କୋଲକାତା: ଦେଶରେ ଆର୍ଥିକ ଅଭିବୃଦ୍ଧିକୁ ଗତି ଦେବା ପାଇଁ ଏବେ ଘରୋଇ କ୍ଷେତ୍ରର କମ୍ପାନୀ ବଡ ଭୂମିକା ନିଭାଇବାକୁ ହେବ । ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଗୁରୁବାର ଏ ନେଇ କହିଛନ୍ତି ।
ସେ କହିଛନ୍ତି କି ପୂର୍ବରୁ ଏହି ଭୂମିକା ସରକାରୀ କମ୍ପାନୀ (ପିଏସୟୁ) ନିଭାଉଥିଲେ । ହେଲେ ବର୍ତ୍ତମାନ ସ୍ଥିତିରେ ଘରୋଇ କ୍ଷେତ୍ରକୁ ଆଗକୁ ଆସିବାକୁ ହେବ । ସେ ଉଦ୍ୟୋଗସଙ୍ଗଠନ ମର୍ଚେଟସ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜକୁ ଭିଡିଓ ଲିଙ୍କରେ ଆୟୋଜିତ ଏକ ସେମିନାରକୁ ସମ୍ବୋଧିତ କରୁଥିଲେ ।
ସେ କହିଛନ୍ତି କି ଘରୋଇ କ୍ଷେତ୍ରକୁ ସରକାରଙ୍କ ସହ ବିଶ୍ବାସର ସମ୍ବନ୍ଧ ଗଢିବା ଦରକାର । ଆଉ ଏହା ସମୟରେ ଡିମାଣ୍ଡ । ‘ଘରୋଇ କ୍ଷେତ୍ରକୁ ଏବେ ଦେଶର ଆର୍ଥିକ ବୃଦ୍ଧିର ମୁଖ୍ୟ ଶକ୍ତି ହେବାକୁ ପଡିବ । ପୂର୍ବରୁ ଆର୍ଥିକ ବୃଦ୍ଧିର ଇଞ୍ଜିନ ସାର୍ବଜନୀକ କ୍ଷେତ୍ର ହେଉଥିଲା । ହେଲେ ଏବେ ଏଭଳି ଆଉ ନାହିଁ ’ ବୋଲି କହିଛନ୍ତି କୁମାର ।
ଭାରତରେ ଗରିବୀ , ସ୍ବାସ୍ଥ୍ୟ ସେବାରେ ସୁଧାର ଓ ଶିକ୍ଷା ସୁବିଧାର ବିସ୍ତାର ପାଇଁ ସମ୍ବଳ ଏକଜୁଟ କରାଇବାକୁ ବାର୍ଷିକ ସର୍ବନିମ୍ନ ଆଠ ପ୍ରତିଶତ ଅଭିବୃଦ୍ଧି ଆବଶ୍ୟକ । ଆର୍ଥିକ ଅଭିବୃଦ୍ଧି ତୀବ୍ର କରିବା ସହ ଗୁରୁତ୍ବ ଦେବା ଆବଶ୍ୟକ କି ଅଭିବୃଦ୍ଧି ନ୍ୟାୟପୂର୍ଣ୍ଣ ଏବଂ ସ୍ବାସ୍ଥ୍ୟକର ଭାବେ ହେବା ଦରକାର ।
1990ରେ ଚୀନର ପ୍ରତି ବ୍ୟକ୍ତି ପିଛା ଆୟ ଭାରତ ସହ ସମାନ ଥିଲା । ଆଉ ଆଜି ଚୀନର ମୁଣ୍ଡ ପିଛା ଆୟ ଭାରତ ତୁଳନାରେ 5 ଗୁଣା ଅଧିକ । ମୋଟ ଘରୋଇ ଉତ୍ପାଦ ଦୃଷ୍ଟିରୁ ବଡ ଅଂଶ ନିବେଶକୁ ବଳ ଦେବା ଦରକାର । ଏଭଳି ଭାବେ ଭାରତକୁ ରପ୍ତାନୀ ବଜାରରେ ବି ନିଜର ଯୋଗଦାନ ବଢାଇବାକୁ ହେବ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଜିଡିପିରେ ବିନିର୍ମାଣ କ୍ଷେତ୍ରର ଅଂଶ ବଢାଇବା ଆବଶ୍ୟକ । ସେଥିପାଇଁ ସରକାର ଉତ୍ପାଦକତା ଭିତ୍ତିକ ପ୍ରୋତ୍ସାହନ ଯୋଜନା ((PLI) କୁ ବୃଦ୍ଧି କରିଛନ୍ତି ଏବଂ 13 ଟି କ୍ଷେତ୍ରକୁ ଏହା ଅଧୀନରେ ରଖିଛନ୍ତି ।