ETV Bharat / business

ରେଲୱେର ମାଇଲଖୁଣ୍ଟ, ଅକ୍ସିଜେନ ଏକ୍ସପ୍ରେସ ଯୋଗାଇଛି 10 ହଜାର ଟନ ପ୍ରାଣବାୟୁ

author img

By

Published : May 17, 2021, 6:48 PM IST

ରାଜ୍ୟମାନଙ୍କ ଜରୁରୀ ଅମ୍ଳଜାନ ଆବଶ୍ୟକତା ପୂରଣ କରିବାକୁ ରେଳବାଇ ତୟାର । ‘ଅକ୍ସିଜେନ ଏକ୍ସପ୍ରେସ’ ଦ୍ବାରା ଏଯାବତ ଯୋଗାଣ ହେଲାଣି 10 ହଜାର ଟନ ଲିକ୍ୟୁଡ ଅକ୍ସିଜେନ । ଅଧିକ ପଢନ୍ତୁ..

Railways reaches milestone of carrying 10k tonnes of oxygen on Monday morning: Rly Board chairman

ନୂଆଦିଲ୍ଲୀ: ପ୍ରାଣବାୟୁ ଯୋଗାଣରେ ଭାରତୀୟ ରେଳବାଇ ସବୁ ବାଧାବିଘ୍ନକୁ ଅତିକ୍ରମ କରି ସୃଷ୍ଟି କରିଛି ମାଇଲଖୁଣ୍ଟ । ବିଭିନ୍ନ ରାଜ୍ୟରେ ଦେଖାଦେଇଥିବା ମେଡିକାଲ ଅକ୍ସିଜେନ ଅଭାବ ମୁକାବିଲା ପାଇଁ ଦୌଡୁଛି ଅକ୍ସିଜେନ ଏକ୍ସପ୍ରେସ । ସୋମବାର ସକାଳ ସୁଦ୍ଧା ଭାରତୀୟ ରେଳବାଇ 10,000 ଟନ ଲିକ୍ୟୁଡ ମେଡିକାଲ ଅକ୍ସିଜେନ ପରିହବନ ହୋଇଛି । ଏ ନେଇ ରେଲୱେ ବୋର୍ଡ ଅଧ୍ୟକ୍ଷ ସୁନିତ ଶର୍ମା ସୂଚନା ଦେଇଛନ୍ତି ।

ଅକ୍ସିଜେନ ଏକ୍ସପ୍ରେସ ସେବା ଏପ୍ରିଲ 19 ରେ ମୁମ୍ବାଇରୁ ଆରମ୍ଭ ହୋଇଥିଲା । ଏହି ସେବା ଦ୍ବାରା ଏବେ ସୁଦ୍ଧା 13 ରାଜ୍ୟ ହୋଇଛନ୍ତି ଉପକୃତ ।

ଶର୍ମା କହିଛନ୍ତି କି , ‘‘ସୋମବାର ସକାଳ ସୁଦ୍ଧା ଅକ୍ସିଜେନ ଏକ୍ସପ୍ରେସ ମାଧ୍ୟମରେ 10 ହଜାର ଟନ ଲିକ୍ୟୁଡ ମେଡିକାଲ ଅକ୍ସିଜେନ ଯୋଗାଣ କରି ମାଇଲଖୁଣ୍ଟ ସୃଷ୍ଟି କରିଛୁ । 13 ଟି ରାଜ୍ୟକୁ ଏକ୍ସିଜେନ ଏକ୍ସପ୍ରେସ ଡେଲିଭରି କରୁଛି । ’’

ରେଳବାଇ କହିଛି କି, ବାତ୍ୟା ତାଉ’ତେ ମେ 17 ରେ ଗୁଜୁରାଟରେ ପହଞ୍ଚିବା ଅନୁମାନ କରାଯାଉଛି । ରେଲୱେ ପ୍ରଥମରୁ ରାଜ୍ୟକୁ 150 ଟନରୁ ଉର୍ଦ୍ଧ୍ବ ଅକ୍ସିଜେନ ପହଞ୍ଚାଇସାରିଛି । ଯାହା ଗତ 20 ଦିନରେ ହାରାହାରୀ 134 ଟନରୁ ବହୁତ ଅଧିକ ।

ପଶ୍ଚିମ ରେଲୱେ ରବିବାର 137 ଟନ ଏବଂ ସୋମବାର ଦେଶର ବିଭିନ୍ନ ସ୍ଥାନରୁ 151 ଟନ ଅମ୍ଳଜାନ ପରିବହନ କରିଛି । ପଶ୍ଚିମ ରେଲୱେ ଏପ୍ରିଲ25ରୁ ଅମ୍ଳଜାନ ଟ୍ୟାଙ୍କର ପରିବହନ କରୁଛି ଏବଂ ହାରାହାରି ଦୈନିକ 134 ଟନ ଅମ୍ଳଜାନ ପରିବହନ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.