ନୂଆଦିଲ୍ଲୀ: ନୂଆ ବର୍ଷରେ ଆରବିଆଇର ନୂଆ ପରିକଳ୍ପନା । ଏଣିକି ସହଜରେ ଆସଲି-ନକଲି ନୋଟ ଜାଣିପାରିବେ ଦୃଷ୍ଟିବାଧିତ । ଏଥିପାଇଁ ଏକ ସ୍ବତନ୍ତ୍ର ଆପ ଆଣିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ବୁଧବାର ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ଆପର ଶୁଭାରମ୍ଭ କରିଛନ୍ତି ।
ଏହାକୁ ମୋବାଇଲ ଏଡେଡ ନୋଟ ଆଇଡେଣ୍ଟଫାୟର ନାଁରେ ଜଣାଯାଏ । ଏହି ଆପକୁ ମାଗଣାରେ ଆପଣ ଗୁଗୁଲ ପ୍ଲେ ଷ୍ଟୋରରୁ ଓ iOS ରୁ ଡାଉନଲୋଡ କରିପାରିବେ ।
ଏହି ନୂଆ ଆପ୍ଲିକେସନ ମାଧ୍ୟମରେ ମୋବାଇଲ ରିୟର କ୍ୟାମେରା( rear camera) ଆଗରେ ନୋଟକୁ ରଖାଯିବ ରଖାଯିବ । ଏହା ମହାତ୍ମ ଗାନ୍ଧୀ ସିରିଜକୁ ଜାଣିବାରେ ସହଯୋଗ କରି ଅସଲି -ନକଲୀ ନୋଟ ନେଇ ଅବଗତ କରାଇବ । ଜଣେ ଅଧିକାରୀ କହିଛନ୍ତି ଯେ, ଏହି ଆପ ଅଡିଓ ଜରିଆରେ ବ୍ୟବହାରକାରୀଙ୍କୁ ସବୁ ଡାଟା ଦେବ । ଅର୍ଥାତ ଯଦି ନୋଟର ଫଟୋ ଠିକ ଭାବରେ ଉଠାଯାଇଥିବ ତେବେ ୟୁଜରଙ୍କୁ ଅଡିଓ ନୋଟିଫିକେସନ ଜଣାଇଦେବ । ଆଉ ଯଦି ଫଟୋ ଭଲରେ ନିଆଯାଇ ନଥିବ ତେବେ ଆପ ଆଉ ଥରେ ଚେଷ୍ଟା କରିବା ପାଇଁ କହିବ ।
ବର୍ତ୍ତମାନର ନୋଟରେ ଦୃଷ୍ଟିବାଧିତାଙ୍କୁ ସାହାଯ୍ୟ ପାଇଁ ଇଣ୍ଟିଗ୍ଲିଓ ପ୍ରିଣ୍ଟିଙ୍ଗ ଆଧାରିତ ଚିହ୍ନ ଦିଆଯାଇଛି । ଏହା 100 କିମ୍ବା ଏହାଠାରୁ ଉର୍ଦ୍ଧ୍ବ ନୋଟରେ ଦିଆଯାଇଛି । 2016ରେ 500 ଏବଂ1000 ଟଙ୍କିଆ ପୁରୁଣା ନୋଟ ପ୍ରଚଳନ ବନ୍ଦ କରିବା ପରେ ଏହି ଡିଜାଇନ ପ୍ରସ୍ତୁତ କରାଯାଇଥିଲା । ବିମୁଦ୍ରିକରଣ ପରେ ଏବେ 10, 20, 50, 100, 200, 500 ଏବଂ 2000ଟଙ୍କିଆ ନୋଟ ପ୍ରଚଳନ ହେଉଛି ।