ନୂଆଦିଲ୍ଲୀ: ଦେଶରେ ଆର୍ଥିକ ବର୍ଷ 2020-21 ରେ 1.55 ଲକ୍ଷରୁ ଅଧିକ ନୂଆ କମ୍ପାନୀ ଏଣ୍ଟ୍ରି ମାରିଛନ୍ତି । ଏହି ସଂଖ୍ୟା ଗତ ବର୍ଷ ତୁଳନାରେ 27 ପ୍ରତିଶତ ସହ ଉଲ୍ଲେଖନୀୟ ବୃଦ୍ଧିକୁ ଦର୍ଶାଉଛି ।
ଗତ ଆର୍ଥିକ ବର୍ଷରେ କୋରୋନା ଭାଇରସ ମହାମାରୀ ଆର୍ଥିକ ଗତିବିଧିକୁ ଗଭୀର ଭାବେ ପ୍ରଭାବିତ କରିଥିଲା । ଆଉ ମାର୍ଚ୍ଚ 31 ରେ ଶେଷ ହୋଇଥିବା ଆର୍ଥିକ ବର୍ଷ 2020-21 ରେ 42,186 ଲିମିଟେଡ ଲାଇବିଲିଟି ପାର୍ଟନରସିପ (LLPs) ଗଠନ କରାଯାଇଛି । ଏହି ସଂଖ୍ୟା 1 ବର୍ଷ ପୂର୍ବର ସମାନ ଅବଧି ତୁଳନାରେ ପ୍ରାୟ 17 ପ୍ରତିଶତ ବୃଦ୍ଧି ଦର୍ଶାଇଥାଏ ।
କର୍ପୋରେଟ ବ୍ୟାପାର ମନ୍ତ୍ରାଳୟ ଗୁରୁବାର ଏକ ବିଜ୍ଞପ୍ତିରେ କହିଛି କି, ‘‘ କୋଭିଡ-19 ମହାମାରୀ ଯୋଗୁଁ ଦେଶ ସମ୍ମୁଖୀନ କରିଥିବା ଅଦ୍ଭୁଦପୂର୍ବ ପରିସ୍ଥିତିକୁ ଦେଖି ଏହି ବୃଦ୍ଧି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ’’ ମନ୍ତ୍ରାଳୟ କମ୍ପାନୀ ଅଧିନିୟମ ଓ ଏଲଏଲପି ଅଧିନିୟମକୁ ଲାଗୁ କରିଥାଏ ।