ETV Bharat / business

ବାଗଦାଦ ଏୟାର ଷ୍ଟ୍ରାଇକ: ଖସିଲା ସେନସେକ୍ସ, ମହଙ୍ଗା ଅଶୋଧିତ ତୈଳ

author img

By

Published : Jan 3, 2020, 1:14 PM IST

ଇରାକର ରାଜଧାନୀ ବାବଦାଦରେ ଆମେରିକାର ଏୟାର ଷ୍ଟ୍ରାଇକ ଯୋଗୁଁ ଉପସାଗରୀୟ ଦେଶ ବଢୁଛି ଚିନ୍ତା। ସାମରିକ ଉତ୍ତେଜନା ଯୋଗୁଁ ଏଥର ଅଶୋଧିତ ତୈଳ ଦାମ 4 ପ୍ରତିଶତ ବଢିଛି। ଯାହାର ପ୍ରଭାବରେ ଭାରତୀୟ ସେୟାର ବଜାରରେ ସେୟାର ସୂଚକାଙ୍କ ଖସିଚାଲିଛି।

oil prices jump 4 percent after us air strike
ବାଗଦାଦ ଏୟାର ଷ୍ଟ୍ରାଇକ: ଖସିଲା ସେନସେକ୍ସ, ମହଙ୍ଗା ଅଶୋଧିତ ତୈଳ

ନୂଆଦିଲ୍ଲୀ: ଗୁରୁବାର ଅଭିବୃଦ୍ଧି ସହ ବନ୍ଦ ହୋଇଥିଲା ବେଳେ ଶୁକ୍ରବାର ବଜାରରେ ଆରମ୍ଭରୁ କ୍ଷତି। ତଳମୁହାଁ ସେୟାର ସୂଚକାଙ୍କ। ସେପଟେ ଉପସାଗରୀୟ ଦେଶରେ(GULF COUNTRY) ସାମରିକ ଉତ୍ତେଜନା ବଢିବା ପଳରେ ଅଶୋଧିତ ତୈଳ ବ୍ରେଣ୍ଟ ଓ ଡବ୍ଲ୍ୟୁଟିଆଇର ଦର 3 ପ୍ରତିଶତ ଉଛୁଳିଛି।

ବ୍ରେଣ୍ଟ କ୍ରୁଡ ଦାମ ବ୍ୟାରେଲ ପିଛା 69 ଡଲାର ଉପରକୁ ଛୁଇଁଛି। ଯେତେବେଳେ କି ବ୍ରେଷ୍ଟ ଟେକ୍ସାସ ଇଣ୍ଟରମିଏଟ ଅର୍ଥାତ ଡବ୍ଲ୍ୟୁଟିଆଇ ଦାମ ବ୍ୟାରେଲ ପ୍ରତି 63 ଡଲାର ଟପିଲାଣି। ବର୍ତ୍ତମାନର ସମୟକୁ ଦେଖିଲେ ଆଗକୁ ଦାମ ଆହୁରି ବଢିବ ବୋଲି ଆଶଙ୍କା ରହିଛି। ଏହାର ପ୍ରଭାବ ଭାରତୀୟ ବଜାର ଉପରେ ପଡିଛି।

ଇରାକର ରାଜଧାନୀ ବାବଦାଦରେ ଆମେରିକା ପକ୍ଷରୁ ହୋଇଥିବା ଏୟାର ଷ୍ଟ୍ରାଇକ ଯୋଗୁଁ ଇରାନ ରିଭୋଲ୍ୟୁସନାରୀ ଗାର୍ଡର ମୁଖ୍ୟ କମାଣ୍ଡର ଜେନେରାଲ କାସିମ ସୁଲେମାନୀର ମୃତ୍ୟ ହୋଇଯାଇଛି। ଏଥି ଯୋଗୁଁ ଉପସାଗରୀୟ ଦେଶରେ ସାମରିକ ଉତ୍ତେଜନା ବଢିବାରେ ଲାଗିଛି।

ଅନ୍ତରାଷ୍ଟ୍ରୀୟ ବଜାର ଇଣ୍ଟରକଣ୍ଟିନେଣ୍ଟଲ ଏକ୍ସଚେଞ୍ଜ ଅର୍ଥାତ ଆଇସିଇ ଉପରେ ବ୍ରେଣ୍ଟ କ୍ରୁ଼ଡର ଡେଲିଭରି ଅନୁବନ୍ଧରେ 3.22 ପ୍ରତିଶତ ଅଭିବୃଦ୍ଧି ସହ ବ୍ୟାରେଲ ପିଛା 68.38 ଡଲାର କାରବାର ଚାଲିଛି । ଯେତେବେଳେ କି ଏହା ପୂର୍ବରୁ ବ୍ରେଣ୍ଟର ଦାମ କାରବାର ସମୟରେ ବ୍ୟାରେଲ ପିଛା 69.16 ଡଲାର ବଢିବ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.