ନୂଆଦିଲ୍ଲୀ: ରାଇଡ-ହୋଲ୍ଡିଂ ପ୍ଲାର୍ଟଫର୍ମ ଓଲା ସୋମବାର ବିଶ୍ବର ବଡ ଦୁଇ-ଚକିଆ ନିର୍ମାଣ ସୁବିଧା ଆରମ୍ଭ କରିଛି । ଏହାର ନାଁ ରହିଛି ଓଲା ଫ୍ୟୁଚର ଫ୍ୟାକ୍ଟ୍ରି । ଏଥିରେ ବାର୍ଷିକ 1 ଲକ୍ଷ ବାର୍ଷିତ ଉତ୍ପାଦନର କ୍ଷମତା ରହିବ ।
ଓଲାର ଏହି ଫ୍ୟାକ୍ଟ୍ରି 2022 ସୁଦ୍ଧା କାର୍ଯ୍ୟକାରୀ ହେବ । ଏଲନ ମସ୍କ ନେତୃତ୍ବଧୀନ ଟେଲସା ଭାରତରେ ପ୍ରବେଶ ପୂର୍ବରୁ ଓଲା ବିଶ୍ବର ସବୁଠୁ ବଡ ଟୁ-ହ୍ବିଲ ଫ୍ୟାକ୍ଟ୍ରିର ଘୋଷଣା କରିଦେଇଛି ।
ଏହି ଫ୍ୟାକ୍ଟ୍ରି ଓଲା ବିକ୍ରେତା ଏବଂ ଯୋଗାଣକାରୀଙ୍କ ଦ୍ବାରା ଅତିରିକ୍ତ ଚାକିରି ଆଣମବା ସହ 10,000 ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିବ । କମ୍ପାନୀର ଚେୟାରମ୍ୟାନ୍ ତଥା ଗ୍ରୁପ୍ ସିଇଓ ଭାବୀଶ ଅଗ୍ରୱାଲଙ୍କ ଅନୁଯାୟୀ ଫ୍ୟାକ୍ଟ୍ରିର ପ୍ରଥମ ପର୍ଯ୍ୟାୟ 2021 ଜୁନରେ ତିଆରି ହୋଇ ପ୍ରସ୍ତୁତ ହେବ ଏବଂ ଏହି ଅବଧିରେ କମ୍ପାନୀର ବାର୍ଷିକ 20 ଲକ୍ଷ ବାର୍ଷିକ ଉତ୍ପାଦନ କ୍ଷମତା ରହିବ ।
ଅଗ୍ରୱାଲ ମିଡିଆ କର୍ମଚାରୀଙ୍କୁ କହିଛନ୍ତି କି ତାମିଲନାଡୁ କୃଷ୍ଣଗିରି ଜିଲ୍ଲାରେ 500 ଏକରରେ ନିର୍ମିତ ଏହି ସୁବିଧା ପ୍ରତି 2 ସେକେଣ୍ଡରେ ଏକ ସ୍କୁଟର ନିର୍ମାଣରେ ସକ୍ଷମ ହେବ । ଓଲୋ ଇଲେକ୍ଟ୍ରିକ ର ଏହି ଫ୍ୟାକ୍ଟ୍ରିରେ ମୋଟ 10 ପ୍ରଡକ୍ସନ ଲାଇନ୍ସ ରହିବ । କମ୍ପାନୀର ଚେୟାରମ୍ୟାନ ଦାବି କରିଛନ୍ତି କି ଏହା ଦୁନିଆର ସବୁଠୁ ଆଡଭାନ୍ସ ଟୁ-ହ୍ବିଲର ଫ୍ୟାକ୍ଟ୍ରି ହେବ ।