ETV Bharat / business

ରାଣା କପୁରଙ୍କ ଜାମିନ ଖାରଜ କଲେ ହାଇକୋର୍ଟ

author img

By

Published : Jan 25, 2021, 4:54 PM IST

ଋଣ ଜାଲିଆତି ମାମଲାରେ ଗିରଫ ହୋଇଥିବା ରାଣା କପୁରଙ୍କ ଜାମିନ ଖାରଜ କଲା ବମ୍ବେ ହାଇକୋର୍ଟ । ଏଥିସହ କପୁରଙ୍କ ବଢିଛି ଜେଲରେ ରହିବା ଚିନ୍ତା । ଅଧିକ ପଢନ୍ତୁ..

ରାଣା କପୁରଙ୍କ ଜାମିନ ଖାରଜ କଲେ  ହାଇକୋର୍ଟ
ରାଣା କପୁରଙ୍କ ଜାମିନ ଖାରଜ କଲେ ହାଇକୋର୍ଟ

ନୂଆଦିଲ୍ଲୀ: ବଢିଲା ୟସ୍‌ ବ୍ୟାଙ୍କ ଫାଉଣ୍ଡର ରାଣା କପୁରଙ୍କ ଅଡୁଆ । ଋଣ ଜାଲିଆତି ମାମଲାରେ ଗିରଫ ହୋଇଥିବା ରାଣା କପୁରଙ୍କ ଜାମିନ ଖାରଜ କଲା ବମ୍ବେ ହାଇକୋର୍ଟ । ଏଥିସହ କପୁରଙ୍କ ବଢିଛି ଜେଲରେ ରହିବା ଚିନ୍ତା ।

ଗତ ବର୍ଷ ମାର୍ଚ୍ଚ ମାସରେ କପୁରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଥିଲା । ଏଥିସହ ଇଡି ରାଣା କପୁର ଓ ଅନ୍ୟ ସହଯୋଗୀଙ୍କ ଠାରୁ 2,203 କୋଟି ଟଙ୍କା ଜବତ କରିଥିଲା । ଏଥିସହ କେନ୍ଦ୍ରୀୟ ଏଜେନ୍ସି ଦ୍ବାରା ରାଣା କପୁରଙ୍କ କିଛି ବିଦେଶୀ ସମ୍ପତ୍ତି ମଧ୍ୟ ଫ୍ରିଜ ହୋଇଥିଲା ।

DHFL ଠାରୁ 600 କୋଟି ଟଙ୍କା ନେଇ ସ୍କାମରେ ସମୃକ୍ତି ମାମଲାରେ କେନ୍ଦ୍ରୀୟ ଏଜେନ୍ସି କପୁର, ତାଙ୍କ ସ୍ତ୍ରୀ ଓ 3 ଝିଅଙ୍କ ବିରୋଧରେ ଯାଞ୍ଚ ଜାରି ରଖିଛି । ଏଥିମଧ୍ୟରେ କପୁର ଗିରଫ ହୋଇଥିଲା ବେଳେ ଗତ ବର୍ଷ ଜୁଲାଇ ମାସରେ ମୁମ୍ବାଇ ସ୍ବତନ୍ତ୍ର କୋର୍ଟ ତାଙ୍କ ଜାମିଲ ଖାରଜ ମଧ୍ୟ କରିଥିଲେ । ଏହା ପରେ କପୁର ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.