ETV Bharat / business

ଏବେ ହେବ ଦଙ୍ଗଲ: ବଜାରରେ ପବଜିର ନୂଆ ଇଜି ଭର୍ସନ - PUBG Mobile Lite launched in Indian market

ପାଗଳ କରିଛି ପବଜି । ପିଲାଠୁ ବୁଢା ସବୁ ପବଜି ପ୍ରେମରେ । ଦିନକୁ ଦିନ ଏହି ଅନଲାଇନ ଗେମର କ୍ରେଜ ଏତେ ବଢିବାକୁ ଲାଗିଛି ଯେ, କମ୍ପାନୀ ବି ମାଲାମାଲ୍ । ୟୁଜର୍ସଙ୍କ ଆଗ୍ରହକୁ ଦେଖି ପବଜି ମୋବାଇଲ ମାଲିକାନା ରଖୁଥିବା କମ୍ପାନୀ ଏହି ଗେମର ଏକ ନୂଆ ଭର୍ସନ ଭାରତରେ ଲଞ୍ଚ କରିଛି ।

ପ୍ରତିକାତ୍ମକ ଫଟୋ
author img

By

Published : Jul 27, 2019, 2:45 AM IST

Updated : Jul 27, 2019, 11:59 AM IST

ମୁମ୍ବାଇ: ଶୁକ୍ରବାର ଭାରତ ବଜାରରେ ଲଞ୍ଚ ହୋଇଛି ପବଜି ମୋବାଇଲ ଲାଇଟ । ଏହା ଜଣାଶୁଣା ମୋବାଇଲ ବେଟଲ ରୟାଲ ଗେମ ପ୍ଲେୟାର ଅନନୋନ ବେଟଲଗ୍ରାଉଣ୍ଡର ଟୋଣ୍ଡ-ଡାଉନ ଭର୍ସନ । ଏହାକୁ ଗୁଗୁଲ ପ୍ଲେ ଷ୍ଟୋରରୁ ସହଜରେ ଡାଉନଲୋଡ କରାଯାଇପାରିବ । ଏହି ଗେମ ଯେକୌଣସି ମୋବାଇଲରେ ବି ସପୋର୍ଟ ନେବ । ଯାହା ଫଳରେ ଆପଣ ଚୁଟକିରେ ଏହାକୁ ଡାଉନଲୋଡ କରି ଖେଳିପାରିବେ ।

Tencent Games ଓ PUBG Corp ମିଶି ପବଜି ମୋବାଇଲ ଲାଇଟକୁ ଡିଜାଇନ କରିଛନ୍ତି । ଏହାକୁ ଏପରି ଶୈଳୀରେ ପ୍ରସ୍ତୁତ କରାଯାଇଛି , ଯେପରି ଏହା ଯେକୌଣସି ଡିଭାଇସ ସହ ଖାପଖୁଆଇ ପାରିବ । ଏପରିକି କମ ରାମର ସ୍ମାର୍ଟଫୋନରେ ମଧ୍ୟ ଏହା ଅତି ଭଲ ଭାବରେ କାର୍ଯ୍ୟକାରୀ କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି ଗେମ 400 ଏମବିର ସ୍ପେସ ନେବ ଏବଂ 2 ଜିବିରୁ କମ ରାମର ୟୁଜର୍ସ ଏହାକୁ ବ୍ୟବହାର କରିପାରିବେ ।

ପବଜି ମୋବାଇଲ ଲାଇଟରେ ଗୋଟିଏ ଛୋଟ ମ୍ୟାପ ରହିଛି । ଯାହା ଦ୍ବାରା ଗୋଟିଏ ସମୟରେ 60 ୟୁଜର୍ସଙ୍କ ସହ ଖେଳାଯାଇପାରିବ । ଅର୍ଥାତ ପୂର୍ବ ଭଳି ଶୈଳୀରେ ହିଁ ଏହାକୁ ଖେଳାଯିବ । ପରେ ଶେଷ 10 ମିନିଟରେ ଖେଳରେ ସ୍ପିଡ ଦେଖିବାକୁ ମିଳିବ ।

Intro:Body:

BLANK FOR LINK 

Conclusion:
Last Updated : Jul 27, 2019, 11:59 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.