ETV Bharat / business

ଦ୍ବିତୀୟ ଆର୍ଥିକ ପ୍ୟାକେଜ ପାଇଁ ଅର୍ଥମନ୍ତ୍ରୀଙ୍କ ସହ ପିଏମଙ୍କ ବୈଠକ - ଅର୍ଥମନ୍ତ୍ରୀଙ୍କ ସହ ପିଏମଙ୍କ ବୈଠକ

ସରକାର ଶୀଘ୍ର କୋରୋନା କଟକଣାରେ ପ୍ରଭାବିତ ଉଦ୍ୟୋଗ ପାଇଁ ଦ୍ବିତୀୟ ରିଲିଫ ପ୍ୟାକେଜ ଘୋଷଣା କରିପାରନ୍ତି । ଏଥିପାଇଁ ପିଏମ ମନ୍ତ୍ରୀ ଓ ଅଧିକାରୀଙ୍କ ସହ ମିଶି ବିଚାର ବିମର୍ଶ କରୁଛନ୍ତି । ଅଧିକ ପଢନ୍ତୁ...

PM meets FM for 2nd economic stimulus package
ଦ୍ବିତୀୟ ଆର୍ଥିକ ପ୍ୟାକେଜ ପାଇଁ ଅର୍ଥମନ୍ତ୍ରୀଙ୍କ ସହ ପିଏମଙ୍କ ବୈଠକ
author img

By

Published : May 2, 2020, 8:04 PM IST

ନୂଆଦିଲ୍ଲୀ: କୋରୋନା ଭାଇର ସଂକ୍ରମଣ ରୋକିବାକୁ ଦେଶବ୍ୟାପି ଜାରି ରହିଛି ଲକଡାଉନ । ଆଉ ଏଥିରେ ପ୍ରଭାବିତ ଅର୍ଥବ୍ୟବସ୍ଥାକୁ ଦ୍ବିତୀୟ ରିଲିଫ ପ୍ୟାକେଜ ଦେବା ନେଇ ଶନିବାର ଗୃହ ମନ୍ତ୍ରୀ ଅମିତ ଶାହ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି ।

ପିଏମ ଆଜି ଶାହ ଏବଂ ସୀତାରମଣଙ୍କ ସହ ବିଚାର ବିମର୍ଶ କରିଛନ୍ତି । ଏହା ପରେ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ(ଏମଏସଏମଇ) ଭଳି ଅନ୍ୟ ପ୍ରମୁଖ ଅର୍ଥମନ୍ତ୍ରାଣଳୟ ଅଧିକାରୀଙ୍କ ସହ ଏ ସମ୍ଭନ୍ଧରେ ଆଲୋଚନା କରିବେ । ଶନିବାର ଅର୍ଥମନ୍ତ୍ରାଣଳୟ ପକ୍ଷରୁ କୁହାଯାଇଛି କି, କୋରୋନା ପ୍ରଭାବିତ ଅର୍ଥନୀତି ଓ ଏହାର ସ୍ଥିତି ଏବଂ ଏଥିରୁ ମୁକୁଳିବା ନେଇ ପ୍ରଧାନମନ୍ତ୍ରୀଙ୍କ ସହ ବିଚାର କରାଯାଇଛି । ଆଗକୁ ନେବାକୁ ଥିବା ପଦକ୍ଷେପ ନେଇ ବିସ୍ତୁତ ସୂଚନା ଦିଆଯିବ ।

ଶୁକ୍ରାବାର ମନ୍ତ୍ରାଣଳୟ ପକ୍ଷରୁ ଜିଏସଟି ରିପୋର୍ଟ ଜାରି କରାଯାଇନାହିଁ । ଏପେଟ ପିଏମ ମଧ୍ୟ ବିମାନ ଚଳାଚଳ ଏବ ଶ୍ରମ ସମେତ ବିଭିନ୍ନ ମନ୍ତ୍ରାଣଳୟ ସହ ବୈଠକ କରିଛନ୍ତି । ପ୍ରକାଶ ଯେ, କୋରୋନା ଯୋଗୁଁ ଉପୁଜିଥିବା କଠିନ ସମସ୍ୟାର ମୁକାବିଲା ପାଇଁ ମାର୍ଚ୍ଚ 26ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 1.7 ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ । ତେବେ ସରକାର ଶୀଘ୍ର ପ୍ରଭାବିତ ଉଦ୍ୟୋଗ ପାଇଁ ଦ୍ବିତୀୟ ରିଲିଫ ପ୍ୟାକେଜ ଘୋଷଣା କରିପାରନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.