ETV Bharat / business

ପବଜି ରିଟର୍ଣ୍ଣସ, Battlegrounds Mobile India ନାଁରେ ମଚାଇବ ଧୁମ

author img

By

Published : May 7, 2021, 7:09 AM IST

ନୂଆ ରୂପରେ ଭାରତକୁ ଫେରୁଛି ପବଜି ଗେମ । ଏହି ଗେମ ଏବେ Battlegrounds Mobile India ନାଁରେ ହେବ ଉପଲବ୍ଧ । ଏହାର ଅଫିସିଆଲ ଟିଜର ଗୁରୁବାର ଆସିଛି ସାମ୍ନାକୁ । ଅଧିକ ପଢନ୍ତୁ..

ପବଜି ରିଟର୍ଣ୍ଣସ, Battlegrounds Mobile India ନାଁରେ ମଚାଇବ ଧୁମ
ପବଜି ରିଟର୍ଣ୍ଣସ, Battlegrounds Mobile India ନାଁରେ ମପବଜି ରିଟର୍ଣ୍ଣସ, Battlegrounds Mobile India ନାଁରେ ମଚାଇବ ଧୁମଚାଇବ ଧୁମ

ନୂଆଦିଲ୍ଲୀ: ଖୁସି ଖବର ! ନୂଆ ଅବତାରରେ ଭାରତରେ ଏଣ୍ଟ୍ରି ନେଲା ଲୋକପ୍ରିୟ ଗେମିଂ ଆପ୍ ପବଜି । ଏହି ଗେମ ଏବେ Battlegrounds Mobile India ନାଁରେ ହେବ ଉପଲବ୍ଧ । ଏହାର ଅଫିସିଆଲ ଟିଜର ଗୁରୁବାର ଆସିଛି ସାମ୍ନାକୁ ।

ପୁଣି ମୋବାଇଲରେ ଚାଲିବ ପବଜି ଜଲୱା । ଭାରତୀୟ ବ୍ୟାଟେଲ ଗ୍ରାଉଣ୍ଡରେ ଚାଲିବ ପବଜିର ରାଜ । ସାଉଥ କୋରିଆର ଭିଡିଓ ଗେମ ଡେଭଲପର କମ୍ପାନୀ KRAFTON ଏହି ଗେମ (ପବଜି)କୁ ଭାରତୀୟ ୟୁଜର୍ସଙ୍କ ପାଇଁ କରିଛି ଡିଜାଇନ । ଏହାକୁ ଦେଶରେ ଲଞ୍ଚ ନେଇ ଅଫିସିଆଲି ଘୋଷଣା କରିଛି ।

ଗତ ସପ୍ତାହରେ କମ୍ପାନୀ ଖୁଲାସା କରିଥିଲା କି ପବଜି ମୋବାଇଲକୁ Battlegrounds Mobile India ନାଁରେ ଭାରତରେ ଲଞ୍ଚ କରାଯିବ । ଆଉ ଭେ Battlegrounds Mobile Indiaକୁ ଅଫିସିଆଲି କମ୍ପାନୀର ୟୁଟ୍ୟୁବ ଚ୍ୟାନେଲରେ ଆଣାଯାଇଛି । ତେବେ ଏହାର ଲଞ୍ଚ ନେଇ କୌଣସି ତାରିଖ ଘୋଷଣା ହୋଇନାହିଁ । ହେଲେ ଟିଜର ସାମ୍ନାକୁ ଆସିବା ପରେ ନୂଆ ଆଶାର କିରଣ ଦେଖାଦେଇଛି । ଯୁବପିଢି ଉତ୍ସାହିତ ହୋଇଛନ୍ତି ।

Battlegrounds Mobile Indiaକୁ ନେଇ କୁହାଯାଇଛି କି ଏହା ପବଜି ମୋବାଇଲ ତୁଳନାରେ ୟୁଜର୍ସଙ୍କୁ ଅଧିକ ମଜାଦାର ଓ ରୋମାଞ୍ଚକର ଗେମିଂ ଅନୁଭୂତି ଦେବ । ଏଥିରେ ୟୁଜର୍ସଙ୍କୁ ଫ୍ରି ଟୁ ପ୍ଲେ ଗେମର ମଧ୍ୟ ସୁବିଧା ଦେବ । ଯେଉଁଥିରେ ଟୁର୍ଣ୍ଣାମେଣ୍ଟ ଓ ଲିଗ ଆୟୋଜକ କରାଯିବ । ଯାହାକି ପୂର୍ବରୁ ପବଜି ମୋବାଇଲରେ ଉପଲବ୍ଧ ହୋଇଥାଏ । ଦେଖିବାକୁ ମିଳିଥିବା ଟିଜରରେ କମ୍ପାନୀ ସଙ୍କେତ ଦେଇଛି କି ଏଥିରେ ୟୁଜର୍ସଙ୍କୁ ଜବରଦସ୍ତ ଗେମିଂ ମଲ୍ଟିପ୍ଲେୟର ଗେମିଂ ଏକ୍ସପିରିୟନ୍ସ ମିଳିବ । ରିପୋର୍ଟ ମୁତାବକ କମ୍ପାନୀ ଏହି ଗେମକୁ ଭାରତରେ ଲଞ୍ଚ କରିବା ପୂର୍ବରୁ ପ୍ରି ରେଜିଷ୍ଟ୍ରେସନ ପାଇଁ ଉପଲବ୍ଧ କରାଇବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.