ନୂଆଦିଲ୍ଲୀ: ଆରମ୍ଭ ହୋଇଯାଇଛି ମୋଦି ସରକାର ପାର୍ଟ-2ର ପ୍ରଥମ ନୀତି ଆୟୋଗ ବୈଠକ । ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ। ଏଥିରେ ବିଶେଷତଃ କୃଷି ଓ କୃଷି ସଂଙ୍କଟ ଉପରେ ଅଧିକ ଗୁରୁତ୍ବ ଦିଆଯିବ । ପ୍ରକାଶ ଯେ, ପୂର୍ବରୁ ମୋଦିଙ୍କ ଅଧ୍ୟକ୍ଷତାରେ 4 ଥର ନୀତି ଆୟୋଗ ବୈଠକ ବସିସାରିଛି ।
ରାଷ୍ଟ୍ରପତି ଭବନରେ ଆୟୋଜିତ ଏହି ବୈଠକରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶାସିତ ଅଞ୍ଚଳର ଗଭର୍ଣ୍ଣର, ଅନେକ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ବରିଷ୍ଠ ସରକାରୀ ଅଧିକାରୀ ସାମିଲ ଅଛନ୍ତି । କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ, ଗୃହ ମନ୍ତ୍ରୀ, ଅର୍ଥ ଓ କର୍ପୋରେଟ ମାମଲାର ମନ୍ତ୍ରୀ , କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ସମେତ ଗ୍ରାମୀଣ ବିକାସ ଓ ପଞ୍ଚାୟତ ରାଜ ମନ୍ତ୍ରୀ ଆଦି ଉପସ୍ଥିତ ଅଛନ୍ତି ।
ତେବେ ଫନି ପ୍ରଭାବିତଙ୍କୁ ଅଧିକା ସହାୟତା ଓ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀତି ଆୟୋଗରେ ଯୋଗ ଦେଇଛନ୍ତି । ବୈଠକ ଆରମ୍ଭ ପୂର୍ବରୁ ଏ ନେଇ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।