ETV Bharat / business

ନୋଟବନ୍ଦୀ ପରେ ଗୃହିଣୀଙ୍କ ଜମା ଉପରେ ହେବନି ଯାଞ୍ଚ: ITAT

author img

By

Published : Jun 23, 2021, 6:35 PM IST

ନୋଟବନ୍ଦୀ ପରେ 2.5 ଲକ୍ଷ ଟଙ୍କା ଯାଏଁ ନଗଦ ଜମା କରିଥିବା ଗୃହିଣୀଙ୍କ ଆଇଟି ସିକ୍ୟୁରିଟି ଯାଞ୍ଚ ହେବ ନାହିଁ । ଆଉ ଏହା ଉଦାହରଣ ରହିବ । ଅଧିକ ପଢନ୍ତୁ..

ନୋଟବନ୍ଦୀ ପରେ ଗୃହିଣୀଙ୍କ ଜମା ଉପରେ ହେବନି ଯାଞ୍ଚ : ITAT

ନୂଆଦିଲ୍ଲୀ: ନୋଟବନ୍ଦୀ ପରେ 2.5 ଲକ୍ଷ ଟଙ୍କା ଯାଏଁ ନଗଦ ଜମା କରିଥିବା ଗୃହିଣୀଙ୍କ ଯାଞ୍ଚ ହେବ ନାହିଁ । ଏ ନେଇ କହିଛି ଆୟକର ଆପିଲେଟ ଟ୍ରିବ୍ୟୁନାଲ (ଆଇଟିଏଟି) । ଜଣେ ବ୍ୟକ୍ତିଙ୍କ ଦ୍ବାରା ଦାଖଲ ଯାଚିକା ଉପରେ ନିଷ୍ପତ୍ତି ନେଇ ଆଇଟିଏଟି ର ଆଗ୍ରା ପୀଠ କହିଛି କି ଏହି ଆଦେଶ ଏଭଳି ସମସ୍ତ ମାମଲା ପାଇଁ ଏକ ଉଦାହରଣ ମାନି ନିଆଯିବ ।

ଗ୍ବାଲିଅରର ଜଣେ ଗୃହିଣୀ ଉମା ଅଗ୍ରୱାଲ ଆର୍ଥିକ ବର୍ଷ 2016-17 ପାଇଁ ନିଜ ଆୟକର ରିଟର୍ଣ୍ଣରେ ମୋଟ 1,30,810 ଟଙ୍କାର ଆୟ ଘୋଷଣା କରିଥିଲେ । ଯେତେବେଳେ କି ନୋଟବନ୍ଦୀ ପରେ ସେ ନିଜ ବ୍ୟାଙ୍କ ଖାତାରେ 2,11,500 ଟଙ୍କା ନଗଦ ଜମା କରିଛନ୍ତି । ଆୟକର ବିଭାଗ ଏହି ମାମଲାକୁ ଯାଞ୍ଚ ପାଇଁ ଚୟନ କରିଥିଲେ । ଆଉ ନିର୍ଦ୍ଧାରିତ ଠାରୁ 2.11 ଲକ୍ଷ ଟଙ୍କାର ଅତିରିକ୍ତ ନଗଦ ଜମା ରାଶିର ବାଖ୍ୟା କରିବା ପାଇଁ କୁହାଯାଇଥିଲା । ଅଗ୍ରୱାଲ କହିଛନ୍ତି କି ତାଙ୍କ ବାପା, ପୁଅ ଓ ସମ୍ପର୍କୀୟଙ୍କ ଦ୍ବାରା ପରିବାର ପାଇଁ ଦିଆଯାଇଥିବା ଟଙ୍କା ମଧ୍ୟରୁ ସେ ଉପରୋକ୍ତ (ଅତିରିକ୍ତ ଟଙ୍କା) ରାଶି ସଞ୍ଚୟ ଭାବେ ଜମା କରିଥିଲେ ।

ତେବେ ସିଆଇଟି (ଅପିଲ) ମହିଳାଙ୍କ ଏହି ସ୍ପଷ୍ଟୀକରଣକୁ ସ୍ବୀକାର କରିନାହାନ୍ତି । ଆଉ 2,11,500 ଟଙ୍କାର ନଗଦ ଜମା ରାଶିକୁ ଅସ୍ପଷ୍ଟ ଧନ ମାନି କର ନିର୍ଦ୍ଧାରଣ ଅଧିକାରୀଙ୍କ ଆଦେଶକୁ ସୁନିଶ୍ଚିତ କରିଛନ୍ତି । ଏହା ପରେ ଅଗ୍ରୱାଲ ଆଇଟିଏଟି ଦ୍ବାରା ଚଢିଥିଲେ । ଟ୍ରିବ୍ୟୁନାଲ, ସମସ୍ତ ତଥ୍ୟ ଏବଂ ଯୁକ୍ତି ଦେଖିବା ପରେ କହିଥିଲା କି, ବିମୁଦ୍ରୀକରଣ ସମୟରେ ମୂଲ୍ୟାଙ୍କନକାରୀଙ୍କ ଦ୍ବାରା ଜମା ହୋଇଥିବା ରାଶି ତାଙ୍କ ଆୟ ଭାବରେ ଗ୍ରହଣ କରାଯାଇପାରିବ ନାହିଁ । ତେଣୁ ମୂଲ୍ୟାଙ୍କନକାରୀଙ୍କ ଆବେଦନ ସଠିକ୍ ଅଟେ ।

ଟ୍ରିବ୍ୟୁନାଲ ଆହୁରି ମଧ୍ୟ କହିଛି କି, ପରିବାରରେ ଗୃହିଣୀଙ୍କ ଯୋଗଦାନ ଅତୁଳନୀୟ । ବିମୁଦ୍ରିକରଣ ସମୟରେ 2.50 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା ମହିଳାଙ୍କୁ ରିହାତି ଦେଇ ଆଇଟିଏଟି କହିଛି କି ଆମେ ସ୍ପଷ୍ଟ କରୁଛୁ କି, ଏହି ନିଷ୍ପତ୍ତିକୁ ବିମୁଦ୍ରିକରଣ ଯୋଜନା 2016 ସମୟରେ ଗୃହିଣୀଙ୍କ ଦ୍ବାରା 2.5 ଲକ୍ଷ ଟଙ୍କା ସୀମା ଯାଏଁ ନଗଦ ଜମା ଯୋଗୁଁ ହୋଇଥିବା କାର୍ଯ୍ୟନୁଷ୍ଠାନ ସମ୍ବନ୍ଧରେ ଉଦାହରଣ ଭାବେ ଗଣାଯାଇ ପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.