ETV Bharat / business

ଜିଏସଟି ଆଦାୟରେ ଓଡିଶାର ଅଭିବୃଦ୍ଧି ଜାରି - Odisha gst

ଫେବୃଆରୀ 2020 ପର୍ଯ୍ୟନ୍ତ ରାଜ୍ୟ ଜିଏସଟି ରାଜସ୍ବରେ ଓଡିଶାରେ ପାଖାପାଖି 28% ଅଭିବୃଦ୍ଧି ବଜାୟ ରଖିଛି । ଏଥିସହ ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ସର୍ବାଧିକ ଜିଏସଟି ଆଦାୟର ରେକର୍ଡ କରିଛି ।

Odisha maintains 28% growth in state GST revenue upto february 2020
ଜିଏସଟି ଆଦାୟରେ ଓଡିଶାର ଅଭିବୃଦ୍ଧି ଜାରି
author img

By

Published : Mar 3, 2020, 7:38 PM IST

କଟକ: ଦ୍ରବ୍ୟ ଓ ସେବା କର(ଜିଏସଟି) ଆଦାୟ କ୍ଷେତ୍ରରେ ଓଡିଶାର ଗ୍ରାଫ ଉପରମୁହାଁ ରହିଛି । ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ରାଜସ୍ବ ସଂଗ୍ରହରେ ଭଲ ପ୍ରଦର୍ଶନ ଜାରି ରଖିଛି । ଏବର୍ଷ ଫେବୃଆରୀ ସୁଦ୍ଧା ଏହା 27.50 ପ୍ରତିଶତ ବୃଦ୍ଧି ହୋଇଛି । ଏଥିସହ ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ସର୍ବାଧିକ ଜିଏସଟି ଆଦାୟର ରେକର୍ଡ କରିଛି ।

ଚଳିତ ବର୍ଷ ଫେବୃଆରୀରରେ ଏସଜିଏସଟି (ରାଜ୍ୟ ଦ୍ରବ୍ୟ ଓ ସେବା କର) 804.85 କୋଟି ଟଙ୍କା ରହିଛି । ପୂର୍ବ ବର୍ଷ ଏହି ଅବଧି (ଫେବୃଆରୀ)ରେ 672.99 କୋଟି ଟଙ୍କା ରହିଥିଲା ।

ଏପ୍ରିଲରୁ ଫେବୃଆରୀ 2020କୁ ଦେଖିବାକୁ ଗଲେ ମୋଟ ଜିଏସଟି ସଂଗ୍ରହ (ସିଜିଏସଟି, ଆଇଜିଏସଟି, ଏସଜିଏସଟି ଏବଂ ସେସ) 11.18 ପ୍ରତିଶତ ବୃଦ୍ଧି ସହ 27044.37 କୋଟି ରହିଛି । ଯାହା ଏପ୍ରିଲ-ଫେବୃଆରୀ 2019 ସୁଦ୍ଧା 24325 କୋଟି ରହିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.