ETV Bharat / business

ଟ୍ରମ୍ପଙ୍କ ନାଲି ଆଖିରେ ନାଲି ପଡିଲା ସେୟାର ବଜାର

ଟ୍ରମ୍ପଙ୍କ ଭାରତକୁ ଆର୍ଥିକ ଆଟାକ ପରେ ଟଳମଳ ଭାରତୀୟ ସେୟାର ବଜାର । ମଙ୍ଗଳବାର ବଜାରରେ ପୁଞ୍ଜି ଖଟାଇବାକୁ ପଛଘୁଞ୍ଚା ଦେଇଛନ୍ତି ବିଦେଶୀ ନିବେଶକ ।

author img

By

Published : Mar 5, 2019, 11:14 PM IST

ପ୍ରତିକାତ୍ମକ ଫଟୋ

ମୁମ୍ବାଇ: ଟ୍ରମ୍ପଙ୍କ ଭାରତକୁ ଆର୍ଥିକ ଆଟାକ ପରେ ଟଳମଳ ଭାରତୀୟ ସେୟାର ବଜାର । ମଙ୍ଗଳବାର ବଜାରରେ ପୁଞ୍ଜି ଖଟାଇବାକୁ ପଛଘୁଞ୍ଚା ଦେଇଛନ୍ତି ବିଦେଶୀ ନିବେଶକ । ଖାସ କରି ଆମରିକା ଓ ଚାଇନାର ବଡ ବଡ କମ୍ପାନୀ ନାଲି ସଙ୍କେତରେ କାରବାର ବନ୍ଦ କରିଛନ୍ତି ।

ମଙ୍ଗଳବାର ଦ୍ବିପ୍ରହରରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସଇ)ର 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 41 ପଏଣ୍ଟର ହ୍ରାସ ସହ 36,104 ରେ ଚାଲିଛି । ସେହିପରି ଏହି ସମୟରେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(ଏନଏସଇ)ର ୫୦ ସେୟାର ଉପରେ ଆଧାରିତ ସୂଚକାଙ୍କ 23 ପଏଣ୍ଟ ଖସି 10,887 ସ୍ତରରେ ରହିଛି ।

ପ୍ରକାଶ ଥାଉ ଯେ, ଟିକସ ବ୍ୟବସ୍ଥାକୁ ନେଇ ଭାରତ ଉପରେ ବର୍ଷିଛି ଆମେରିକା । ଆମଦାନୀ ଶୁକ୍ଲ ବାବଦକୁ ଭାରତ ଆମେରିକାଠାରୁ ଅଧିକ ପରିମାଣରେ ଟିକସ ନେଉଥିବା ନେଇ ଅଭିଯଏାଗ କରିଛି ଆମେରିକା । ମଙ୍ଗଳବାର ଆମେରିକା ମଧ୍ୟ ଏହାର ପ୍ରତିଜବାବରେ ସେହି ପରିମାଣର ଟିକସ ନେବ ବୋଲି ଆମେରିକା ସଂସଦରେ ଜଣାଇଦେଇଛନ୍ତି ଟ୍ରମ୍ପ । ଏଣୁକି ଭାରତକୁ କର ମୁକ୍ତ (ଜିଏସପି) ତାଲିକାରୁ ବାଦ ଦେବାକୁ ଆମେରିକା ବିଚାର କରୁଛି । ଆଉ ଯଦି ଏହି ନୂଆ ନିୟମ ଲାଗୁ ହୁଏ ତେବେ ଭାରତକୁ ପାଖାପାଖି 40 ହଜାର କୋଟି ଟଙ୍କାର ଆର୍ଥିକ କ୍ଷତି ସହିବାକୁ ପଡିବ ।

ଟ୍ରମ୍ପଙ୍କ ଏହି ଘୋଷଣାପର ପ୍ରଭାବ ଭାରତୀୟ ସେୟାର ବଜାର ଉପରେ ପଡିଛି । ସେନସେକ୍ସ ଓ ନିଫ୍ଟି ସାମାନ୍ୟ ହ୍ରାସ ସହ ରେଡ ଆଲର୍ଟରେ କାରବାର କରୁଛନ୍ତି ।

undefined

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.