ETV Bharat / business

3 ଅଙ୍କ ମୁହାଁ ପେଟ୍ରୋଲ-ଡିଜେଲ, 9 ଦିନରେ ବଢିଲାଣି ପ୍ରାୟ 3 ଟଙ୍କା

ଭାରତ ଓ ଚୀନ ସହ ଏସୀୟ ରାଷ୍ଟ୍ର ଗୁଡିକରେ ଅଶୋଧିତ ତେଲ ଚାହିଦା ବଢୁଥିବାରୁ ଏହାର ପ୍ରଭାବ ବିଶୋଧିତ ତୈଳ ଉପରେ ପଡିଛି । ଏହାର ପ୍ରଭାବରେ ଭାରତର ବିଭିନ୍ନ ସହରରେ ପେଟ୍ରୋଲ ଓ ଡିଜେଲ ଦାମ ବଢିଛି ।

3 ଅଙ୍କ ମୁହାଁ ପେଟ୍ରୋଲ-ଡିଜେଲ , 9 ଦିନରେ ବଢିଲାଣି ପ୍ରାୟ 3 ଟଙ୍କା

author img

By

Published : Feb 17, 2021, 4:36 PM IST

ନୂଆଦିଲ୍ଲୀ: ତେଲ ବଜାରରେ ନିଆଁ । ହୁ ହୁ ବଢୁଥିବା ପେଟ୍ରୋଲ ଓ ଡିଜେଲ ଦାମ ଲଗାତାର 9 ଦିନ ଧରି ଜାରି ରହିଛି । ବୁଧବାର ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲର ଖୁଚୁରା ଦାମ ବଢିବା ସହ ଉପଭୋକ୍ତାଙ୍କ ଚିନ୍ତା ବଢାଇଛି ।

ଭାରତ ଓ ଚୀନ ସହ ଏସୀୟ ରାଷ୍ଟ୍ର ଗୁଡିକରେ ଅଶୋଧିତ ତେଲ ଚାହିଦା ବଢୁଥିବାରୁ ଏହାର ପ୍ରଭାବ ବିଶୋଧିତ ତୈଳ ଉପରେ ପଡିଛି । ଏହାର ପ୍ରଭାବରେ ଭାରତର ବିଭିନ୍ନ ସହରରେ ପେଟ୍ରୋଲ ଓ ଡିଜେଲ ଦାମ ବଢିଛି । ତେଲ ବିପଣନ କମ୍ପାନୀ ଅନୁସାରେ ଆଜି ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଦାମ ଲିଟର ପ୍ରତି 25 ପଇସା ଲେଖାଏଁ ବଢିଛି । ଏହି ବୃଦ୍ଧି ସହ ପେଟ୍ରୋଲର ଦାମ ଲିଟର ପିଛା 89.54 ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ ଦାମ ଲିଟର ପ୍ରତି ଦିଲ୍ଲୀରେ 79.95 ଟଙ୍କା ଅଛି ।

ଗତ 9 ଦିନରେ ( ଫେବୃଆରୀ 9 ରୁ) ପେଟ୍ରୋଲ ଦାମ ଲିଟର ପ୍ରତି 2.59 ଟଙ୍କା ବଢିଛି । ଯେତେବେଳେ କି ଡିଜେଲ ଦାମ 9 ଦିନରେ ଲିଟର ପିଛା 2.82 ଟଙ୍କା ଉଛୁଳିଛି । ସେହିଭଳି ସମଗ୍ର ଦେଶରେ ପେଟ୍ରୋଲ ଓ ଡିଜେଲ ଦାମ ସ୍ଥାନୀୟ ଟିକସ ଓ ଭାଟ ପରେ ଲିଟର ପ୍ରତି 24 ରୁ 24 ରୁ 27 ପଇସା ବୁଧବାର ବଢିଛି ।

ବିଗତ ଦିନରେ ପେଟ୍ରୋଲ ଦାମ ମୁମ୍ବାଇରେ ଲିଟର ପିଛା 4 ଟଙ୍କା ବଢି ତିନି ଅଙ୍କ ଛୁଇଁବା ନିକଟତର ରହିଛି । ସେହିଭଳି ଡିଜେଲ ଦାମ ଲିଟର ପ୍ରତି 90 ଟଙ୍କା ରହିଛି ।

ସେପେଟ ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ପେଟ୍ରୋଲ ଦର ଲିଟର ପ୍ରତି ଶତକ ଟପିବା ସହ ସମଗ୍ର ଭାରତରେ ରେକର୍ଡ କରିଛି । ଏହା ବାଦ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର କେତେକ ସହରରେ ମଧ୍ୟ ପେଟ୍ରୋଲ ଦାମ ଶତକ ଟପିଛି ।

ସେପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ବୃଦ୍ଧି ହୋଇ ବ୍ୟାରେଲ ପ୍ରତି 63.5 ଡଲାରରେ ପହଞ୍ଚିଛି । ଇନ୍ଧନ ମୂଲ୍ୟ ବୈଶ୍ବିକ ବିଶୋଧିତ ଦ୍ରବ୍ୟର ମୂଲ୍ୟ ଏବଂ ଡଲାର ବିନିମୟ ମୂଲ୍ୟ ଆଧାରରେ ନିର୍ଦ୍ଧାରଣ ହୋଇଛି । ଆଗକୁ ଏହାର ଦାମ ଆହୁରି ବଢିବା ନେଇ ଆଶା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.