ETV Bharat / business

କୋଭିଡ ମୁକାବିଲା ପାଇଁ ଆରବିଆଇର ବଡ ଘୋଷଣା, ଋଣ ବଣ୍ଟନକୁ ଦିଆଯାଉ ଗୁରୁତ୍ବ - କୋଭିଡ ମୁକାବିଲା ପାଇଁ ଆରବିଆଇର ବଡ ଘୋଷଣା

ଅର୍ଥବ୍ୟବସ୍ଥାକୁ ଏହି ସଙ୍କଟରୁ ମୁକୁଳାଇବା ପାଇଁ ଆରବିଆଇର ବଡ ଘୋଷଣା । ଭ୍ୟକ୍ସିନ ନିର୍ମାତା, ହସ୍ପିଟାଲ ଆଦିକୁ ଋଣ ଉପଲବ୍ଧ ଓ କୋଭିଡ ସମ୍ବନ୍ଧୀୟ ହେଲଥକେୟାର ଭିତ୍ତିଭୂମି ପାଇଁ ସ୍ବତନ୍ତ୍ର ପାଣ୍ଠିର ହୋଇଛି ଘୋଷଣା । ଅଧିକ ପଢନ୍ତୁ..

କୋଭିଡ ମୁକାବିଲା ପାଇଁ ଆରବିଆଇର ବଡ ଘୋଷଣା, ଋଣ ବଣ୍ଟନକୁ ଦିଆଯାଉ ଗୁରୁତ୍ବ

author img

By

Published : May 5, 2021, 4:09 PM IST

ନୂଆଦିଲ୍ଲୀ: କୋଭିଡ ପ୍ରଭାବିତ ଅର୍ଥନୀତିକୁ ବୁଷ୍ଟର ଦେବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ସ୍ବତନ୍ତ୍ର ସଞ୍ଜିବନୀ । ବୁଧବାର ପ୍ରେସ କନଫରେନ୍ସ କରି ଅନେକ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ସେ କହିଛନ୍ତି କି ବର୍ତ୍ତମାନ କୋରୋନା ସ୍ଥିତିର ଯାଞ୍ଚ ଜାରି ରଖିଛି ଆରବିଆଇ । ବିଶେଷ କରି ନାଗରିକ , ବ୍ୟବସାୟିକ ସଂସ୍ଥା ଓ ପ୍ରତିଷ୍ଠାନ ଉପରେ ନଜର ରହିଛି । କୋରୋନାର ପ୍ରଥମ ଲହର ପରେ ଭୁଶୁଡିପଡିଥିବା ଅର୍ଥନୀତି ପୁଣି ଅଣ୍ଟା ସଳଖୁଥିବା ବେଳେ ଦ୍ବିତୀୟ ଲହର ସଙ୍କଟ ବଢାଇଛି । ଏଣୁ ଭାଇରସ ସହ ଲଢିବା ପାଇଁ ଆମକୁ ଆମ ଉତ୍ସକୁ ସଠିକ ଭାବେ ପରିଚାଳନା କରିବାକୁ ହେବ ।

ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ 50 ହଜାର କୋଟି ଟଙ୍କାର ଫଣ୍ଡ ଘୋଷଣା ଆଜିର ମୁଖ୍ୟ କେନ୍ଦ୍ର ବିନ୍ଦୁ ରହିଥିବା ବେଳେ ଋଣ ବଣ୍ଟନକୁ ପ୍ରାଧାନ୍ୟ , ହାଲୁକା କରିଛି ଆର୍ଥିକ ସଙ୍କଟ ବୋଝ ।

ରିଜର୍ଭ ବ୍ୟାଙ୍କ ଆଗାମୀ 15 ଦିନରେ 35000 କୋଟି ଟଙ୍କା ସରକାରୀ ସିକ୍ୟୁରିଟିଜ କିଣିବ । 35000 କୋଟି ଟଙ୍କାର ସରକାରୀ ସିକ୍ୟୁରିଟିଜ କିଣିବାର ଦ୍ବିତୀୟ ପର୍ଯ୍ୟାୟ ମେ 20 ରେ ଆରମ୍ଭ କରାଯିବ ।

ସେହିଭଳି ରାଜ୍ୟ ପାଇଁ ଓଭରଡ୍ରାଫ୍ଟ ଫେସିଲିଟିରେ ମଧ୍ୟ ରିଲିଫ ଦିଆଯାଇଛି । ଆଉ ଏହା ସେପ୍ଟେମ୍ବର 30 ଯାଏଁ ଜାରି ରହିବ । ସମ୍ପ୍ରତ୍ତି କୋରୋନା କାଳରେ KYC ନିୟମରେ କିଛି ପରିବର୍ତ୍ତନକୁ ବି ମଞ୍ଜୁରୀ ଦିଆଯାଉଛି । ଭିଡିଓ ଜରିଆରେ KYC କୁ ଅନୁମତି ଦିଆଯାଇଛି ।

ଏଥିସହ ଆରବିଆଇ ଆଜି କିଛି ବ୍ୟକ୍ତିଗତ ତଥା କ୍ଷୁଦ୍ର ଋଣଗ୍ରହୀତାଙ୍କୁ ଋଣ ପରିଶୋଧ ପାଇଁ ଅଧିକ ସମୟ ଦେବା ସହ ବ୍ୟାଙ୍କକୁ କହିଛି କି ଭ୍ୟାକ୍ସିନ ନିର୍ମାତା, ହସ୍ପିଟାଲ ଓ କୋଭିଡ ସମ୍ବନ୍ଧିତ ସ୍ବାସ୍ଥ୍ୟ ସଂରଞ୍ଚନାକୁ ପ୍ରାଥମିକ ଆଧାରରେ ଋଣ ଦିଆଯାଉ । ଏପରି କି ରୋଗୀଙ୍କୁ ମଧ୍ୟ ସେମାନଙ୍କ ଆବଶ୍ୟକୀୟ ଉପକରଣ ଆଦିର ଆମଦାନୀ ପାଇଁ ପ୍ରାଥମିକତା ଆଧାରରେ ଋଣ ଦେଇପାରିବେ ବ୍ୟାଙ୍କ ।

ଆରବିଆଇ କୋଭିଡ-19 ମହାମାରୀରେ ପ୍ରଭାବିତ ବ୍ୟକ୍ତି ତଥା ଏମଏସଏମଇ ଠାରୁ ଆଦାୟ ହୋଇପାରୁନଥିବା ଋଣର ପୁର୍ନଗଠନ ନେଇ ଅନୁମତି ଦେବା ସହ ଅର୍ଥବ୍ୟବସ୍ଥାକୁ ଏହି ସଙ୍କଟରୁ ମୁକୁଳାଇବା ପାଇଁ ବହୁ ଘୋଷଣା କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.