ନୂଆଦିଲ୍ଲୀ: ଯଦି ଆପଣ ଏବେ ସୁଦ୍ଧା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ KYC ଡିଟେଲ ଅପଡେଟ କରିନାହାନ୍ତି , ତେବେ ଆପଣ ଚିନ୍ତିତ ହୁଅନ୍ତୁ ନାହିଁ । KYC ଅପଡେଟ ହୋଇନଥିଲେ ବି ବ୍ୟାଙ୍କମାନେ କୌଣସି କଟକଣା ଲାଗୁ କରିପାରିବେ ନାହିଁ । ବ୍ୟାଙ୍କ ଗ୍ରାହକଙ୍କୁ ଆଶ୍ବସ୍ତି ଦେଇ ଆରବିଆଇ କରିଛି ଏ ନେଇ ବଡ ଘୋଷଣା ।
ଆରବିଆଇ ଘୋଷଣା ଅନୁସାରେ ବ୍ୟାଙ୍କ KYC ଅପଡେଟ ପାଇଁ ସମୟସୀମା ଡିସେମ୍ବର 31 ଯାଏଁ ବୃଦ୍ଧି ହୋଇଛି । ଏଥିପାଇଁ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଦେଇଛି ଆରବିଆଇ । ଏହା ଅନୁସାରେ ବ୍ୟାଙ୍କ ଖାତା ପାଇଁ ନିଜ ତଥ୍ୟ ଅପଡେଟ କରିପାଇଁ ଗ୍ରାହକଙ୍କୁ ଡିସେମ୍ବର ଯାଏଁ ସମୟ ମିଳିବ ।
କୋରୋନାର ଦ୍ବିତୀୟ ଲହର ଭୟବହତାକୁ ଦୃଷ୍ଟିରେ ରଖି ବହୁ ରାଜ୍ୟ ଓ ସହାରଞ୍ଚଳରେ ଲକଡାଉନ କଟକଣା ଲାଗୁ ହୋଇଛି । ଏଣୁ ଗ୍ରାହକଙ୍କୁ ପର୍ଯ୍ୟାୟକ୍ରମ KYC ଅପଡେଟ କରିବା ପାଇଁ ସେମାନଙ୍କ ଉପରେ ଚାପ ନ ପକାଇବାକୁ ଆରବିଆଇ ବ୍ୟାଙ୍କ ମାନଙ୍କୁ ପରାମର୍ଶ ଦେଇଛି । କୁହାଯାଇଛି କି ଯଦି କୌଣସି ଗ୍ରାହକ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ KYC ଅପଡେଟ କରିବେ ନାହିଁ , ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ଠିକ ନୁହେଁ । ହେଲେ କୌଣସି ନିୟାମକ କିମ୍ବା ପ୍ରବର୍ତ୍ତନ ଏଜେନ୍ସି ବା ଆଇନ କାରଣରୁ ବ୍ୟାଙ୍କ ଖାତା ଉପରେ ପ୍ରତିବନ୍ଧକ ଲାଗୁ ହୁଏ ତେବେ ତାହାକୁ ଅନୁମତି ଦିଆଯିବ । ଏହା ବାଦ ବ୍ୟାଙ୍କ ଗ୍ରାହକଙ୍କୁ କେୱାଇସି ଡିଟେଲ ଅପଡେଟ କରିବା ପାଇଁ 2021 ଡିସେମ୍ବର 31 ଯାଏ ସମୟ ଦିଆଯିବ ।
ତେବେ ଏହି ଅବଧି ମଧ୍ୟରେ ଗ୍ରାହକ ସେମାନଙ୍କ KYC ଅପଡେଟ କରିବା ଜରୁରୀ ବୋଲି ବ୍ୟାଙ୍କ ସୂଚାଇ ଦେଇଛି । ପ୍ରକାଶ ଯେ, ଯଦି ବ୍ୟାଙ୍କ ଆକାଉଣ୍ଟରେ କେୱାଇସି ଅପଡେଟ କରାଯାଉନାହିଁ , ତେବେ ଏହାର ଅର୍ଥ କି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରାଯାଇପାରେ । ଫଳରେ ନା ଆପଣ ଟଙ୍କା ଡିପୋଜିଟ କରିପାରିବେ ନା ଉଠାଣ କରିପାରିବେ । ତେବେ କୋରୋନା ସଙ୍କଟକୁ ଦୃଷ୍ଟିରେ ରଖି ଗ୍ରାହକଙ୍କୁ ରିଲିଫ ଦେବା ପାଇଁ ଅନେକ ବ୍ୟାଙ୍କ ନିକଟରେ ଇମେଲ ବା ପୋଷ୍ଟ ଜରିଆରେ କେୱାଇସି ଅପଡେଟ କରିବା ସୁବିଧା ଦେଉଛି । ଏଥିରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ମଧ୍ୟ ସାମିଲ ରହିଛି । ଏଥିସହ ଅନେକ ବ୍ୟାଙ୍କ ଏବେ ଡିଜିଟାଲ KYC ସୁବିଧା ଆରମ୍ଭ କରିଛି । ଏଥିରେ ଭିଡିଓ କଲ ଜରିଆରେ କେୱାଇସି ଅପଡେଟ କରାଯାଇପାରେ ।