ETV Bharat / business

ବ୍ୟବସାୟୀଙ୍କୁ ବୁଷ୍ଟର, ବର୍ଷେ ଯାଏଁ ଦେବାଳିଆ ଘୋଷଣା ନିଷେଦ୍ଧ

author img

By

Published : May 17, 2020, 3:13 PM IST

ବୁଡିଯାଉଥିବା ବ୍ୟବସାୟୀଙ୍କୁ ରିଲିଫ ଦେବା ପାଇଁ ସରକାର କରିଛନ୍ତି ବଡ ଘୋଷଣା । ଆଜିଠୁ ବର୍ଷେ ଯାଏଁ ଦେବାଳିଆ ଘୋଷଣା ଉପରେ ଲାଗିବ ରୋକ । ଅଧିକ ପଢନ୍ତୁ..

Insolvency and Bankruptcy Code
ବର୍ଷେ ଯାଏଁ କେହି ଦେବାଳିଆ ହେବେନି

ନୂଆଦିଲ୍ଲୀ: କୋରୋନା କଟକଣା ମଧ୍ୟରେ ଅଟକି ପଡିଥିବା କାରବାରକୁ ପୁଣି ଗତିଶୀଳ କରିବାକୁ ରିଲିଫ ପ୍ୟାକେଜର ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳୀ ସୀତାରମଣ । ଆତ୍ମନିର୍ଭର ଭାରତ ପ୍ୟାକେଜ ଅଧିନରେ ପଞ୍ଚମ କିସ୍ତିର ଘୋଷଣା କରି ଅର୍ଥମନ୍ତ୍ରୀ ବ୍ୟବସାୟକୁ ସରଳ ଓ କାରବାରୀ ମନୋବଳ ବଢାଇବାକୁ ଇନସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ(ଆଇବିସି) ନିୟମରେ ପରିବର୍ତ୍ତନ କରିଛନ୍ତି ।

ଏକ ବର୍ଷ ପାଇଁ ଦେବାଳିଆ ଘୋଷଣା ପ୍ରକ୍ରିୟା ଉପରେ ରୋକ ଲାଗିବ । ଋଣ ପରିଶୋଧ ପାଇଁ ସମର୍ଥ ନହେଲେ ଏକ ବର୍ଷ ପାଇଁ ଅସମର୍ଥ୍ୟରେ ଅନ୍ତର୍ଭୁକ୍ତ ହେବ ନାହିଁ । ଦେବାଳିଆଙ୍କ ବିରେଧରେ କାର୍ଯ୍ୟନୁଷ୍ଠାନ କି ମାମଲା ରୁଜୁ ହେବ ନାହିଁ । କମ୍ପାନୀ ଆଇନର ଅଧିକାଂଶ ବ୍ୟବସ୍ଥାକୁ ଅପରାଧୀକରଣ କରାଯିବ । ବ୍ୟବସାୟ ପାଇଁ ଅପରାଧିକ କୋର୍ଟ ଏବଂ ଏନସିଏଲଟି ରଦ୍ଦ କରାଯିବ।

ସେହିଭଳି ଆଇବିସି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ନ୍ୟୁନତମ ଡିଫଲ୍ଡର୍ସ ଆମାଉଣ୍ଟ ବଢାଯାଇଛି । କ୍ଷୁଦ୍ର ଶିଳ୍ପଗୁଡିକର ଦେବାଳିଆ ହେବାର ସୀମାକୁ ଏକ ଲକ୍ଷରୁ ଏକ କୋଟିକୁ ବୃଦ୍ଧି କରାଯିବ । ବିଶେଷ କରି ଏମଏସଏମଇ ସେକ୍ଟର କାରବାରୀଙ୍କୁ ଉପଶମ ଦେବାକୁ ଏହି ଘୋଷଣା କରାଯାଇଛି ।

ଆଇବିସି ଆକ୍ଟ ସେକ୍ସନ 240A ଅଧୀନରେ MSME ପାଇଁ ସ୍ୱତନ୍ତ୍ର ଇନସଲଭେନ୍ସି ରିଜଲ୍ୟୁସନ୍ ଫ୍ରେମୱାର୍କ ପ୍ରସ୍ତୁତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.