ETV Bharat / business

ଖୁସିଖବର: ଏଣିକି ସୁନା ବନ୍ଧକରେ ମିଳିବ ଅଧିକ ଋଣ

author img

By

Published : Aug 7, 2020, 3:06 PM IST

କୋରୋନା ସଙ୍କଟ ମଧ୍ୟରେ ସୁରକ୍ଷିମତ ନିବେଶର ମାଧ୍ୟମ ସୁନା ହୋଇଥିବାରୁ ଚାହିଦା ବୃଦ୍ଧି ପାଉଛି । ଏଥିପାଇଁ ଗୋଲ୍ଡ ଲୋନ ପ୍ରତି ଲୋକଙ୍କୁ ଆକୃଷ୍ଠ କରାଇବାକୁ ଆରବିଆଇ ବଡ ପଦକ୍ଷେପ । ଏହା ଦ୍ବାରା ସାଧାରଣ ଲୋକ ଓ କ୍ଷୁଦ୍ର ବ୍ୟବସାୟୀ ଉପକୃତ ହେବେ । ଅଧିକ ପଢନ୍ତୁ..

ଖୁସିଖବର : ଏଣିକି ସୁନା ବନ୍ଧକରେ ମିଳିବ ଅଧିକ ଋଣ

ନୂଆଦିଲ୍ଲୀ: କୋଭିଡ-19 ମହାମାରୀ ମଧ୍ୟରେ ଆରବିଆଇ ଦେଇଛି ରିଲିଫ । ବର୍ତ୍ତମାନର ସମୟରେ ସମସ୍ତେ ଆର୍ଥିକ ସଙ୍କଟ ଦେଇ ଜୁଝୁଛନ୍ତି । ଏଭଳି ସ୍ଥିତିରେ ସୁନା ବନ୍ଧକ ରଖି ଋଣ ନେବାକୁ ଇଚ୍ଛୁକ ଗ୍ରାହକଙ୍କ ପାଇଁ ରହିଛି ଖୁସି ଖବର ।

ଯଦି ସୁନା ଗହଣା ବନ୍ଧକ ରଖି ଋଣ ନେବାକୁ ଚାହାନ୍ତି ତେବେ ଆପଣଙ୍କ ଗହଣା ମୂଲ୍ୟର 90 ପ୍ରତିଶତ ପର୍ଯ୍ୟନ୍ତ ଋଣ ଦେବ ବ୍ୟାଙ୍କ । ଏ ନେଇ ଅନୁମତି ଦେଇଛି ରିଜର୍ଭ ବ୍ୟାଙ୍କ । ପ୍ରକାଶ ଯେ, ବର୍ତ୍ତମାନର ନିୟମ ଅନୁସାରେ ସୁନା ବନ୍ଧକ ରଖିରେ ବ୍ୟାଙ୍କ ଗହଣା ଦାମର 75 ପ୍ରତିଶତ ଋଣ ଦେଉଛି । ଫଳରେ ଗ୍ରାହକଙ୍କୁ କମ ଟଙ୍କା ବି ମିଳୁଛି । ହେଲେ କୋରୋନା ସଙ୍କଟ କାଳରେ ଲୋକଙ୍କ ଉପଯୋଗୀତାକୁ ଜାରି ରଖିବା ପାଇଁ ଆରବିଆଇ ଋଣ ସୀମା ବଢାଇଛି ।

ଗୁରୁବାର ଆରବିଆଇର ମୁଦ୍ରାନୀତି ସମୀକ୍ଷା ଘୋଷଣା କରି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୁନା ବନ୍ଧକ ବଦଳରେ ଋଣ ସୀମାକୁ 90 ପ୍ରତିଶତ ବଢାଇଛନ୍ତି । ତେବେ ସୁନା ଋଣ ଦେଉଥିବା ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ ପ୍ରତିଷ୍ଠାନ (ଏନବିଏଫସି) ଗପଡିକ ଉପରେ ଏହି ଘୋଷଣା କୌଣସି ପ୍ରଭାବ ପକାଇବ ନାହିଁ ।

ଆରବିଆଇ କହିଛି କି, ନୂଆ ଉଦ୍ୟୋଗୀ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ କୋଭିଡ ପ୍ରଭାବରୁ ମୁକୁଳାଇବା ପାଇଁ ସୁନା ଗହଣା ବାବଦରେ ଦିଆଯାଉଥିବା ଅଣ-କୃଷି ଋଣ ସୀମାକୁ ଏବେ 75 ରୁ 90 ପ୍ରତିଶତକୁ ବଢାଯାଇଛି । ଏହା ଅନୁସାରେ ଏବେ 1 ଲକ୍ଷ ଟଙ୍କାର ସୁନା ପାଇଁ 90 ହଜାର ଟଙ୍କା ଋଣ ମିଳିବ । ଏହି ସୁବିଧା 2021 ମାର୍ଚ୍ଚ 31 ଯାଏଁ ଲାଗୁ ହେବ ।

ତେବେ ଆରବିଆଇର ଏହି ନିଷ୍ପତ୍ତି ଦ୍ବାରା ସାଧାରଣ ଲୋକ ଅଧିକ ଲାଭବାନ ହେବ । ବର୍ତ୍ତମାନର ଆର୍ଥିକ ସଙ୍କଟ ସମୟରେ ଯେଉଁମାନେ ଘରେ ରହିଥିବା ସୁନାକୁ ବନ୍ଧକ ରଖି ଲୋନ ନେବାକୁ ଇଚ୍ଛୁକ ସେମାନଙ୍କୁ ଅଧିକ ଟଙ୍କା ମିଳିପାରିବ ।

ଆରବିଆଇ ଦ୍ବାରା ଏ ନେଇ ବିସ୍ତୁତ ଦିଶାନିର୍ଦ୍ଦେଶ ଆଗକୁ ଜାରି କରାଯିବ । ବର୍ତ୍ତମାନ ସୁନା ଦାମ 10 ଗ୍ରାମ ପିଛା 56 ହଜାର ନିକଟତର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.