ETV Bharat / business

ଚୀନ ସାମଗ୍ରୀ ବର୍ଜନ ପାଇଁ ଦେଶବାସୀଙ୍କୁ ଅପିଲ କଲେ ପାସୱାନ - boycott Chinese products

ଚୀନ ସାମଗ୍ରୀ ବଏକଟ ଅଭିଯାନରେ ସାମିଲ ହେଲେ କେନ୍ଦ୍ର ମନ୍ତ୍ରୀ ମନ୍ତ୍ରୀ ରାମବିଳାସ ପାସୱାନ । ଚୀନ ଯେଉଁ ଭଳି ବ୍ୟବହାର କରୁଛି , ଆମେ ଚୀନ ସମସ୍ତ ଉତ୍ପାଦକୁ ବହିସ୍କାର କରିବା ଉଚିତ ବୋଲି କହିଛନ୍ତି ପାସୱାନ । ଅଧିକ ପଢନ୍ତୁ..

ଚୀନ ସାମଗ୍ରୀ ବର୍ଜନ ପାଇଁ ଲୋକଙ୍କୁ ଅପିଲ କଲେ ପାସୱାନ

author img

By

Published : Jun 18, 2020, 8:50 PM IST

ନୂଆଦିଲ୍ଲୀ: ଗୁରୁବାର କେନ୍ଦ୍ର ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ରୀ ରାମବିଳାସ ପାସୱାନ ଲୋକଙ୍କୁ ଚୀନ ପ୍ରଡକ୍ଟ ବହିଷ୍କାର ପାଇଁ ଅପିଲ କରିଛନ୍ତି । ଏଥିସହ ସେ ନିଜ ମନ୍ତ୍ରାଳୟ ଅଧିକାରୀଙ୍କୁ ମଧ୍ୟ କାର୍ଯ୍ୟାଳୟରେ ଦୈନିକ ବ୍ୟବହୃତ ପାଇଁ କୌଣସି ମଧ୍ୟ ଚୀନ ସାମଗ୍ରୀ ନ କିଣିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଭାରତ-ଚୀନ ସୀମା ବିବାଦ ମଧ୍ୟରେ ପାସୱାନଙ୍କ ଏହି ବୟାନ ଆସିଛି ।

ପାସୱାନ କହିଛନ୍ତି ଯେ, ‘‘ମୁଁ ସମସ୍ତଙ୍କୁ ନିବେଦନ କରିବାକୁ ଚାହୁଁଛି କି ଚୀନ ଯେଉଁ ଭଳି ବ୍ୟବହାର କରୁଛି, ଆମେ ଚୀନର ସମସ୍ତ ଉତ୍ପାଦକୁ ବର୍ଜନ କରିବା ଉଚିତ।

ସେ କହିଛନ୍ତି ଯେ, ଚୀନରୁ ଆମଦାନୀ ହେଉଥିବା ଉତ୍ପାଦ ଉପରେ କେନ୍ଦ୍ର ସରକାର ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (BIS) ର ଗୁଣାତ୍ମକ ମାନକୁ କଡାକଡି ଭାବେ କାର୍ଯ୍ୟକାରୀ କରିବେ। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରିବା ସମୟରେ ସେ ଚୀନରୁ ଦୀପ ଏବଂ ଆସବାବପତ୍ର ଭଳି ଆମଦାନୀକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଯେ ବିଆଇଏସ ଦ୍ୱାରା ନିର୍ଦ୍ଧାରିତ ଗୁଣାତ୍ମକ ନିୟମକୁ ସରକାର କଡାକଡି ଭାବେ କାର୍ଯ୍ୟକାରୀ କରିବେ। ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତତ୍ବବଧାନରେ ବିଆଏସ ଏବେ ସୁଦ୍ଧା ବିଭିନ୍ନ ଉତ୍ପାଦ ପାଇଁ 25,000 ରୁ ଅଧିକ ଗୁଣାତ୍ମକ ନିୟମାବଳୀ ପ୍ରସ୍ତୁତ କରିଛି।

ମନ୍ତ୍ରୀ କହିଛନ୍ତି, "ଯେତେବେଳେ ଆମର ସାମଗ୍ରୀ ବିଦେଶରେ ପହଞ୍ଚେ , ସେତେବେଳେ ସେଗୁଡିକ ଯାଞ୍ଚ କରାଯାଇଥାଏ । କିନ୍ତୁ ଯେତେବେଳେ ସେମାନଙ୍କର ସାମଗ୍ରୀ ଭାରତରେ ପହଞ୍ଚେ, ସେତେବେଳେ କୈଣସି କଠୋର ଗୁଣାତ୍ମକ ନିୟନ୍ତ୍ରଣ ହୋଇନଥାଏ । "

ନୂଆ BIS ଆଇନ ସଂସଦରେ 2016ରେ ପାରିତ କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.