ETV Bharat / business

ଉପଭୋକ୍ତା ବିଶ୍ବାସ ଓ ମୁଦ୍ରାସ୍ପୀତି ସମ୍ଭାବନା ସର୍ଭେ କରିବ ଆରବିଆଇ

ଉପଭୋକ୍ତାଙ୍କ ଆତ୍ମବିଶ୍ୱାସ, ମୁଦ୍ରାସ୍ଫୀତି ଆଶା ଉପରେ ଶେଷ ରାଉଣ୍ଡ ସର୍ଭେ ଆରମ୍ଭ କରିବାକୁ ଆରବିଆଇ ଘୋଷଣା କରିଛି । ଅଧିକ ପଢନ୍ତୁ..

ଉପଭୋକ୍ତା ବିଶ୍ବାସ ଓ ମୁଦ୍ରାସ୍ପୀତି ସମ୍ଭାବନା ସର୍ଭେ କରିବ ଆରବିଆଇ
ଉପଭୋକ୍ତା ବିଶ୍ବାସ ଓ ମୁଦ୍ରାସ୍ପୀତି ସମ୍ଭାବନା ସର୍ଭେ କରିବ ଆରବିଆଇ
author img

By

Published : Aug 29, 2020, 5:53 PM IST

ନୂଆଦିଲ୍ଲୀ: ଉପଭୋକ୍ତା ବିଶ୍ବାସ ଓ ପରିବାର ମଧ୍ୟରେ ମୁଦ୍ରାସ୍ଫୀତି ଧାରଣା ଉପରେ ସେପ୍ଟେମ୍ବର 2020 ଚକ୍ର ସର୍ଭେ ଆରମ୍ଭ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଶୁକ୍ରବାର ଘୋଷଣା କରିଛି । ଏହି ସର୍ବେକ୍ଷଣ ମୁଦ୍ରା ନୀତି ନିର୍ଣ୍ଣୟ କରିବାରେ ଯଥେଷ୍ଟ ସହଯୋଗ କରିଥାଏ । କେନ୍ଦ୍ରୀୟ ବ୍ୟାଙ୍କ ନିୟମିତ ବ୍ୟବଧାନରେ 'ଉପଭୋକ୍ତା ଆତ୍ମବିଶ୍ୱାସ ସର୍ଭେ' (CCS) ଏବଂ 'ଘରର ମୁଦ୍ରାସ୍ଫୀତି ଆଶା ସର୍ଭେ' (IESH) ଜାରି ରଖିଛି । ରିଜର୍ଭ ବ୍ୟାଙ୍କ ଏକ ବିବୃତ୍ତିରେ କହିଛି ଯେ, ସେ ସେପ୍ଟେମ୍ବର 2020 ରାଉଣ୍ଡର CCS ଏବଂ IESH ସର୍ଭେ ଆରମ୍ଭ କରିବ ।

ଏହି ସର୍ବେକ୍ଷଣର ଫଳାଫଳ 'ମୁଦ୍ରା ନୀତି ନିର୍ଣ୍ଣୟ କରିବାରେ' ଯଥେଷ୍ଟ ଯୋଗଦାନ ରଖିଥାଏ । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ନେତୃତ୍ୱରେ ମୁଦ୍ରା ନୀତି କମିଟିର ପରବର୍ତ୍ତୀ ବୈଠକ ସେପ୍ଟେମ୍ବର 29-30 ଏବଂ ଅକ୍ଟୋବର 1 ଅନୁଷ୍ଠିତ ହେବ।

ଏହି ସର୍ଭେ ନିୟମିତ ଭାବେ 13 ଟି ସହରରେ କରାଯାଇଥାଏ । ଏଥିମଧ୍ୟରେ ଦିଲ୍ଲୀ, ଅହମ୍ମଦାବାଦ, ବେଙ୍ଗାଲୁରୁ, ଭୋପାଳ, ଚେନ୍ନାଇ, ଗୌହାଟି, ହାଇଦ୍ରାବାଦ, ଜୟପୁର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ପାଟନା ଏବଂ ତିରୁବନ୍ତପୁରମ ଅନ୍ତର୍ଭୁକ୍ତ ।

ରିଜର୍ଭ ବ୍ୟାଙ୍କ ପକ୍ଷରୁ ମୁମ୍ବାଇ ସ୍ଥିତ ଏକ ଏଜେନ୍ସି ଦ୍ୱାରା ଏହି ସର୍ଭେ କରାଯିବ । କୋଭିଡ -19 ର ପରିସ୍ଥିତିକୁ ଧ୍ୟାନରେ ରଖି ବ୍ୟକ୍ତିଗତ ଭାବେ ସାକ୍ଷାତ କରିବା ପରିବର୍ତ୍ତେ ଟେଲିଫୋନ ମାଧ୍ୟମରେ ଏହି ସର୍ଭେ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.