଛି । ଏଥିରେ ଜଣାପଡିଛି କି ବ୍ୟାଙ୍କ ବିନା ଦାବି ଥିବା ଜମା ଧନକୁ ଜମାକର୍ତ୍ତା ଶିକ୍ଷା ଏବଂ ସଚେତନତା (DEA) କୋଷକୁ ସମ୍ପୁର୍ଣ୍ଣ ଭାବେ ହନ୍ତାନ୍ତରଣ କରିନାହିଁ । ଏଥିସହ ନିଷ୍କ୍ରିୟ ଖାତାର ବାର୍ଷିକ ସମୀକ୍ଷା ବି କରିନି ।
ଏପରିକି ବ୍ୟାଙ୍କରେ ଖାତାର ରିସ୍କ ସମ୍ବନ୍ଧୀୟ ବର୍ଗୀକରଣର ପର୍ଯ୍ୟାୟ ସମୀକ୍ଷା ନେଇ କୌଣସି ବ୍ୟବସ୍ଥା ହୋଇନାହିଁ ।