ETV Bharat / business

କୋରୋନା ମାଡରେ ଉଭାନ 8.1 କୋଟି ଚାକିରୀ, ବଢିଛି ଗରିବୀ: ILO - କୋରାନା ଚାପରେ ରୋଜଗାର

କୋରାେନା ଚାପରେ ରୋଜଗାର । ମିଳୁନି ନିଯୁକ୍ତି, ବଢୁଛି ବେକାରୀ । ଆଇଏଲଓର ରିପୋର୍ଟ ଅନୁସାରେ କୋରୋନା କାରଣରୁ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ 8.1 କୋଟି ଚାକିରୀ ଉଭାନ ହୋଇଛି । ଅଧିକ ପଢନ୍ତୁ..

କୋରୋନା ମାଡରେ ଉଭାନ 8.1 କୋଟି ଚାକିରୀ , ବଢିଛି ଗରିବୀ : ILO

author img

By

Published : Dec 16, 2020, 5:15 PM IST

ନୂଆଦିଲ୍ଲୀ: କୋରୋନା ଯନ୍ତାରେ ସମଗ୍ର ବିଶ୍ବ । ପ୍ରଭାବିତ ଲୋକ । ଇଣ୍ଟରନ୍ୟାସନାଲ ଲେବର ଅର୍ଗନାଇଜେସନ (ILO)ର ରିପୋର୍ଟ ମୁତାବକ ଏହି ମହାମାରୀ ଯୋଗୁଁ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଏ ବର୍ଷ 8.1 କୋଟି ଚାକିରୀ ଉଭାନ ହୋଇଛି । କେବଳ ଏତିକି ନୁହେଁ ଲେବର ଇନକମରେ ମଧ୍ୟ 10 ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି । ଯାହା ଦ୍ବାରା 2.2 କୋଟିରୁ 2.5 କୋଟି ଲୋକ ଏବେ ଗରିବ ଜାଲରେ ଛନ୍ଦା ।

କୋରୋନା ମାଡରେ ଉଭାନ 8.1 କୋଟି ଚାକିରୀ , ବଢିଛି ଗରିବୀ : ILO
କୋରୋନା ମାଡରେ ଉଭାନ 8.1 କୋଟି ଚାକିରୀ , ବଢିଛି ଗରିବୀ : ILO

ରିପୋର୍ଟ ମୁତାବକ, 2020 ପ୍ରଥମ 3 ତ୍ରୟମାସରେ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଲେବର ଇନକମରେ 10 ପ୍ରତିଶତ ହ୍ରାସ ହୋଇଛି । ଯାହା ଜିଡିପିରେ 3 ପ୍ରତିଶତ ହ୍ରାସ ସହ ସମାନ । ଯାହା ଦ୍ବାରା ଦାରିଦ୍ର୍ୟ ବଢିଛି । ଫଳରେ ଏସବୁ କ୍ଷେତ୍ରରେ 2.2 କୋଟିରୁ 2.5 କୋଟି ଲୋକ ଗରିବ ଜାଲରେ ଫଶିଛନ୍ତି । ଅର୍ଥାତ 2020ରେ ଏସିଆ ପେସିଫିକରେ ଏଭଳି ଲୋକଙ୍କ ସଂଖ୍ୟା 9.4 ରୁ 9.8 କୋଟି ହୋଇପାରେ । ଯେଉଁମାନେ ଦୈନିକ 1.90 ଡଲାରରୁ କମରେ ଜୀବନ କାଟୁଛନ୍ତି ।

ତେବେ କୋରୋନା କାରଣରୁ ଲେବର ମାର୍କେଟକୁ ଯେଉଁ କ୍ଷତି ହୋଇଛି , ତାହାନୁସାରେ ସରକାର ଆର୍ଥିକ ଉପାୟ କରିନାହାଁନ୍ତି । ବିଶେଷ କରି ବିକାଶଶୀଳ ଦେଶର ଏହା ବିଫଳ ହୋଇଛି । ଏଥିଯୋଗୁଁ ଏସିଆ ଓ ପେସିଫିକ ଦେଶରେ ଅସମାନତା ବଢିବା ବିପଦ ଦେଖାଦେଇଛି । ପ୍ରାଥମିକ ଅନୁମାନ ଅନୁସାରେ ରିଜନାଲ ବେକାରୀ ହାର 2020ରେ ବୃଦ୍ଧି ପାଇ 5.2 ପ୍ରତିଶତ ଓ 5.7 ପ୍ରତିଶତ ମଧ୍ୟରେ ରହିପାରେ । 2019ରେ ଏହା 4.4 ପ୍ରତିଶତ ଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.