ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆର୍ଥିକ କ୍ଷେତ୍ରର ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି । କୋଭିଡ -19 ମହାମାରୀ ଦ୍ୱାରା ଏହି ସେକ୍ଟର ଉପରେ ପ୍ରତିକୂଳ ପ୍ରଭାବ ପଡିଛି ।
କୋଭିଡ-19 ସଙ୍କଟରୁ ଅର୍ଥବ୍ୟବସ୍ଥାକୁ ମୁକୁଳାଇବା ସହ ଏହାକୁ ଗତି ଦେବା ପାଇଁ ଏମଏସଏମଇ ସେକ୍ଟର ଏବଂ ଗରିବଙ୍କ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 20 ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ଭାରତ ପ୍ୟାକେଜର ଘୋଷଣା କରିଛନ୍ତି । ତେବେ ଏହି ପ୍ୟାକେଜର ପ୍ରଗତିର ସମୀକ୍ଷା ମଧ୍ୟ ସେ କରିଛନ୍ତି ।
ସୁତ୍ର ଅନୁସାରେ ପ୍ରଧାନମନ୍ତ୍ରୀ ଅର୍ଥବ୍ୟବସ୍ଥାର ବିଭିନ୍ନ ସେକ୍ଟରର ସମୀକ୍ଷା ବୈଠକ ଜାରି ରଖିଛନ୍ତି । ଏହି ଧାରାରେ ସେ ଆର୍ଥିକ ସେକ୍ଟର ଉପରେ ବୈଠକ କରିଛନ୍ତି । ଆର୍ଥିକ ସେକ୍ଟର ଅର୍ଥବ୍ୟବସ୍ଥାରେ ଅଭିବୃଦ୍ଧି ଓ ଚାହିଦାକୁ ଗତି ଦେବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
ମିଳିଥିବା ସୂଚନା ଅନୁସାରେ ଅର୍ଥ ସଚିବ ସହ ସମସ୍ତ ସଚିବ ଏହି ବୈଠକରେ ସାମିଲ ଥିଲେ । ସପ୍ତାହ ମଧ୍ୟ ଏହି ପ୍ରକାର ଆହୁରି ବୈଠକ ହୋଇପାରେ । ମୋଟ 20 ଲକ୍ଷ କୋଟି ଟଙ୍କା ପ୍ୟାକେଜର ବଡ ଅଂଶର କାର୍ଯ୍ୟକାରୀ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାନ କରୁଛନ୍ତି ।