ନୂଆଦିଲ୍ଲୀ: ରେପୋରେଟ ଦରରେ ଐତିହାସିକ ହ୍ରାସ । ଏଥିସହ 3 ଯାଏଁ ବ୍ୟାଙ୍କ ଲୋନ ଉପରୁ ଟଳିଲା ଇଏମଆଇ ପରିଶୋଧ । ଶୁକ୍ରବାର ଆରବିଆଇ ଏହି ଘୋଷଣାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଆରବିଆଇର ରେପୋରେଟ ଦର 75 ବେସିସ ପଏଣ୍ଟ ହ୍ରାସକୁ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ସ୍ବାଗତ କରିଥିବା ବେଳେ ମାସିକ ଇଏମଆଇ କୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
ସେ ଟ୍ବିଟ କରି କହିଛନ୍ତି ଯେ, ‘ମୁଁ ଆରବିଆଇର ରେପୋରେଟ ହ୍ରାସ ଓ ନଗଦ ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ସ୍ବାଗତ କରୁଛି , ହେଲେ ଇଏମଆଇ ତାରିଖକୁ 3 ମାସ ଘୁଞ୍ଚାଇବା ନେଇ ଆରବିଆଇର ନିର୍ଦ୍ଦେଶନାମା ଅସ୍ପଷ୍ଟ ରହିଛି । ଲାଗୁଛି ଯେପରି ଏହାକୁ ଅଧା ହୃଦୟରୁ କରାଯାଇଛି । ତେବେ ସମସ୍ତ ଇଏମଆଇର ଦେୟ ତାରିଖ ବଢାଇବା ଦରକାର । ’’
ଚିଦାମ୍ବରଙ୍କ କହିଛନ୍ତି ଯେ, ‘ସମସ୍ତ ଅର୍ଥ ସମ୍ବନ୍ଧୀୟ ଦେୟ ତାରିଖ ଜୁନ 30 ଯାଏଁ ବଢାଯାଉ । ବର୍ତ୍ତମାନ ଋଣଦାତା ବ୍ୟାଙ୍କ ଉପରେ ନିର୍ଭରଶୀଳ ହୋଇଛନ୍ତି ଏବଂ ସେମାନେ ନିରାଶ ହେବେ।’
ଏଥିମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ ବ୍ୟାଙ୍କକୁ ଆପିଲ କରିଛନ୍ତି ଯେ , ଆରବିଆଇର ରେପୋରେଟ ହ୍ରାସ ଫାଇଦା ଗ୍ରାହକଙ୍କୁ ଦେବା ପାଇଁ ଜୋର ଦିଆଯାଉ ।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବର୍ତ୍ତମାନର ପରିସ୍ଥିତିରେ ଅର୍ଥବ୍ୟବସ୍ଥାକୁ ବଞ୍ଚାଇବା ପାଇଁ ଆରବିଆଇର ପଦକ୍ଷେପରୁ ପ୍ରଂଶସା କରିଛନ୍ତି । ସେ ଟ୍ବିଟ କରି କହିଛନ୍ତି ଯେ, ଏହି ଘୋଷଣା ଦ୍ବାରା ବଜାରରେ ଲିକ୍ୟୁଡିଟି ସ୍ଥିତି ସୁଦୃଢ ହେବା ସହ ଋଣରେ ସୁଧ ଦର କମ ରହିବ । ଏହା ଦ୍ବାରା ମଧ୍ୟମ ବର୍ଗ ବ୍ୟତିତ କାରବାରୀଙ୍କୁ ସହଯୋଗ ମିଳିବ ।