ନୂଆଦିଲ୍ଲୀ: ଆମାଜନ ଓ ଫ୍ଲିପକାର୍ଟ ପରେ ଇ-କମର୍ସ ମାର୍କେଟପ୍ଲେସ ସ୍ନାପଡିଲ ଏହି ଫେଷ୍ଟିଭ ସିଜିନର ପ୍ରଥମ ସେଲ ଆରମ୍ଭ କରିବ । ଅକ୍ଟୋବର 16ରୁ 20 ଯାଏଁ ଏହାର ଫେଷ୍ଟିଭ ସେଲ ଚାଲିବ। ଏ ନେଇ କମ୍ପାନୀ ଗୁରୁବାର ସୂଚନା ଦେଇଛି ।
ସ୍ନାପଡିଲ ଏହାକୁ ‘କମ ମେ ଦମ’ ନାଁ ଦେଇଛି । ଏଥିସହ କହିଛି କି ଏହି ସେଲରେ ସାମିଲ ବସ୍ତୁ 92 ସହରରେ ପାଖାପାଖୀ 1.25 ଲକ୍ଷ ଅଂଶଗ୍ରହଣକାରୀଙ୍କ ମତାମତ ଜାଣିବା ପରେ ସେମାନଙ୍କୁ ଚୟନ କରାଯାଇଛି ।
ଏହି ସର୍ଭେରେ ସାମିଲ 42 ପ୍ରତିଶତ ଲୋକଙ୍କ କହିବା ଅନୁସାରେ ସେମାନେ ଏହି ସେଲରେ ଦୈନିକ ବ୍ୟବହାର ପାଇଁ ଗ୍ୟାଜେଟ କିଣିବାକୁ ଚାହିଁବେ । ଯେତେବେଳେ କି କିଚନୱେୟର ଦ୍ବିତୀୟ ସବୁଠୁ ଲୋକପ୍ରିୟ ସେଗମେଣ୍ଟ ରହିଛି । ଏଥିପାଇଁ 38 ପ୍ରତିଶତ ଲୋକ ମତ ଦେଇଛନ୍ତି ।
କ୍ରେତା ହୋମ ଡେକର, ଗିଫ୍ଟିଙ୍ଗ ଆଇଟମସ ଓ ଏଥନିକ ୱେର ପାଇଁ ନିଜ ରାୟ ରଖିଛନ୍ତି । ସ୍ନାପଡିଲ କହିଛି କି ଏଚଡିଏଫସି , ବ୍ୟାଙ୍କ ଅଫ ବରୋଦା କାର୍ଡ ଉପରେ ବିଶେଷ ରିହାତି ମିଳିବ । ଏହା ବ୍ୟତିତ ପେଟିଏମ ଏବଂ ଅନ୍ୟାନ ମାଧ୍ୟମରେ ମଧ୍ୟ କ୍ରେତାଙ୍କୁ ଡିସକାଉଣ୍ଟ ଅଫର ମିଳିବ ।