ETV Bharat / business

ଜିଡିପି ଅନୁମାନ ପ୍ରକାଶ ପରେ ଆଇଏମଏଫକୁ ଚିଦାମ୍ବରଙ୍କ ପରାମର୍ଶ

author img

By

Published : Jan 21, 2020, 4:56 PM IST

ସୋମବାର ଜିଡିପି ଅନୁମାନ ହ୍ରାସ ନେଇ ରିପୋର୍ଟ ପ୍ରକାଶ ପାଇଛି । ଏ ନେଇ ଟ୍ବିଟ କରି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ, ଆଇଏମଏଫ ଓ ଗୀତା ଗୋପିନାଥଙ୍କ ସରକାରୀ ମନ୍ତ୍ରୀଙ୍କ ଆକ୍ରମଣର ସାମ୍ନା ପାଇଁ ପ୍ରସ୍ତୁତ ହେବାକୁ ପଡିବ ବୋଲି କହିଛନ୍ତି ।

prepare for attack by govt ministers on imf gita gopinath chidambaram on growth forecast
ଜିଡିପି ଅନୁମାନ ପ୍ରକାଶ ପରେ, ଆଇଏମଏଫକୁ ଚିଦାମ୍ବରଙ୍କ ପରାମର୍ଶ

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ(ଆଇଏମଏଫ)ର ସଦ୍ୟ ରିପୋର୍ଟ ପ୍ରକାଶ ପରେ ଦେଶର ବିକାଶକୁ ନେଇ ସରକାରଙ୍କୁ ଟାର୍ଗେଟ କଲେ ପୂର୍ବତନ ଅର୍ତମନ୍ତ୍ରୀ ପି ଚିଦାମ୍ବରମ । ଟ୍ବିଟ କରି ସେ କହିଛନ୍ତି ଯେ, ଏବେ ଆଇଏମଏଫ ଓ ଗୀତା ଗୋପିନାଥଙ୍କ ସରକାରୀ ମନ୍ତ୍ରୀଙ୍କ ଆକ୍ରମଣର ସାମ୍ନା ପାଇଁ ପ୍ରସ୍ତୁତ ହୋଇଯିବାକୁ ପଡିବ ।

prepare for attack by govt ministers on imf gita gopinath chidambaram on growth forecast
ଜିଡିପି ନେଇ ଚିଦାମ୍ବରଙ୍କ ଟ୍ବିଟ

ଆଇଏମଏଫ 2019 ପାଇଁ ଭାରତର ଜିଡିପି 4.8 ପ୍ରତିଶତ ରହିବ ବୋଲି ଅନୁମାନ କରିଥିଲା । ଏହା ପରେ ଚିଦାମ୍ବରମ ଲଗାତାର ଟ୍ବିଟ କରି ସରକାରଙ୍କ ଉପରେ ବର୍ଷିବା ସହ କହିଛନ୍ତି କି, ମତେ ଆଶ୍ଚର୍ଯ୍ୟ ଲାଗିବ ନାହିଁ କି, ଯଦି ଅଭିବୃଦ୍ଧି ହାର ଏହା(4.8 ପ୍ରତିଶତ)ଠାରୁ ବି ତଳକୁ ଖସିଯିବ । ସେ କହିଛନ୍ତି ଯେ, ଆଇଏଫ ଏହି ଜିଡିପି ଅନୁମାନ କିଛି ୱିଣ୍ଡୋ ଡ୍ରେସିଙ୍ଗ ପରେ ଆସିଛି ।

ତେବେ ଏହି ରିପୋର୍ଟ ପ୍ରକାଶ ପରେ ଆଇଏମଏଫ ଓ ଗୀତା ଗୋପିନାଥ ଙ୍କ ଉପରେ ସରକାର ମନ୍ତ୍ରୀଙ୍କ ଆକ୍ରମଣ ହୋଇପାରେ ବୋଲି ଚିଦାମ୍ବରମ ଚିନ୍ତା ଦର୍ଶାଇଛନ୍ତି ।

ଏଥିସହ ସେ କହିଛନ୍ତି ଯେ, ଆଇଏମଏଫର ମଖ୍ୟ ଅର୍ଥଶାସ୍ତ୍ରୀ ଗୀତା ଗୋପିନାଥ ହିଁ ବିମୁଦ୍ରିକରଣକୁ ସର୍ବପ୍ରଥମେ ନିନ୍ଦା କରିଥିବା ମଧ୍ୟରୁ ଜଣେ ।

ପ୍ରକାଶ ଯେ, ସୋମବାର ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ପକ୍ଷରୁ ଚଳିତ ଆର୍ଥିକ ବର୍ଷ ପାଇଁ ଭାରତ ଅବିବୃଦ୍ଧି ହାର ହ୍ରାସ କରି 4.8 ପ୍ରତିଶତ କରାଯାଇଛି । ଏଥିସହ ଆଇଏମଏଫ 2021ରେ ବିକାଶ ଦର 6.5 ପ୍ରତିଶତ ରହିବ ବୋଲି ଆକଳନ କରିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.