ETV Bharat / business

ଟ୍ରାକକୁ ଫେରୁଛି ବିମାନ ଶିଳ୍ପ, ବଢୁଛି ଦୈନିକ ଯାତ୍ରୀ ସଂଖ୍ୟା

author img

By

Published : Oct 5, 2020, 6:10 PM IST

ମୋଟ ଯାତ୍ରୀ ସଂଖ୍ୟା 1,68,860କୁ ବଢିଛି । ଯାହାକି ଦୈନିକ ହାରରେ ଦେଖିବାକୁ ଗଲେ ସର୍ବାଧିକ । ସୋମବାର ଏ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ..

ଟ୍ରାକକୁ ଫେରୁଛି ବିମାନ ଶିଳ୍ପ,  ବଢୁଛି  ଦୈନିକ  ଯାତ୍ରୀ ସଂଖ୍ୟା
ଟ୍ରାକକୁ ଫେରୁଛି ବିମାନ ଶିଳ୍ପ, ବଢୁଛି ଦୈନିକ ଯାତ୍ରୀ ସଂଖ୍ୟା

ନୂଆଦିଲ୍ଲୀ: କୋରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ଲାଗୁ ଲକଡାଉନ ପର୍ଯ୍ୟାୟକ୍ରମେ ଅନଲକ ହେଉଛି । ଫଳରେ ଧୀରେ ଧୀରେ ଜୀବନ ଗତିବିଧି ସ୍ବାଭାବିକ ହେଉଛି । ଆଉ ଏଥିମଧ୍ୟରେ ଯାତ୍ରୀ ସଂଖ୍ୟା ବଢିବା ସହ ବିମାନ ଶିଳ୍ପ ଟ୍ରାକକୁ ଫେରୁଛି । ଗଣନା ଅନୁସାରେ ଅକ୍ଟୋବର 4ରେ ମୋଟ ଯାତ୍ରୀ ସଂଖ୍ୟା 1,68,860କୁ ବଢିଛି । ଯାହାକି ଦୈନିକ ହାରରେ ଦେଖିବାକୁ ଗଲେ ସର୍ବାଧିକ । ସୋମବାର ଏ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି ।

ପୁରୀ ଟ୍ବିଟ କରି କହିଛନ୍ତି କି, ଗୋଟିଏ ଦିନରେ ଉଡାଣ ଭରିଥିବା ଯାତ୍ରୀଙ୍କ ସଂଖ୍ୟା ଲଗାତାର ପୂର୍ବ କୋଭିଡ ସମୟ ପାଖାପାଖି ପହଞ୍ଚୁଛି । ଅକ୍ଟୋବର 4 ରେ 1468 ଘରୋଇ ଉଡାଣରେ 1ଲକ୍ଷ 68 ହଜାର 860 ଯାତ୍ରୀ ଯାତ୍ରା କରିଛନ୍ତି । ଏଥିସହ ସେ କହିଛନ୍ତି କି ଗୋଟିଏ ଦିନରେ ମୋଟ 2916 ଘରୋଇ ବିମାନ ପରିଚାଳନା କରାଯାଉଛି । ଏଥିସହ ବିମାନ ବନ୍ଦରରେ 3,37,234 ଲକ୍ଷ ଯାତ୍ରୀ ପହଞ୍ଚୁଛନ୍ତି ।

ପ୍ରକାଶ ଯେ, କୋରୋନା ଭାଇରସ ସଂକ୍ରମଣ ପ୍ରସାର ରୋକିବା ପାଇଁ ମାର୍ଚ୍ଚ 25ରୁ ସମସ୍ତ ବାଣିଜ୍ୟିକ ଉଡାଣ ବନ୍ଦ କରିଦିଆଯାଇଥିଲା । ପରେ ପୁଣି ସ୍ଥିତି ସାମାନ୍ୟ ସ୍ବାଭାବିକ ସହ ମେ 25ରୁ ଘରୋଇ ଉଡାଣ ଆରମ୍ଭ କରାଯାଇଛି । ହେଲେ ଅନ୍ତରାଷ୍ଟ୍ରୀୟ ଉଡାଣ ଉପରେ ଏବେ ବି ରୋକ ଲଗାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.