ETV Bharat / business

RBIର ବଡ ଘୋଷଣା, 4.4%କୁ ଖସିଲା ସୁଧ ହାର

ଶସ୍ତା ହେଲା ସୁଧ ଦର । ଇତିହାସରେ ସର୍ବାଧିକ ରେପାରେଟ ଦର ହ୍ରାସ । ଏଥିସହ ଗ୍ରାହକଙ୍କୁ ଇଏମଆଇ ଚିନ୍ତାରୁ ବି ମୁକ୍ତି ଦେଇଛି ଆରବିଆଇ ।

RBI Governor Press Conference, Repo rate cut by 75 bps to 4.4%
ଆରବିଆର ବଡ ଘୋଷଣା , 4.4% କୁ ଖସିଲା ସୁଧ ହାର
author img

By

Published : Mar 27, 2020, 11:37 AM IST

Updated : Mar 27, 2020, 12:16 PM IST

ନୂଆଦିଲ୍ଲୀ: ଲକଡାଉନ ମଧ୍ୟରେ ଆରବିଆଇର ବଡ ପଦକ୍ଷେପ । କୋରୋନା ସଙ୍କଟକୁ ନଜରରେ ରଖି ହ୍ରାସ କଲା ରେପୋରେଟ ଦର । ଇତିହାସରେ ପ୍ରଥମ ଥର ରେପୋରେଟ ଦର 75 ବେସିସ ପଏଣ୍ଟ କମାଯାଇଛି । ଫଳରେ ବ୍ୟାଙ୍କ ଋଣ କ୍ଷମତା ବୃଦ୍ଧି ପାଇବା ସହ ଗ୍ରାହକ କମ ସୁଧରେ ଅଧିକ ଲୋନ ପାଇପାରିବେ ।

ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ରେପାରେଟ ଦରକୁ 75 ବେସିସ ପଏଣ୍ଟ କମାଇ 4.4% ରଖିଛନ୍ତି । ରିଭର୍ସ ରେପୋରେଟକୁ ମଧ୍ୟ ୪ ପ୍ରତିଶତକୁ ହ୍ରାସ ପାଇଛି । ସେହିପରି ବର୍ତ୍ତମାନର ମାନ୍ଦା ସମୟରେ ଗ୍ରାହକଙ୍କୁ ଆୟରେ ସନ୍ତୁଳନ ରକ୍ଷା କରିବାକୁ 3 ମାସ ପର୍ଯ୍ୟନ୍ତ ଇଏମଆଇ ଭରିବା ଚିନ୍ତାରୁ ମୁକ୍ତି ଦିଆଯାଇଛି । ରେପୋରେଟ ଦର ହ୍ରାସ ଦ୍ବାରା ଗୃହ,କାର, ବ୍ୟକ୍ତିଗତ ଓ ଶିକ୍ଷାଗତ ଋଣ ଶସ୍ତା ହେବ ।

ଶକ୍ତିକାନ୍ତ କହିଛନ୍ତି ଯେ, ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ହ୍ରାସ ଯୋଗୁଁ ଅର୍ଥନୀତି ଉପରୁ ଚାପ ହଟିଛି । ଏଥିପାଇଁ ରେପୋରେଟ ଦରକୁ କମାଇ ଦିଆଯାଇଛି । ପ୍ରକାଶ ଯେ, ଗତ 2 ମୁଦ୍ରାନୀତି ବୈଠକରେ ଆରବିଆଇର ରୋପୋରେଟ ଦରରେ କୌଣସି ପରିବର୍ତ୍ତନ କରାଯାଇନଥିଲା । କୋରୋନା ମହାମାରୀର ମୁକାବିଲା ପାଇଁ ସମସ୍ତଙ୍କୁ ଏକଜୁଟ ହେବାକୁ ପଡିବ । ଆରବିଆଇର ଏହି ପଦକ୍ଷେପ କୋଟି କୋଟି ଲୋକଙ୍କ ଆର୍ଥିକ ପରିସ୍ଥିତିକୁ ନିୟନ୍ତ୍ରଣ କରିବ ବୋଲି ଦାସ କହିଛନ୍ତି ।

ପ୍ରକାଶ ଯେ, କୋରୋନା ପ୍ରଭାବରୁ ମୁକୁଳିବା ପାଇଁ ପଦକ୍ଷେପ ନେଇ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡରାଲ ରିଜର୍ଭ ଅଚାନକ ସୁଧ ଦରରେ କମାଇଥିଲା । ହେଲେ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ଶକ୍ତିକାନ୍ତ ଏତେଟା କିଛି ସଙ୍କେତ ଦେଇନଥିଲେ । ଏଥିପାଇଁ ଏପ୍ରିଲ 3ରେ ହେବାକୁ ଥିବା ମୁଦ୍ରାନୀତି ବୈଠକରେ ରେପୋରେଟ କମିବ ବୋଲି ଆଶା ଥିଲା । କିନ୍ତୁ କୋରୋନାର ପ୍ରଭାବକୁ ନଜରରେ ରଖି ଗଭର୍ଣ୍ଣର ସୁଧ ହାର ଶସ୍ତା କରିଛନ୍ତି ।

Last Updated : Mar 27, 2020, 12:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.