ETV Bharat / business

ବ୍ୟାଙ୍କ ପ୍ରମୁଖଙ୍କ ସହ ଶକ୍ତିକାନ୍ତଙ୍କ ବୈଠକ, ଆର୍ଥିକ ସ୍ଥିତିର କଲେ ସମୀକ୍ଷା - ଆର୍ଥିକ ସ୍ଥିତି ଉପରେ ଶକ୍ତିକାନ୍ତଙ୍କ ଚର୍ଚ୍ଚା

ବ୍ୟାଙ୍କ ପ୍ରମୁଖଙ୍କ ସହ ଅର୍ଥବ୍ୟବସ୍ଥାର ସ୍ଥିତି ସମ୍ବନ୍ଧରେ ଆଲୋଚନା କଲେ ଶକ୍ତିକାନ୍ତ । ବିଭିନ୍ନ କ୍ଷେତ୍ରର ଋଣ ପ୍ରବାହ, ଏନବିଏଫସି, କ୍ଷୁଦ୍ର ଆର୍ଥିକ ସଂସ୍ଥାନ , ହାଉସିଙ୍ଗ କମ୍ପାନୀ, ମ୍ୟୁଚୁଆଲ ଫଣ୍ଡ ଆଦି ନଗଦ ସ୍ଥିତି ନେଇ ହୋଇଛି ଆଲୋଚନା । ଅଧିକ ପଢନ୍ତୁ...

RBI Governor meets MD of banks
ବ୍ୟାଙ୍କ ପ୍ରମୁଖଙ୍କ ସହ ଶକ୍ତିକାନ୍ତଙ୍କ ବୈଠକ, ଆର୍ଥିକ ସ୍ଥିତର କଲେ ସମୀକ୍ଷା
author img

By

Published : May 2, 2020, 10:40 PM IST

ନୂଆଦିଲ୍ଲୀ: ଶନିବାର ବ୍ୟାଙ୍କ ପ୍ରମୁଖଙ୍କୁ ଭେଟି ଆଲୋଚନା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଏହି ବୈଠକରେ କୋରୋନା ସଙ୍କଟ ମଧ୍ୟରେ ଆର୍ଥିକ ସ୍ଥିତି ଓ ଆରବିଆଇ ଦ୍ବାରା ଘୋଷଣା ହୋଇଥିବା ଯୋଜନାର କାର୍ଯ୍ୟକାରିତା ନେଇ ସମୀକ୍ଷା କରାଯାଇଛି । ଦୁଇଟି ଅଧିବେଶନରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ହୋଇଛି ।

ବୈଠକ ପରେ ଆରବିଆଇ ନିଜ ବିବୃତ୍ତିରେ କହିଛି ଯେ, ଏହି ବୈଠକରେ ସାର୍ବଜନୀକ ଓ ଘରୋଇ କ୍ଷେତ୍ର ବ୍ୟାଙ୍କ ପ୍ରବନ୍ଧ ନିର୍ଦ୍ଦେଶକ ଓ ସିଇଓ ସାମିଲ ହୋଇଥିଲେ । ବୈଠକ ଆରମ୍ଭରେ ଶକ୍ତିକାନ୍ତ ଲକଡାଉନ ସମୟରେ ବ୍ୟାଙ୍କ କାର୍ଯ୍ୟ ଜାରି ରଖିବା ପ୍ରୟାସକୁ ପ୍ରୋତ୍ସାହିତ କରିଥିଲେ ।

ତେବେ ଏହି ବୈଠକରେ ଅନ୍ୟ ସବୁ ଆଲୋଚନା ବ୍ୟତିତ ଆର୍ଥିକ ସ୍ଥିତି ଓ ସ୍ଥିରତା ନେଇ ଚର୍ଚ୍ଚା କରାଯାଇଛି । ଏଥିସହ ବୈଠକରେ ଅର୍ଥବ୍ୟବସ୍ଥାର ବିଭିନ୍ନ କ୍ଷେତ୍ରର ଋଣ ପ୍ରବାହ, ଏନବିଏଫସି, କ୍ଷୁଦ୍ର ଆର୍ଥିକ ସଂସ୍ଥାନ, ହାଉସିଙ୍ଗ କମ୍ପାନୀ, ମ୍ୟୁଚୁଆଲ ଫଣ୍ଡ ଆଦି ନଗଦ ସ୍ଥିତି ନେଇ ଆଲୋଚନା ହୋଇଥିଲା । ବୈଠକରେ ଲକଡାଉନ ପରେ ଋଣ ପ୍ରବାହ, ପୁଞ୍ଜି ବ୍ୟବସ୍ଥା ଓ ଏମଏସଏମଇକୁ ଋଣ ପ୍ରଦାନ ନେଇ ମଧ୍ୟ ବିଚାର ବିମର୍ଷ କରାଯାଇଛି ।

ଏଥିହ ବିବୃତ୍ତିରେ କୁହାଯାଇଛି ଯେ, ସମଗ୍ର ବିଶ୍ବରେ ଅର୍ଥବ୍ୟବସ୍ଥା ମନ୍ଥରକୁ ନଜରରେ ରଖି ବ୍ୟାଙ୍କର ବିଦେଶରେ ରହିଥିବା ଶାଖାଗୁଡିକ ଉପରେ ଦୃଷ୍ଟି ନେଇ ମଧ୍ୟ କୁହାଯାଇଛି । ଆରବିଆଇ ଋଣ ନେଉଥିବା ଗ୍ରାହକ, ଋଣଦାତା ଓ ମ୍ୟୁଚୁଆଲ ଫଣ୍ଡ ସମତେ ଅନ୍ୟ ସଂସ୍ଥାନ ଉପରେ ରହିଥିବା ଚାପକୁ କମ କରିବାକୁ ବହୁ ଯୋଜନା ସହ ପ୍ୟାକେଜର ଘୋଷଣା କରିଛନ୍ତି ।

ପ୍ରକାଶ ଯେ, 2020 ଫେବୃଆରୀରୁ ଆରବିଆଇ ଅର୍ଥବ୍ୟବସ୍ଥାକୁ ବୁଷ୍ଟର ଦେବା ପାଇଁ ଜିଡିପି 3.2 ପ୍ରତିଶତ ନଗଦ ଅର୍ଥ ଯୋଗାଇଛି । ଏଥିସହ ଆରବିଆଇ ରେପୋରେଟ ଦରକୁ 0.75 ପ୍ରତିଶତ ହ୍ରାସ କରି 4.4 ପ୍ରତିଶତ ରଖିଛନ୍ତି । ଯାହାକି 11 ବର୍ଷର ସର୍ବନିମ୍ନ ସ୍ତର । ଏଥିସହ ରିଭର୍ସ ରେପୋରେଟ ଦର 3.75 ପ୍ରତିଶତକୁ ହ୍ରାସ କରାଯାଇଛି । ଫଳରେ ବ୍ୟାଙ୍କ ଅଧିକ ଋଣ ଦେବା ପାଇଁ ସମର୍ଥ ହୋଇପାରିବ ।

@PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.