ETV Bharat / business

କୋରୋନା କହର, ଏପ୍ରିଲରେ 10 % ଖସିଲା ପାସେଞ୍ଜର ଯାନ ବିକ୍ରି

author img

By

Published : May 12, 2021, 8:45 PM IST

ଏପ୍ରିଲରେ ପାସେଞ୍ଜର ଯାନର ବିକ୍ରି 2,61,633 ୟୁନିଟ ରହିଥିଲା । କୋରୋନା ଭାଇରସ ମହାମାରୀ ଯୋଗୁଁ ଲାଗୁ ଲକଡାଉନ କାରଣରୁ 2020 ଏପ୍ରିଲରେ କୌଣସି ପାସେଞ୍ଜର ଯାନ ବିକ୍ରି ହୋଇନଥିଲା । ଅଧିକ ପଢନ୍ତୁ..

କୋରୋନା କହର, ଏପ୍ରିଲରେ 10 % ଖସିଲା କାର ବିକ୍ରି

ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀ ଦ୍ବିତୀୟ ଲହରୀ ପ୍ରଭାବରେ ଅଣାୟତ ଅଟୋ ସେକ୍ଟର । ମାର୍ଚ୍ଚ ମାସ ତୁଳନାରେ ଅପ୍ରିଲରେ କାର ବିକ୍ରିରେ ପ୍ରାୟ 10 ପ୍ରତିଶତ ହ୍ରାସ ହୋଇଛି । ଗତ ବର୍ଷ ଦେଶବ୍ୟାପୀ ଲକଡାଉନ ଯୋଗୁଁ ଏପ୍ରିଲରେ ଗୋଟିଏ ବି ଗାଡି ବିକ୍ରି ହୋଇନଥିଲା । ସୋସାଇଟି ଅଫ ଇଣ୍ଡିଆନ ଅଟୋମୋବାଇଲ ମ୍ୟାନୁଫେକ୍ଚର୍ସ (SIAM) ଏ ନେଇ ରିପୋର୍ଟ ପ୍ରକାଶ କରିଛି ।

SIAM ରିପୋର୍ଟ ଅନୁସାରେ ଏପ୍ରିଲରେ ପାସେଞ୍ଜର ଯାନର ବିକ୍ରି 2,61,633 ୟୁନିଟ ରହିଥିଲା । ସେହିଭଳି ଦୁଇଚକିଆ ଯାନ ବିକ୍ରି 995,097 ୟୁନିଟ ଓ ତିନି ଚକିଆ ଯାନ ବିକ୍ରି 13,728 ଥିଲା । ଏଥିରେ ଟାଟା ମୋଟର୍ସ ବିକ୍ରି ସଂଖ୍ୟା ସାମିଲ ଅଛି । କାରଣ କମ୍ପାନୀ SIAM କୁ ବିକ୍ରିର ମାସିକ ତଥ୍ୟ ଦେବା ବନ୍ଦ କରିଦେଇଛି ।

SIAM ଡାଏରକ୍ଟର ଜେନରାଲ ରାଜେଶ ମେନନ କହିଛନ୍ତି କି କୋଭିଡ ଏପ୍ରିଲରେ ଗାଡି ବିକ୍ରିକୁ ପ୍ରଭାବିତ କରୁଛି । ତେବେ ଏପ୍ରିଲ ତୁଳନାରେ ମାର୍ଚ୍ଚ ମାସରେ ପାସେଞ୍ଜର ଭେଇକଲ ବିକ୍ରି 10.07 ହ୍ରାସ ହେଲା । ସେହିଭଳି ଦୁଇଚକିଆ ଯାନ ବିକ୍ରି 33.52 ପ୍ରତିଶତ ଓ ତିନିଚକିଆ ଯାନ ବିକ୍ରି 57.01 ପ୍ରତିଶତ କମିଛି ।

କୋରୋନା ପ୍ରତିହିତ ପାଇଁ ଦେଶର ବିଭିନ୍ନ ସ୍ଥାନରେ ଲକଡାଉନ ଲାଗୁ ଯୋଗୁଁ ଯୋଗାଣ ଶୃଙ୍ଖଳା ବ୍ୟାଘତ ହେଉଛି । ସେପଟେ ଆୟ ନଥିବାରୁ ଉପଭୋକ୍ତାଙ୍କ ଧାରଣା ବି ବାଧାପ୍ରାପ୍ତ ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.