ETV Bharat / business

ମହାମାରୀ ଦ୍ବିତୀୟ ଲହରରେ ଧୋଇଗଲା 2 ଲକ୍ଷ କୋଟିର ଉତ୍ପାଦନ - ଆରବିଆଇ

କୋଭିଡ ଦ୍ବିତୀୟ ଲହର ପ୍ରଭାବରେ ଦେଶ 2 ଲକ୍ଷ କୋଟି ଟଙ୍କାର ଉତ୍ପାଦନ କ୍ଷତି ସହିଛି । ରିଜର୍ଭ ବ୍ୟାଙ୍କର ଏକ ଅଫିସିଆଲ ଲେଖାରେ ଏ ନେଇ ପ୍ରକାଶ ହୋଇଛି । ଅଧିକ ପଢନ୍ତୁ...

ମହାମାରୀ ଦ୍ବିତୀୟ ଲହରରେ  ଧୋଇଗଲା 2 ଲକ୍ଷ କୋଟିର ଉତ୍ପାଦନ

author img

By

Published : Jun 18, 2021, 7:41 PM IST

ମୁମ୍ବାଇ: କୋରୋନା ଭାଇରସ ମହାମାରୀର ବିନାଶକାରୀ ଦ୍ବିତୀୟ ଲହରରେ ଲମ୍ବି ଚାଲିଛି କ୍ଷତିର ଲମ୍ବା ଚିଠା । ଏପ୍ରିଲ-ମେ ମାସରେ କାୟା ବିସ୍ତାର କରିଥିବା କୋଭିଡ ଦ୍ବିତୀୟ ଲହର ପ୍ରଭାବରେ ଦେଶ 2 ଲକ୍ଷ କୋଟି ଟଙ୍କାର ଉତ୍ପାଦନ କ୍ଷତି ସହିଛି । ରିଜର୍ଭ ବ୍ୟାଙ୍କର ଏକ ଅଫିସିଆଲ ଲେଖାରେ ଏ ନେଇ ପ୍ରକାଶ ହୋଇଛି ।

ଏଥିରେ କୁହାଯାଇଛି କି, ଗତ ବର୍ଷ ଦେଶବ୍ୟାପି ଲକଡାଉନ ପରେ ଏଥର ଦ୍ବିତୀୟ ଲହର ପ୍ରତିହିତ ପାଇଁ ରାଜ୍ୟ ସ୍ତରରେ ଲାଗୁ ହୋଇଛି ତାଲାବନ୍ଦ । ଯାହା ଫଳରେ ଘରୋଇ ଚାହିଦା ପ୍ରବଳ ହ୍ରାସ ହୋଇଛି । ଯେଉଁଥିପାଇଁ ଉତ୍ପାଦନ ପାଣିରେ ପଡିଛି । ଆଉ କ୍ଷତି ପରିମାଣ ବଢିଛି ।

ଆରବିଆଇର ମାସିକ ପତିକ୍ରାରେ ପ୍ରକାଶିତ ଅର୍ଥବ୍ୟବସ୍ଥାର ସ୍ଥିତି ଉପରେ କେନ୍ଦ୍ରୀୟ ବ୍ୟାଙ୍କର ଏହି ଲେଖାରେ କୁହାଯାଇଛି କି, ବିଭିନ୍ନ ପ୍ରତିକୂଳ ପ୍ରଭାବ ଯୋଗୁଁ 2 ଲକ୍ଷ କୋଟି ଟଙ୍କାର ଉତ୍ପାଦନର କ୍ଷତି ହୋଇଛି ।

ଏହା ବ୍ୟତିତ ଏହି ଲହର ପ୍ରଭାବର ଛୋଟ ସହର ଓ ଗାଁରେ ମଧ୍ୟ ପଡିଛି । ଏହାଦ୍ବାରା ଗ୍ରାମାଞ୍ଚଳ ଚାହିଦା ଉପରେ ପ୍ରତିକୂଳ ପ୍ରଭାବ ପଡିଛି । ସରକାରୀ ଖର୍ଚ୍ଚରେ ଗତ ବର୍ଷ ଯେଉଁ ଅସଧାରଣ ବୃଦ୍ଧି ଦେଖିବାକୁ ମିଳିଥିଲା, ଏଥର ସ୍ଥିତି ସେହିଭଳି ରହିବା ସମ୍ଭାବନା ନାହିଁ । ତେବେ ଶୁଭ ଖବର କି ଯୋଗାଣ ସ୍ଥିତି ସହ ଜଡିତ ଅନେକ ମାମଲାରେ ସ୍ଥିତି ଭଲ ରହିଛି । ଏଥିରେ କୃଷି ଓ ସମ୍ପର୍କ ରହିତ ସେବା (ଡିଜିଟାଲ ସେବା) ସାମିଲ ରହିଛି । ଯାହା ମହାମାରୀ ମଧ୍ୟରେ ବି ପୂର୍ବ ଭଳି ରହିଛି । ସେପଟେ ଔଦ୍ୟୋଗିତ ଉତ୍ପାଦନ ଓ ରପ୍ତାନୀ ମଧ୍ୟ ବଢିଛି ।

ଆଗାମୀ ଦିନରେ କୋଭିଡ-19 ଟିକାକରଣର ଗତି ଓ ଆର୍ଥିକ ପୁନରୁଦ୍ଧାର ରାସ୍ତା ନିର୍ଦ୍ଧାରଣ କରିବ । ତେବେ ଟିକା ସ୍ବଂୟ ମହାମାରୀକୁ ବିନାଶ କରିପାରିବ ନାହିଁ । ଆମକୁ ଭାଇରସ ସହ ବଞ୍ଚିବା ପାଇଁ ଶିଖିବାକୁ ହେବ । ଟିକା ସହ ସ୍ବାସ୍ଥ୍ୟ ସେବା , ଲଜିଷ୍ଟିକ ଓ ଅନୁସନ୍ଧାନରେ ନିବେଶ ବଢାଇବା ଜରୁରୀ ଅଟେ ବୋଲି ଆରବିଆଇର ଏହି ଲେଖାରେ ରହିଛି ।

ତେବେ ଏହି ଲେଖାରେ ସ୍ପଷ୍ଟ କରାଯାଇଛି କି ଏଥିରେ ଲେଖକ ନିଜ ବିଚାର ରଖିଛନ୍ତି । ଏଥିପାଇଁ ଆରବିଆଇ ସହମତ ବୋଲି କିଛି ଜରୁରୀ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.