ETV Bharat / business

ବେକାରୀ ସଙ୍କଟ, OYOରୁ ଛଟେଇ ହେବେ 1200 କର୍ମଚାରୀ !

author img

By

Published : Jan 11, 2020, 7:44 PM IST

ସଙ୍କଟରେ ହୋଟେଲ ଇଣ୍ଡଷ୍ଟ୍ରିଜର ଚର୍ଚ୍ଚିତ କମ୍ପାନୀ Oyo । ବ୍ଲୁମବର୍ଗର ଏକ ରିପୋର୍ଟ ମୁତାବକ କମ୍ପାନୀ ଆସନ୍ତା 3ରୁ 4 ମାସ ଭିତରେ 1200 କର୍ମଚାରୀଙ୍କ ଛଟେଇ ହେବ । ଅଧିକ ଖବର ଜାଣନ୍ତୁ...

Oyo lays off around 1,200 employees across India
ବେକାରୀ ସଙ୍କଟ, OYOରୁ ଛଟେଇ ହେବେ 1200 କର୍ମଚାରୀ !

ନୂଆଦିଲ୍ଲୀ: ସଙ୍କଟରେ ହୋଟେଲ ଇଣ୍ଡଷ୍ଟ୍ରିଜର ଚର୍ଚ୍ଚିତ କମ୍ପାନୀ Oyo । ବ୍ଲୁମବର୍ଗର ଏକ ରିପୋର୍ଟ ମୁତାବକ କମ୍ପାନୀ ଆସନ୍ତା 3ରୁ 4 ମାସ ଭିତରେ 1200 କର୍ମଚାରୀଙ୍କ ଛଟେଇ କରିବ । ଭାରତ ବ୍ୟତିତ ଚୀନରେ ମଧ୍ୟ କମ୍ପାନୀ ତାର କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବ ।

ପ୍ରକାଶ ଯେ, ଷ୍ଟାର୍ଟଅପ କମ୍ପାନୀ ଓୟୋ ଭାରତ ଓ ଚୀନରେ ବଜେଟରେ ହୋଟେଲ ସେବା ପ୍ରଦାନ କରୁଛି । ରିପୋର୍ଟ ମୁତାବକ, ଚୀନରେ ଓୟୋର କାର୍ଯ୍ୟରତ 12 ହଜାର କର୍ମଚାରୀଙ୍କ ମଧ୍ୟରୁ 5 ପ୍ରତିଶତଙ୍କୁ ବାହାର କରି ଦିଆଗଲାଣି । ଏପଟେ ଭାରତରେ କାର୍ଯ୍ୟରତ 10 ହଜାର କର୍ମଚାରୀଙ୍କ ମଧ୍ୟରୁ 12 ପ୍ରତିଶତଙ୍କୁ ବିତାଡିତ କରାଯାଇଛି ।

ଓୟୋର ପ୍ରତିଷ୍ଠାତା ଓଡିଆ ପୁଅ ରିତେଶ ଅଗ୍ରୱାଲ ଏ ନେଇ କହିଛନ୍ତି ଯେ, କାମ ପାଇଁ ସବୁ ଭଲ ସ୍ଥାନ ଭିତରୁ ଆମେ ଗୋଟିଏ । ଏହାର ପ୍ରମୁଖ କାରଣ ଯେ, ଲଗାତାର କର୍ମଚାରୀଙ୍କ ପ୍ରଦର୍ଶନର ମୂଲ୍ୟାଙ୍କନ, ରିୱାର୍ଡ ଓ ପରିଚୟ ପାଇଁ ଆମର କ୍ଷମତା ରହିଛି । ତେବେ ଓୟୋର ଏହି ସଙ୍କଟ Masayoshi Son's SoftBankର ଚିନ୍ତା ବଢାଇବ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.