ETV Bharat / business

‘ଜରୁରୀ ନୁହେଁ କି ଚୀନ ଛାଡିବାକୁ ଥିବା କମ୍ପାନୀ ଦ୍ବାରା ଭାରତକୁ ଲାଭ ହେବ’ - COVID-19

ଅର୍ଥବ୍ୟବସ୍ଥା ଧନୀକ ନୁହେଁ ଗରିବ ଚଲାନ୍ତି । ଏଣୁ ଅଭିବୃଦ୍ଧି ପାଇଁ ଗରିବଙ୍କ ହାତରେ ଟଙ୍କା ଦେବା ଦରକାର । ସେମାନଙ୍କ କିଣିବା କ୍ଷମତା(କଞ୍ଜମ୍ପସନ) ବଢିଲେ ଆର୍ଥିକ ଗତିବିଧି ସ୍ବଭାବିକ ହେବ । ଅଧିକ ପଢନ୍ତୁ...

Abhijit Banerjee
‘ଜରୁରୀ ନୁହେଁ କି ଚୀନରୁ ଛାଡିବାକୁଥିବା କମ୍ପାନୀ ଦ୍ବାରା ଭାରତକୁ ଫାଇଦା ହେବ’
author img

By

Published : May 13, 2020, 12:26 AM IST

କୋଲକତା: ଯଦି କୋରୋନା ଭାଇରସ କାରଣରୁ ବଡ ବଡ ପ୍ରମୁଖ କମ୍ପାନୀ ଚୀନ ଛାଡି ଆସିବେ, ତେବେ ଭାରତକୁ ଏହାର ଫାଇଦା ମିଳିବ, ସେ ନେଇ କୌଣସି ସୁନିଶ୍ଚିତତା ନାହିଁ ବୋଲି ନୋବେଲ ବିଜେତା ଅର୍ଥଶାସ୍ତ୍ରୀ ଅଭିଜିତ ବାନାର୍ଜୀ ଯୁକ୍ତି ବାଢିଛନ୍ତି ।

ସୋମବାର ସଂନ୍ଧ୍ୟାରେ ଏକ ବଙ୍ଗାଲ ସମାଚାର ଚ୍ୟାନେଲରେ ସେ କହିଛନ୍ତି କି, ସବୁ ଲୋକ କୋଭିଡ-19 ପାଇଁ ଚୀନକୁ ଦୋଷୀ ଭାବୁଛନ୍ତି । କାରଣ ଏହି ଭାଇରସ ସେଠାରୁ ସଂକ୍ରମିତ ହୋଇଥିଲ । ଏଥିପାଇଁ ବହୁ କମ୍ପାନୀଙ୍କ ମଧ୍ୟ ଚୀନ ପ୍ରତି ଅବିଶ୍ବାସ ଭାବ ସୃଷ୍ଟି ହେଉଛି । ଫଳରେ ‘‘ଲୋକ ଭାବୁଛନ୍ତି କି, ଏହା ଦ୍ବାରା ଭାରତର ଫାଇଦା ହେବ, କାରଣ କାରବାରୀ ଚୀନ ଛାଡି ଭାରତ ଆସିବେ । ହେଲେ ହୋଇପାରେ ଏହା ସତ ବି ହେବନାହିଁ ।’’

ସେ କହିଛନ୍ତି ଯେ, ‘‘ଯଦି ଚୀନ ତାର ମୁଦ୍ରା ମୁଲ୍ୟ ହ୍ରାସ(ଅବମୂଲ୍ୟାୟନ) କରିବ ତେବେ କଣ ହେବ ? ସେହି ପରିପ୍ରେକ୍ଷୀରେ ଚୀନର ଉତ୍ପାଦ ଶସ୍ତା ହେବ ଏବଂ ଲୋକମାନେ ସେମାନଙ୍କର ଉତ୍ପାଦ କିଣିବା ମଧ୍ୟ ଜାରି ରଖିବେ।’’

ସେହିପରି ସେ କୋରୋନା ମୁକାବିଲା ପାଇଁ ଜିଡିପିର ବଡ ଅଂଶ ଖର୍ଚ୍ଚ ପାଇଁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ଆମେରିକା, ବ୍ରିଟେନ, ଜାପାନ ଭଳି ଦେଶ ନିଜ ମୋଟ ଘରୋଇ ଉତ୍ପାଦର ବଡ ଭାଗ ଖର୍ଚ୍ଚ କରୁଛନ୍ତି । କିନ୍ତୁ ଭାରତ ଜିଡିପିର 1 ପ୍ରତିଶତରୁ ବି କମ 1.70 ଲକ୍ଷ କୋଟି ଖର୍ଚ୍ଚ ପାଇଁ ଯୋଜନା କରିଛି ।

ପ୍ରକାଶ ଯେ, କୋରୋନା ଭାଇରସ ପ୍ରକୋପ ମଧ୍ୟରେ କେନ୍ଦ୍ର ସରକାର ଗରିବଙ୍କ ସମସ୍ୟା ଦୂର ପାଇଁ 1.70 ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଏ ନେଇ ବାନାର୍ଜୀ କହିଛନ୍ତି ଯେ, ବର୍ତ୍ତମାନର ବଡ ସମସ୍ୟା ହେଉଛି ଦେଶର ଲୋକଙ୍କ ପାଖରେ ଜନିଷ କିଣିବା ପାଇଁ ଅର୍ଥାତ ଉପଯୋଗିତା ପାଇଁ ପର୍ଯ୍ୟାପ୍ତ ଟଙ୍କା ନାହିଁ । ଏଣୁ ସେମାନଙ୍କ ହାତରେ ଟଙ୍କା ଦେବା ଦରକାର । କାରଣ ଅର୍ଥବ୍ୟବସ୍ଥା ସେମାନେ ଚଲାନ୍ତି, ଧନୀକ ନୁହେଁ ।

ଏଥିପାଇଁ 3ରୁ 6 ମାସ ମଧ୍ୟରେ ଗରିବଙ୍କ ହାତରେ ଟଙ୍କା ଦେବା ଦରକାର । ଯଦି ସେମାନେ ଖର୍ଚ୍ଚ କରୁଛନ୍ତି ତେବେ କୌଣସି ସମସ୍ୟା ନାହିଁ । ବାନାର୍ଜୀଙ୍କ କହିବା ଅନୁଯାୟୀ ପ୍ରବାସୀ ଶ୍ରମିକଙ୍କ ରକ୍ଷଣାବେକ୍ଷଣା ଦାୟିତ୍ବ ମଧ୍ୟ କେନ୍ଦ୍ର ସରକାରଙ୍କର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.