ETV Bharat / business

ଦିନକୁ କମିବ 5 ଲକ୍ଷ ବ୍ୟାରେଲ ତେଲ ଉତ୍ପାଦନ

author img

By

Published : Dec 7, 2019, 4:57 PM IST

ଦିନକୁ 5 ଲକ୍ଷ ବ୍ୟାରେଲ ତେଲ ଉତ୍ପାଦନ କମାଇବାକୁ ସହମତି ଦେଇଛି ଓପେକ ସଦସ୍ୟ ରାଷ୍ଟ୍ର । ଚାହିଦା ତୁଳନାରେ ଉତ୍ପାଦନ ଅଧିକ ହେଉଥିବାରୁ ଏଭଳି ନିର୍ଣ୍ଣୟ ନିଆଯାଇଛି । ଆସନ୍ତା ବର୍ଷ ପହିଲାରୁ ଏହି ନିର୍ଣ୍ଣୟ ଲାଗୁ ହେବ।

opec and partners agree to 500000 barrel per day production cut
ଦିନକୁ କମିବ 5 ଲକ୍ଷ ବ୍ୟାରେଲ ତେଲ ଉତ୍ପାଦନ

ଭିଏନା: ଦୈନିକ ଅଶୋଧିତ ତୈଳ ଉତ୍ପାଦନରେ 5 ଲକ୍ଷ ବ୍ୟାରେଲ ଅତିରିକ୍ତ ହ୍ରାସ ଉପରେ ସହମତି ରଖିଲା ଓପେକ । ଏ ନେଇ ଓପେକର ସଦସ୍ୟ ଦେଶ ତଥା ଋଷ ଭଳି ଅନ୍ୟ ସହଯୋଗୀ ଉତ୍ପାଦନ ଦେଶ ମଧ୍ୟ ବୁଝାମଣା ହୋଇଛି। ଜାନୁଆରୀରୁ ଏହି ସହମତି ଲାଗୁ ହେବ।

ଉତ୍ପାଦନ ସ୍ତରକୁ କମ କରିବା ପାଇଁ ସମସ୍ତଙ୍କ ମଧ୍ୟରେ ଏଭଳି ସମ୍ମତି ରଖାଯାଇଛି । ଭିଏନାର ଓପେକ ମୁଖ୍ୟାଳୟରେ ଏହି ସବୁ ଦେଶର ମନ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ପରେ ଏହରି ନିଷ୍କର୍ଷରେ ପହଞ୍ଚିଥିଲେ । ଉତ୍ପାଦକ ଦେଶ ଅନୁଯାୟୀ, ଏହି ସମୟରେ ବିଶ୍ବ ବଜାରରେ ଅଶୋଧିତ ତୈଳ ଆବଶ୍ୟକତା ଚାହିଦା ଠାରୁ ଢେର ଅଧିକ ରହିଛି । ଏଥିଯେଗୁଁ ଦାମ କମିବା ନେଇ ଆଶଙ୍କା ରହିଛି।

ବୈଠକ ପରେ ଜାରି ବୟାନରେ କୁହାଯାଇଛି ଯେ, ଦୈନିକ ତେଲ ଉତ୍ପାଦନରେ 5 ଲକ୍ଷ ବ୍ୟାରେଲ କମାଇବା ପାଇଁ ମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ବର୍ଷ ଜାନୁଆରୀ 20ରୁ ଏହି ନିର୍ଣ୍ଣୟ ଲାଗୁ ହେବ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.