ETV Bharat / business

ପଞ୍ଚମ ଦିନରେ ତେଲ ଦର ବୃଦ୍ଧି, 74 ଟଙ୍କା ଛୁଇଁଲା ପେଟ୍ରୋଲ - Petrol, Diesel Prices Hiked For Fifth Day In A Row

ଲକଡାଉନ ପରେ ବଢୁଛି ତେଲ ତାତି । ଆଜିକୁ 5 ଦିନ ଧରି ଲଗାତର ବଢୁଛି ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧି । 5 ଦିନରେ ପେଟ୍ରୋଲ ଲିଟର ପିଛା 2 .74 ପଇସା ଓ ଡିଜେଲ 2.83 ପଇସା ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

Petrol, Diesel Prices Hiked For Fifth Day In A Row
ପଞ୍ଚମ ଦିନରେ ତେଲ ଦର ବୃଦ୍ଧି
author img

By

Published : Jun 11, 2020, 12:10 PM IST

ନୂଆଦିଲ୍ଲୀ: ଲଗାତାର ପଞ୍ଚମ ଦିନରେ ଉଛୁଳିଲା ତେଲ ଦର । ଗୁରୁବାର ପେଟ୍ରୋଲ ଓ ଡିଜେଲ ଲିଟର 60 ପଇସା ଲେଖାଏଁ ବୃଦ୍ଧି ପାଇଛି । ଫଳରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର 74 ଟଙ୍କା ଓ ଡିଜେଲ 72. 22 ଟଙ୍କାରେ ପହଞ୍ଚିଛି । 5 ଦିନରେ ପେଟ୍ରୋଲ ଲିଟର ପିଛା 2 ଟଙ୍କା 74 ପଇସା ଓ ଡିଜେଲ ଲିଟର 2 ଟଙ୍କା 83 ପଇସା ବୃଦ୍ଧି ପାଇଛି ।

ସେହିପରି ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ ଦାମ 58 ପଇସା ବୃଦ୍ଧି ହୋଇ 80.98 ଟଙ୍କାରେ ଓ ଡିଜେଲ 57 ପଇସା ବଢି 70.92 ଟଙ୍କାରେ ବିକ୍ରି ହେଉଛି । ଏଭଳି ଭାବେ ଚେନ୍ନାଇରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା 53 ପଇସା ବୃଦ୍ଧି ହୋଇ କ୍ରମଶଃ 77.96 ଟଙ୍କା ଓ 70.64 ଟଙ୍କା ରହିଛି । ଆଉ କୋଲକାତାରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦାମ ଯଥାକ୍ରମେ 75.94 ଓ 68.17 ଟଙ୍କାକୁ ବୃଦ୍ଧି ପାଇଛି ।

ଗତ 5 ଦିନ ଧରି ପେଟ୍ରୋଲ ଓ ଡିଜେଲ ଦାମ ବଢିଚାଲିଛି । ଆଗକୁ ଏହି ଦର ବୃଦ୍ଧି ଜାରି ରହିବା ଅନୁମାନ କରାଯାଉଛି । ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ବୃଦ୍ଧି ପାଇଚାଲିଛି । ଏହାର ପ୍ରଭାବରେ ଘରୋଇ ବଜାରେ ତେଲ ଦାମ ଲିଟର ପିଛା ଆହୁରୀ 5 ଟଙ୍କା ବଢିବା ସମ୍ଭାବନା ରହିଛି ।

ଆପଣ ନିଜ ସହରରେ ପେଟ୍ରୋଲ ଓ ଡିଜେଲ ଦାମ ଏସଏମଏସ କରି ଜାଣିପାରିବେ । ଇଣ୍ଡିଆନ ଅଏଲର ଉପଭୋକ୍ତା RSP<ଡିଲକ କୋଡ> ଲେଖି 9224992249 ନମ୍ବରରେ ଏବଂ ଏଚପିସିଏଲର ଉପଭୋକ୍ତା HPPRICE <ଡିଲକ କୋଡ> ଲେଖି 9222201122 ନମ୍ବରରେ ପଠାଇପାରିବେ । ବିପିସିଏଲ ଉପଭୋକ୍ତା RSP<ଡିଲରକୋଡ> ଲେଖି 9223112222 ନମ୍ବରରେ ପଠାଇପାରିବେ । କିମ୍ବା ଆପଣ ଆଇଓସି ୱେବସାଇଟ (https://www.iocl.com/Products/PetrolDieselPrices.aspx) ରେ ଯାଇ ମଧ୍ୟ ନିଜ ସହରର ପେଟ୍ରୋଲ ଓ ଡିଜେଲ ଦାମକୁ ଜାଣିପାରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.