ନୂଆଦିଲ୍ଲୀ: ମାର୍ଚ୍ଚ ଓ ଏପ୍ରିଲ ମାସ ମଧ୍ୟରେ ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକ 5.66 ଲକ୍ଷ କୋଟି ଟଙ୍କା ଋଣ ମଞ୍ଜୁର କରିଥିବା ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଲକଡାଉନ ହଟାଇବା କ୍ଷଣି ପୁଣି ଥରେ ବିତରଣ ଆରମ୍ଭ ହେବ ।
ସୀତାରମଣ ଏକ ଟ୍ବିଟ କରି କହିଛନ୍ତି ଯେ, 2020 ମାର୍ଚ୍ଚ-ଏପ୍ରିଲ ମଧ୍ୟରେ ସରକାରୀ ବ୍ୟାଙ୍କଗୁଡିକ 41.81 ଲକ୍ଷରୁ ଅଧିକ ଆକାଉଣ୍ଟ ପାଇଁ 5.66 ଲକ୍ଷ କୋଟି ଟଙ୍କା ଋଣ ଅନୁମୋଦନ କରିଛି । ଏହି ଋଣଦାତାଙ୍କ ମଧ୍ୟରେ ଏମଏସଏମଇ , ଖୁଚୁରା , କୃଷି ଓ କର୍ପୋରେଟ କ୍ଷେତ୍ରର ଅଛନ୍ତି । ତେବେ ଲକଡାଉନ ପରେ ପୁଣି ଅର୍ଥବ୍ୟବସ୍ଥା ସୁଧାରିବା ପାଇଁ ପ୍ରସ୍ତୁତି ଚାଲିଛି ।
ସୀତାରମଣ କହିଛନ୍ତି ଯେ, ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (NBFC) ଏବଂ ହାଉସିଂ ଫାଇନାନ୍ସ କମ୍ପାନୀଗୁଡିକ (HFC)କୁ ନିରନ୍ତର ଋଣ ପ୍ରବାହ ବଜାୟ ରଖିବା ପାଇଁ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କଗୁଡିକ ମାର୍ଚ୍ଚ 1ରୁ ମେ 4 ମଧ୍ୟରେ 77,383 କୋଟିର ଋଣକୁ ମଞ୍ଜୁରୀ ଦେଇଛନ୍ତି । ଏହା ବ୍ୟତିତ ଟାର୍ଗେଟେଡ ଦୀର୍ଘକାଳୀନ ରେପୋ ପରିଚାଳନା(TLTRO) ଅଧୀନରେ, ମୋଟ 1.08 ଲକ୍ଷ କୋଟି ଟଙ୍କାର ଆର୍ଥିକ ପାଷଣ ବ୍ୟବସ୍ଥା ବ୍ୟପାର ସ୍ଥିରତା ଓ ନିରନ୍ତରତାକୁ ସୁନିଶ୍ଚିତ ପାଇଁ କରାଯାଇଛି ।