ETV Bharat / business

ସୁଧ ହାର ହ୍ରାସ ସଙ୍କେତ ଦେଲା ଆରବିଆଇ, କହିଲା ଆମ ମୁଣିରୁ ତୀର ଆହୁରି ସରିନି - ଆରବିଆଇ ଗଭର୍ଣ୍ଣର

ଆରବିଆଇ ଅଗଷ୍ଟ 6 ରେ ଜାରି କରିଥିବା ମୁଦ୍ରାନୀତି ସମୀକ୍ଷା ରିପୋର୍ଟରେ ରେପୋରେଟ ଅପରିବର୍ତ୍ତିତ ରଖିଛି । ଏହା ପୂର୍ବରୁ କେନ୍ଦ୍ରୀୟ ବ୍ୟାଙ୍କ ଗତ 2 ବୈଠକରେ ରେପୋ ହାର 1.15 ପ୍ରତିଶତ ହ୍ରାସ କରିଛି । ବର୍ତ୍ତମାନ ରେପୋରେଟ ଦର 4 ପ୍ରତିଶତ, ରିଭର୍ସ ରେପୋରେଟ 3.35 ପ୍ରତିଶତ ଅଛି । ଅଧିକ ପଢନ୍ତୁ..

ସୁଧ ହାର ହ୍ରାସ ସଙ୍କେତ ଦେଲା ଆରବିଆଇ, କହିଲା ଆମ ମୁଣିରୁ ତୀର ଆହୁରୀ ସରିନି

author img

By

Published : Aug 27, 2020, 4:23 PM IST

ମୁମ୍ବାଇ: ଆଗକୁ ସୁଧ ହାର ଆହୁରୀ ହ୍ରାସ ନେଇ ସଙ୍କେତ ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଏ ନେଇ ଗୁରୁବାର ଦାସ କହିଛନ୍ତି କି କୋଭିଡ-19 ମହାମାରୀ କବଳରୁ ଅର୍ଥବ୍ୟବସ୍ଥାକୁ ମୁକୁଳାଇବା ପାଇଁ କରାଯାଇଥିବା ଉପାୟକୁ ଶୀଘ୍ର ହଟାଯିବ ନାହିଁ ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ କାର୍ଯ୍ୟକ୍ରମରେ କହିଛନ୍ତି, ସୁଧ ହାର ହ୍ରାସ ହେଉ କିମ୍ବା ଅନ୍ୟାନ୍ୟ ନୀତିଗତ ପଦକ୍ଷେପ, ଆମର କ୍ୱିଭର (ଧନୁ ମୁଣି ) ରୁ ତୀର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ।

ଆରବିଆଇ ଅଗଷ୍ଟ 6 ରେ ଜାରି କରିଥିବା ମୁଦ୍ରାନୀତି ସମୀକ୍ଷା ରିପୋର୍ଟରେ ରେପୋରେଟ ଅପରିବର୍ତ୍ତିତ ରଖିଛି । ଏହା ପୂର୍ବରୁ କେନ୍ଦ୍ରୀୟ ବ୍ୟାଙ୍କ ଗତ 2 ବୈଠକରେ ରେପୋ ହାର 1.15 ପ୍ରତିଶତ ହ୍ରାସ କରିଛି । ବର୍ତ୍ତମାନ ରେପୋରେଟ ଦର 4 ପ୍ରତିଶତ, ରିଭର୍ସ ରେପୋରେଟ 3.35 ପ୍ରତିଶତ ଓ ଏମସିଏଫ 4.25 ପ୍ରତିଶତ ଅଛି । ତେବେ ମହାମାରୀ ଲକଡାଉନ ପରେ ଅର୍ଥବ୍ୟବସ୍ଥାକୁ ମଜବୁତର ସହ ପୁଣି ଟ୍ରାକକୁ ଆଣିବା ପାଇଁ ସାବଧାନ ରହିବାକୁ ହେବ ବୋଲି ଦାସ ମତ ରଖିଛନ୍ତି ।

ସେ କହିଛନ୍ତି ଯେ ଥରେ କୋଭିଡ -19 ମହାମାରୀର ପ୍ରକୋପ ଏବଂ ଅନ୍ୟାନ୍ୟ ଦିଗ ଉପରେ ସ୍ପଷ୍ଟତା ପ୍ରକାଶ ପରେ ଆରବିଆଇ ମୁଦ୍ରାସ୍ଫୀତି ଏବଂ ଅର୍ଥନୈତିକ ଅଭିବୃଦ୍ଧି ଉପରେ ପୂର୍ବାନୁମାନ କରିବା ଆରମ୍ଭ କରିବ। ସେ କହିଛନ୍ତି ଯେ ସାମଗ୍ରିକ ଭାବେ ବ୍ୟାଙ୍କିଙ୍ଗ କ୍ଷେତ୍ର ଲଗାତାର ଭାବରେ ଦୃଢଏବଂ ସ୍ଥିର ରହିଛି ଏବଂ ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କଗୁଡିକର ଏକୀକରଣ ସଠିକ ଦିଗରେ ଏକ ପଦକ୍ଷେପ। ଦାସ କହିଛନ୍ତି ଯେ ବ୍ୟାଙ୍କର ଆକାର ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଦକ୍ଷତା ଅଧିକ ଜରୁରୀ ।

ସେ କହିଛନ୍ତି ଯେ ଏହା ସ୍ପଷ୍ଟ ଯେ ବ୍ୟାଙ୍କଗୁଡିକ ଚାପର ସମ୍ମୁଖୀନ ହେବେ, କିନ୍ତୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ବ୍ୟାଙ୍କଗୁଡିକ କିପରି ଚ୍ୟାଲେଞ୍ଜର ମୁକାବିଲା କରିବେ ଏବଂ ଏହାର ପ୍ରତିକ୍ରିୟା ରଖିବେ ।

ବଡ କଥା ହେଉଛି କି ଆରବିଆଇ ଗଭର୍ଣ୍ଣରଙ୍କ ଏହି ବିବୃତ୍ତି ପରେ ଟଙ୍କା ଉପରେ ସକରାତ୍ମକ ପ୍ରଭାବ ପଡିଛି । ଆମେରିକା ଡଲାର ତୁଳନାରେ ଟଙ୍କା 40 ପଇସା ମଜବୁତ ହୋଇ 73.90 ଟଙ୍କାରେ ପହଞ୍ଚିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.