ETV Bharat / business

କୁହୁଳୁଛି ତେଲ ତାତି, ମାଲକାନଗିରିରେ 100 ଛୁଇଁଲା ପେଟ୍ରୋଲ ଦର - Petrol Price Touches Rs 100 Mark

ଆକାଶଛୁଆଁ ପେଟ୍ରୋଲ ଦାମ ଏବେ ଦେଶର ଆନ୍ଦୋଳନ ପାଇଁ ଯୋଗାଉଛି ଇନ୍ଧନ । ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଦାମ ଶତକ ମାରିବା ପରେ ଓଡିଶାରେ ମଧ୍ୟ 100 ଟଙ୍କାକୁ ଛୁଇଁଛି ତେଲଦର । ଅଧିକ ପଢନ୍ତୁ..

କୁହୁଳୁଛି ତେଲ ତାତି,  ଓଡିଶାରେ ଶତକ ମୁହାଁ ପେଟ୍ରୋଲ

author img

By

Published : Feb 23, 2021, 4:50 PM IST

Updated : Feb 23, 2021, 5:09 PM IST

ଭୁବନେଶ୍ବର: ଆକାଶଛୁଆଁ ପେଟ୍ରୋଲ ଦାମ ଏବେ ଦେଶର ଆନ୍ଦୋଳନ ପାଇଁ ଯୋଗାଉଛି ଇନ୍ଧନ । ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଦାମ ଶତକ ମାରିବା ପରେ ମାଲକାନାଗିରିରେ ମଧ୍ୟ 100 ଟଙ୍କା ଛୁଇଁଛି ତେଲଦର । ଆଉ ତେଲ ତାତିରେ କଣା ହେଲାଣି ସାଧାରଣ ଖାଉଟି ପକେଟ ।

ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକରେ ପେଟ୍ରୋଲ ଦାମ ଲିଟର ପ୍ରତି ରେକର୍ଡ ସ୍ତର 100.29 ଟଙ୍କା (ପ୍ରିମିୟମ) ଓ 97.14 ଟଙ୍କା (ସାଧାରଣ ପେଟ୍ରୋଲ) ହେଲାଣି । ଏପରିକି ରାଜ୍ୟର ବିଭିନ୍ନ ଜିଲ୍ଲାରେ ପେଟ୍ରୋଲ ଦାମ 100 ଟଙ୍କା ନିକଟତର ରହିଛି ।

ରାଜ୍ୟର ବିଭିନ୍ନ ସହରରେ ପେଟ୍ରୋଲ ଦାମ

ବ୍ରହ୍ମପୁର (ଗଞ୍ଜାମ) 92.89 ଟଙ୍କା
ଯୋଡା (କେନ୍ଦୁଝର)93.45 ଟଙ୍କା
ବଲାଙ୍ଗୀର93.19 ଟଙ୍କା
ନବରଙ୍ଗପୁର95.51ଟଙ୍କା
ଫୁଲବାଣୀ (କନ୍ଧମାଳ ) 93.07 ଟଙ୍କା
ପଦ୍ମପୁର (ବରଗଡ ) 93.14 ଟଙ୍କା
ସମ୍ବଲପୁର92.21ଟଙ୍କା
ରାଉରକେଲା (ସୁନ୍ଦରଗଡ )92.58ଟଙ୍କା
ଯାଜପୁର 91.82ଟଙ୍କା
ଝାରସୁଗୁଡା 91.68 ଟଙ୍କା
ବାଲେଶ୍ବର91.65 ଟଙ୍କା

ସେହିପରି ଟ୍ବିନ ସିଟି ଭୁବନେଶ୍ବର ଏବଂ କଟକରେ ପେଟ୍ରୋଲ ଦାମ ଲିଟର ପ୍ରତି କ୍ରମଶଃ 91.66 ଟଙ୍କା ଓ 91.95 ଟଙ୍କା ରହିଛି ।

ତେଲ ଦର ବୃଦ୍ଧିକୁ ନେଇ ଆଜି ବିଧାନସଭା ବଜେଟ ଅଧିବେଶନରେ ବିରୋଧୀ ହଟ୍ଟଗୋଳ କରିଛନ୍ତି । ଆଉ ଏ ନେଇ ଜବାବ ରଖି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କେନ୍ଦ୍ରକୁ ଅଙ୍ଗୁଳି ଦେଖାଇଛନ୍ତି । କେନ୍ଦ୍ର ସରକାର ଭିତ୍ତିଭୂମି ଓ କୃଷି ଭଳି ଦୁଇଟି ଅତିରିକ୍ତ ସେସ ଲାଗୁ କରି 18 ପ୍ରତିଶତ ଟିକସ ପେଟ୍ରୋଲକୁ ଆଦାୟ କରୁଛନ୍ତି । ଯେଉଁଥିପାଇଁ ତୈଳଦର ଅହେତୁକ ଭାବେ ବୃଦ୍ଧି ପାଇଛି । ଏହି ଦୁଇଟି ସେସ ଛାଡ଼ କଲେ ତୈଳଦର କମିବ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 23, 2021, 5:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.