ETV Bharat / business

‘ଏୟାରଇଣ୍ଡିଆର ଘରୋଇକରଣ ନିଶ୍ଚିତ‘

ଯେମିତି ହେଲେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏୟାରଇଣ୍ଡିଆର ହେବ ଘରୋଇକରଣ। ଏଥିପାଇଁ ଶୀଘ୍ର ରୁଚିପତ୍ର ଜାରି କରାଯିବ। ମଙ୍ଗଳବାର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଏକ ସମ୍ବାଦିକ ସମ୍ମିଳନୀରେ ଏନେଇ ସ୍ପଷ୍ଟ କରିଛନ୍ତି।

privatisation has to be done aviation minister on air india
ଏୟାରଇଣ୍ଡିଆର ଘରୋଇକରଣ ନିଶ୍ଚିତ : ହରଦ୍ବୀପ ପୁରୀ
author img

By

Published : Dec 31, 2019, 7:37 PM IST

ନୂଆଦିଲ୍ଲୀ: ଆସନ୍ତା କେଇମାସ ମଧ୍ୟରେ ଯେମିତି ହେଲେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏୟାରଇଣ୍ଡିଆର ହେବ ଘରୋଇକରଣ। ଅର୍ଥାତ ଏୟାର ଇଣ୍ଡିଆ ବିକ୍ରି ହେବା ସୁନିଶ୍ଚିତ। ଏଥିପାଇଁ ଶୀଘ୍ର ରୁଚିପତ୍ର ଜାରି କରାଯିବ। ମଙ୍ଗଳବାର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ଏକ ସମ୍ବାଦିକ ସମ୍ମିଳନୀରେ ଏନେଇ ସ୍ପଷ୍ଟ କରିଛନ୍ତି।

ଆର୍ଥିକ ସଙ୍କଟ ଭିତରେ ଏୟାର ଇଣ୍ଡିଆ। ଦୈନିକ 20ରୁ 26 କୋଟି ଟଙ୍କା କ୍ଷତି ସହୁଛି। ଏପରି ସ୍ଥିତି ଉପରେ ପ୍ରତିକ୍ରିୟା ରଖି ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ, ଏୟାର ଇଣ୍ଡିଆ ପ୍ରଥମ ଶ୍ରେଣୀର ଏୟାରଲାଇନ। ଘରୋଇକରଣକୁ ନେଇ କିଛି ନିର୍ଦ୍ଧିଷ୍ଟ ନିଷ୍ପତ୍ତି ସମୟ ନିର୍ଦ୍ଧାରଣ ହୋଇନାହିଁ। ତୁରନ୍ତ ଏଥିରେ ନିବେଶ ପାଇଁ ଉଦ୍ୟମ କରାଯାଉଛି।

‘ଏୟାରଇଣ୍ଡିଆର ଘରୋଇକରଣ ନିଶ୍ଚିତ‘

ଏହା ପୂର୍ବରୁ ଏୟାର ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀ କହିଥିଲେ ଯେ, ଆର୍ଥିକ ସଙ୍କଟ ଭିତରେ ଜୁଝୁଥିବା ସରକାରୀ ଏୟାରଲାଇନ୍ ଏୟାରଇଣ୍ଡିଆକୁ ଯଦି କ୍ରେତା ନ ମିଳନ୍ତି , ତେବେ ଆସନ୍ତା ବର୍ଷ ଜୁନ ସୁଦ୍ଧା ଏହା ବନ୍ଦ ହେବ।

କମ୍ପାନୀ ଉପରେ 60 ହଜାର କୋଟି ଟଙ୍କାର ଋଣବୋଝ ପଡିରହିଛି। ଏଥିପାଇଁ ଏହାକୁ ଚଳାଇବାକୁ ପୁଞ୍ଜି ମଧ୍ୟ ଯୋଗାଡ ହୋଇପାରୁନାହିଁ। ଏପରିକି ଏହାକୁ ଆର୍ଥିକ ସହାୟତା ଯୋଗାଇବାକୁ ମଧ୍ୟ ସରକାର ନାରାଜ । ଏଭଳି ଘଡିସନ୍ଧି ମୁହୁର୍ତ୍ତରେ କେହି ରିସ୍କ ନେବାକୁ ମଧ୍ୟ ପ୍ରସ୍ତୁତ ନୁହଁନ୍ତି । ଏବେ କମ୍ପାନୀର କର୍ମଚାରୀ ଓ ସ୍ଥାୟୀତ୍ବ ଅନ୍ଧାରକୁ ଠେଲି ହୋଇଯାଇଛି।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.