ETV Bharat / business

ଅର୍ଥବ୍ୟବସ୍ଥା ସମୀକ୍ଷା: ନୀତି ଆୟୋଗରେ ପ୍ରଧାନମନ୍ତ୍ରୀ - ପିଏମଙ୍କ ଅର୍ଥନୀତି ଚର୍ଚ୍ଚା

ନୀତି ଆୟୋଗରେ ପିଏମଙ୍କ ଅର୍ଥନୀତି ଚର୍ଚ୍ଚା । ଏହି ଉଚ୍ଚସ୍ତରୀୟ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ଓ ଅନ୍ୟ କ୍ୟାବିନେଟ ମନ୍ତ୍ରୀଙ୍କ ବ୍ୟତୀତ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର, ସିଇଓ ଅମିତାଭ କାନ୍ତ ଓ ଥିଙ୍ଗଟ୍ୟାଙ୍କର ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି ।

PM meets economists, experts at Niti Aayog
ଅର୍ଥବ୍ୟବସ୍ଥା ସମୀକ୍ଷା : ନୀତି ଆୟୋଗରେ ପ୍ରଧାନମନ୍ତ୍ରୀ
author img

By

Published : Jan 9, 2020, 2:10 PM IST

ନୂଆଦିଲ୍ଲୀ: ଅର୍ଥବ୍ୟବସ୍ଥାର ସ୍ଥିତି ଉପରେ ଚର୍ଚ୍ଚା କରିବାକୁ ନୀତି ଆୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଠାରେ ସେ ରାଜ୍ୟ ଅର୍ଥନୀତି ଓ ଦେଶର ଅଭିବୃଦ୍ଧିକୁ ବୁଷ୍ଟର ଦେବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଇ ଅର୍ଥନୀତିଜ୍ଞ ଓ ବିଶେଷଜ୍ଞ ସହ ଆଲୋଚନା କରୁଛନ୍ତି ।

2019-20 ଆର୍ଥିକ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) 5 ପ୍ରତିଶତକୁ ଖସିବ ବୋଲି ସରକାରୀ ରିପୋର୍ଟରେ ଅନୁମାନ କରାଯାଇଛି । ଏ ନେଇ ଏହି ବୈଠକରେ ଚର୍ଚ୍ଚା ବିମର୍ଷ କରାଯାଉଛି ।

ଗୃହମନ୍ତ୍ରୀ ଅମିତ ଶାହା ଓ ଅନ୍ୟ କ୍ୟାବିନେଟ ମନ୍ତ୍ରୀଙ୍କ ବ୍ୟତୀତ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର, ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ଓ ଥିଙ୍ଗଟ୍ୟାଙ୍କର ଅନ୍ୟ ବରିଷ୍ଠ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଅଛନ୍ତି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶ ପରିଷଦର ଅଧ୍ୟକ୍ଷ ବିବେକ ଦେବରାୟ ମଧ୍ୟ ଏହି ଉଚ୍ଚସ୍ତରୀୟ ବୈଠରେ ସାମିଲ ରହିଛନ୍ତି ।

ଏପରି ସମୟରେ ଏହି ବୈଠକ ବହୁତ ଗୁରୁତ୍ବ ରଖୁଛି । କାରଣ ଏବେ ସରକାର 2020-21 ଆର୍ଥିକ ବର୍ଷ ପାଇଁ ବଜେଟ ପ୍ରସ୍ତୁତିରେ ଲାଗିପଡିଛନ୍ତି । ଆଉ ଏହାର ଫୋକସ ରହିଛି ଚଳିତ ଆର୍ଥିକ ବର୍ଷ(2019-20)ର ବିକାଶକୁ ଗତିଶୀଳ କରିବା । ଯାହାକି 5 ପ୍ରତିଶତକୁ ଖସିବ ବୋଲି ଆକଳନ କରାଯାଉଛି ।

ଏ ଭିତରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରମୁଖ ଉଦ୍ୟୋଗପତିଙ୍କ ସହ ଅର୍ଥବ୍ୟବସ୍ଥା ସ୍ଥିତି ଉପରେ ଆଲୋଚନା କରିଛନ୍ତି । ବିଶେଷ କରି ନିବେଶ ପାଇଁ ପ୍ରୋତ୍ସାହନ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ବିଚାର ବିମର୍ଷ ହୋଇଥିବା ଜଣାପଡିଛି ।

ପ୍ରକାଶ ଯେ, ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ 2020-21 ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ। ଏଥିରେ ଧୀମା ଅର୍ଥବ୍ୟବସ୍ଥାକୁ ଗତିଶୀଳ କରିବାକୁ ବହୁ ଘୋଷଣା ହୋଇପାରେ ବୋଲି ଆଶା ରହିଛି।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.